ରାଉରକେଲା, (ସସ୍ମିତା ପ୍ରଧାନ) : ସମାଜସେବୀ ତଥା ଶିକ୍ଷାବିତ ଶୈଳବାଳା ଷଡ଼ଙ୍ଗୀ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ନୂଆବର୍ଷରେ ବାସନ୍ତୀ କଲୋନୀ ସ୍ଥିତ ସର୍ବଭୌତିକ ଶିଶୁ ସେବାଶ୍ରମ ଠାରେ ସାମାଜିକ କାର୍ଯ୍ୟକ୍ରମ କରି ନିଜର ସାମାଜିକ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । ସେ ଏହି ଅବସରରେ ଜୀବନର ମୂଲ୍ୟବୋଧ, ଶିକ୍ଷା, ସ୍ୱାସ୍ଥ୍ୟ, ଆତ୍ମରକ୍ଷା କୌଶଳ, ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ସେ ଆଶ୍ରମର ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ । ଏହିଭଳି ସାମାଜିକ କାର୍ଯ୍ୟକ୍ରମ ଆଗକୁ ଜାରି ରଖିବେ ବୋଲି ସୁଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।