oum

ଆଭା ଏସ୍‌. ଏଲ୍‌. ସି. ଏ. ପକ୍ଷରୁ ମାଦକ ଦ୍ରବ୍ୟର ଦୁରୁପଯୋଗ ତଥା ବେଆଇନ କାରବାର ବିରୁଦ୍ଧରେ ଆନ୍ତର୍ଜାତୀୟ ଦିବସ ପାଳନ ଡ୍ରଗ୍‌ ଅପ୍‌ ବ୍ୟବହାର ଏବଂ ଅବୈଧ କାରବାର ବିରୁଦ୍ଧରେ ଛାତ୍ରୀ ସମାବେଶ

jsm

ଭୁବନେଶ୍ୱର : ଭୁବନେଶ୍ୱର ଆସୋସିଏସନ୍‌ ଫର୍‌ ଭଲ୍ୟୁଣ୍ଟରି ଆକ୍ସନ(ଆଭା) ଦ୍ୱାରା ପରିଚାଳିତ ରାଜ୍ୟ ସ୍ଥରୀୟ ସମନ୍ୱୟ କାରି ସଂସ୍ଥା(ଏସ୍‌. ଏଲ୍‌. ସିଏ) ଓଡିଶା ଏବଂ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ ଡ୍ରଗ ଅପବ୍ୟବହାର ଏବଂ ଅବୈଧ କାରବାର ବିରୁଦ୍ଧରେ ଆନ୍ତର୍ଜାତୀୟ ଦିବସ ପାଳନ କରିବା ପାଇଁ କମଳା ନେହେରୁ ମହିଳା ବିଶ୍ୱବିଦ୍ୟାଳୟ ୟୁନିଟ -୧ ଭୁବନେଶ୍ୱରରେ ଏକ ବିଶାଳ ଛାତ୍ରୀ ସମାବେଶ ଆୟୋଜନ କରାଯାଇଛି ଏହି ରାଲିକୁ ସିଓ ପ୍ରତାପ ସିଂ, ଏନ୍‌. ସି. ବି. ଅଧିକାରୀ ଉଦ୍‌ଘାଟନ କରିଥିଲେ ପ୍ରାୟ ୧୨୦ ଛାତ୍ରୀମାନେ ଡ୍ରଗ ବିରୋଧୀ ବାର୍ତ୍ତା ଧାରଣ କରିଥିବା ପ୍ଲାକାର୍ଡ଼ ଧରି ଡ୍ରଗ ଏବଂ ନିଶା ସେବନ ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ । ଏସ୍‌. ଏଲ୍‌. ସି. ଏ. ମୁଖ୍ୟ ସୁଧୀର ଚନ୍ଦ୍ର ଦାସ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରିଥିଲେ । ସକାଳ ପ୍ରାୟ ୮.୩୦ ସମୟରେ କମଳା ନେହେରୁ ମହିଳା ବିଶ୍ୱବିଦ୍ୟାଳୟ ୟୁନିଟ -୧ ଭୁବନେଶ୍ୱରରୁ ଏହି ରାଲି ଆରମ୍ଭ ହେଇଥିଲା । ଏବଂ ଏକ ସଭାର ଆୟୋଜନ କରାଯାଇଥିଲା ଏହି ସଭାରେ ଦିଲ୍ଲୀପ ଛୋଟରାଏ, ଡେପୁଟି ଡାଇରେକ୍ଟର, ରାଜ୍ୟ ଭିଜିଲାନ୍ସ ଏକାଡେମୀ, ଓଡିଶା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ, ସାନମାନିତା ଅତିଥି ଭାବେ ନିବେଦିତା ମହାନ୍ତି, ସୁଶାନ୍ତ କୁମାର ପତ୍ତନୟକ କ୍ଷେତ୍ରବାସୀ ପ୍ରଧାନ ଏବଂ ବାଲୁଙ୍କେଶ୍ୱର ପରିଡା ଯୋଗ ଦେଇଥିଲେ, ମୁଖ୍ୟ ବକ୍ତା ଭାବେ ସମାଜ ସେବି ଡ. ଇମ୍ରାନ ଅଲି ଯୋଗ ଦେଇଥିଲେ, ସୁଧୀର ଚନ୍ଦ୍ର ଦାସ ଏସ୍‌. ଏଲ୍‌. ସି. ଏ.ର ମୁଖ୍ୟ ଏହି ସଭାର ଅଧ୍ୟକ୍ଷତା କରିଥିଲେ ଏବଂ ସମସ୍ତ ଅତିଥି ଓ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରିଥିଲେ । ଏହି ଦିନର ଉର୍ଦ୍ଦେଶ୍ୟ ଏବଂ ଗୁରୁତ୍ୱ ବିଷୟରେ କହିଥିଲେ । ଭାଷଣ ପ୍ରତିଯୋଗିତାର ବିଜେତା ମାନଙ୍କୁ ପୁରସ୍କାର ଏବଂ ପ୍ରମାଣପତ୍ର ପ୍ରଦାନ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତ ଅଂଶଗ୍ରହଣକାରୀ ଅତିଥି ପ୍ରେସ୍‌ର ସାମ୍ବାଦିକ ଏବଂ କର୍ମଚାରୀଙ୍କୁ ଆଭା ସଚିବ ଦୁର୍ଯ୍ୟୋଧନ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.