oom

ବିଶାଳ ଶଙ୍ଖ ଜନସମ୍ପର୍କ ସମାବେଶ ଅନୁଷ୍ଠିତ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ଗୁରୁଣ୍ଡା ଖେଳ ପଡିଆଠାରେ ଓଡିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜନ୍ମ ଜୟନ୍ତୀ ଅବସରରେ ବିଶାଳ ଶଙ୍ଖ ଜନସମ୍ପର୍କ ସମାବେଶ ଅନୁଷ୍ଠିତ ହୋଇଥିଲା । ବଲାଙ୍ଗିର ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ଉପାଧ୍ୟକ୍ଷା ଶ୍ରୀମତୀ ନିରୁପମା ମାଝୀଙ୍କ ଆହ୍ୱାନ କ୍ରମେ ଉକ୍ତ ଶଙ୍ଖ ଜନସମ୍ପର୍କ ସମାବେଶ ହୋଇଥିଲା । ଉକ୍ତ ସଭାରେ ସଭାପତିତ୍ୱ କରିଥିଲେ ଡବ୍ଲୁଓଡିସି ସଦସ୍ୟ ହଂସରାଜ ଜୈନ, ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ ପର୍ଯ୍ୟବେକ୍ଷକ ରାଜୁ ଘିଭେଳା । ମଞ୍ଚାସୀନ ଅତିଥିଗଣ ହେଲେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ମିଥିଲା ମାଝୀ, ଉଦ୍ଧବ ବେହେରା, ଆଶାତୁଲ୍ଲା ଖାଁ, ଉମାକାନ୍ତ ସାହୁ, ପିଙ୍କି ଖର୍ସେଲ, ଚକ୍ର ହେର୍ଣ୍ଣା, ଦେବାର ବାରିକ, ଶ୍ରୀମତୀ ସୁନ୍ଦରମତି ବାଗ, ଗିରିରାଜ ସିଂ ମାଝୀ ଏବଂ ମଞ୍ଚ ସଂଚାଳନ କରିଥିଲେ ବିଜେଡି ବରିଷ୍ଠ ନେତା ଦିଲ୍ଲୀପ କୁମାର ପୃଷ୍ଟି ଓ ଧନ୍ୟବାଦ ଅର୍ପଣ କରିଥିଲେ ଅବସରପ୍ରାପ୍ତ ବ୍ଲେକ କାମାଣ୍ଡୋ ତଥା ବିଜେଡି ଯୁବ ନେତା ଗିରିରାଜ ସିଂ ମାଝୀ । ଓଡିଶାର ବରପୁତ୍ର ବିଜୁବାବୁଙ୍କ ଜନ୍ମ ଜୟନ୍ତୀ ତଥା ପଂଞ୍ଚାୟତରାଜ ଦିବସ ଥିବା ହେତୁ ଅତିଥି ଗଣ ଓଡିଶାର ଉନ୍ନତି ଓ ବିଜୁବାବୁଙ୍କ ଦାନ ବିଷୟରେ ଆଲୋଚନା କରିବା ସହିତ ତୃଣମୂଳ ସ୍ତରରୁ ବିଜେଡିକୁ ସମୃଦ୍ଧ କରିବାର ନିଷ୍ପତ୍ତି ନେଇଥିଲେ । ମହାସମାବେଶରେ ଉପସ୍ଥିତ ଅନ୍ୟତମ ବରିଷ୍ଠ କାର୍ଯ୍ୟକର୍ତ୍ତାମାନେ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.