ମୂନିନ୍ଦା ପଞ୍ଚାୟତର ନବନିର୍ବାଚିତ ସରପଞ୍ଚ-ନିର୍ବାହୀ ଅଧିକାରୀଙ୍କ ବିବାଦ ସମାଧାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉିଆ) : ଡେଲାଙ୍ଗ ବ୍ଲକ ଅଧିନସ୍ଥ ମୂନିନ୍ଦା ଗ୍ରାମ ପଞ୍ଚାୟତର ନବନିର୍ବାଚିତ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ଲାଗି ରହିଥିବା ମତାନ୍ତର ସମାଧାନ ହୋଇଥିବା ନେଇ ଗୋଷ୍ଟୀ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡଙ୍ଗୀ ସୂଚନା ଦେଇଛନ୍ତି । ଏନେଇ ମଙ୍ଗଳବାର ବିଡିଓଙ୍କ ଚାମ୍ବରରେ ଅନୁଷ୍ଠିତ ବୈଠକରେ ମଣ୍ଡଳ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡଙ୍ଗୀ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତଥା ସୁଜନପୁର ପଞ୍ଚାୟତ ସମିତି ସଭ୍ୟ ଅଜୟ ରାଉତରାୟ, ମୂନିନ୍ଦା ପଞ୍ଚାୟତ ସମିତି ସଭ୍ୟା ଜ୍ୟୋତ୍ସ୍ନାରାଣୀ ନାୟକ, ସରପଞ୍ଚ ଶେଷଦେବ ବାରିକ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁଭାଶିଷ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ । ଭୁଲ ବୁଝାମଣା ନେଇ ଉଭୟଙ୍କ ମଧ୍ୟରେ ଉପୁଜିଥିବା ମତାନ୍ତର/ବିବାଦର ସମାଧାନ ହୋଇଥିଲା । ପଞ୍ଚାୟତ ବିକାଶ ଓ ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇ ଦେବା ଦିଗରେ ଉଭୟ ସରପଞ୍ଚ ଓ ନିର୍ବାହୀ ଅଧିକାରୀ ପରସ୍ପର ମଧ୍ୟରେ ସହଯୋଗ ଏବଂ ସମନ୍ୱୟ ରଖି କାମ କରିବେ ବୋଲି ଉଭୟ ଏକମତ ହୋଇଥିଲେ । ଯାହାକି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବେ । ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ସୁପାରିଶ କ୍ରମେ ନିର୍ବାଚିତ ସରପଞ୍ଚଙ୍କ ନମୁନା ଓ ସ୍ୱାକ୍ଷର ବ୍ୟାଙ୍କକୁ ପଠାଯାଇଥିଲା । ଯାହାଫଳରେ ବାର୍ଦ୍ଧକ୍ୟ, ଭିନ୍ନକ୍ଷମ, ବିଧବା ଭତ୍ତା ଆଦି କଲ୍ୟାଣମୂଳକ କାର୍ଯ୍ୟ ଖୁବ ଶୀଘ୍ର ତ୍ୱରାନ୍ୱିତ ହେବ ବୋଲି ବିଡିଓ ଶ୍ରୀ ଷଡଙ୍ଗୀ ଆଶା ବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.