ppurohit

୫୬ ବୃକ୍ଷରୋପଣ କରି ସମାଜକୁ ସଚେତନତା ବାର୍ତ୍ତା

2nd

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବୃକ୍ଷ ହିଁ ଜୀବନ ଦିନକୁ ଦିନ ତାପମାତ୍ରା ବୃଦ୍ଧି ଆଗାମୀ ଦିନରେ ବୃକ୍ଷ ବିନା ଜୀବଜଗତ ପାଇଁ ବିପଦର ସଂକେତ ଦେଉଛି । ଅନେକ ସ୍ଥାନରେ ପୂର୍ବରୁ ଲାଗିଥିବା ଗଛ ଗୁଡିକ କାଟାଯାଇ ନୂତନ ଗୃହ ଓ କଳ କାରଖାନା ନିର୍ମାଣ କରାଯାଇ । ଫଳରେ ବର୍ଷାଭାବ ଦେଖାଯିବା ସହ ଭୁତଳ ଜଳସ୍ଥର ନିମ୍ନଗାମୀ ହେଉଥିବା ପରିଲକ୍ଷିତ ହେଉଛି । ଏହାକୁ ଦୃଷ୍ଟିରେ ରଖି ଓଡିଶା ସମ୍ବାଦିକ ସଂଘ ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାପତି ତଥା ଦିଗଦର୍ଶନ ଫାଉଣ୍ଡେସନ୍‌ ସ୍ୱେଛାସେବୀ ଅନୁଷ୍ଠାନର ନିର୍ଦ୍ଦେଶକ ଉମାକାନ୍ତ ବେହେରା ତାଙ୍କ ୫୬ ତମ ଜନ୍ମଦିନରେ ପ୍ରତିବର୍ଷ ପରି ଚଳିତ ବର୍ଷ ୫୬ ବର୍ଷ ପୂର୍ଣ୍ଣ ଅବସରରେ ୫୬ ଚାରାରୋପଣ କରି ନିଆରା ଢଙ୍ଗରେ ଜନ୍ମଦିନ ପାଳନ କରିଛନ୍ତି । ବନବିଭାଗ ସହଯୋଗରେ ଗଞ୍ଜାମ ମହାବିଦ୍ୟାଳୟ ପରିସରରେ କଦମ୍ବ, ଅର୍ଜୁନ, ବାଦାମ, ପିଜୁଳି, ସୀତା ଫଳ ଏପରିକି ବିଭିନ୍ନ କିସମର ଚାରାରୋପଣ କରିବା ସହ ଲୋକଙ୍କୁ ଚାରା ବଣ୍ଟନ କରି ପରିବେଶକୁ ସବୁଜ ସୁନ୍ଦର କରି ଗଢି ତୋଳିବା ପାଇଁ ସମାଜକୁ ପରିବେଶ ସୁରକ୍ଷା ନେଇ ସଚେତନତା ବାର୍ତ୍ତା ଦେଇଥିଲେ । ପୂର୍ବତ୍ତନ କାଉନ୍‌ସିଲର୍‌ ତଥା ପରିବେଶବିତ ପି. ରାଜୁ ରେଡ୍ଡୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପାଳ ବେହେରା, କାଳିଆ ବେହେରା, ପ୍ରଫୁଲ ବେହେରା, ଶ୍ରୀକାନ୍ତ ବେହେରା, ପ୍ରତାପ ବେହେରା ପ୍ରମୁଖ ପ୍ରରିବେଶ ପ୍ରେମୀ ଉପସ୍ଥିତ ରହି ସୁନ୍ଦର କାର୍ଯ୍ୟକ୍ରମର ସୁପରିଚାଳଣାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.