ଗାଇସିଲାଟ ବିଜେପି କାର୍ଯ୍ୟକର୍ତ୍ତା ସମାବେଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜେପି ଗାଇସିଲାଟ ନେଲା ବିଜୟର ସଂକଳ୍ପ । ନିଶ୍ଚିତ ବିଜୟର ଦୃଢ ମାନସିକତା ନେବାକୁ ‘ବୁଥ ସ୍ତରୀୟ କାର୍ଯ୍ୟ କର’ ବରଗଡ ଜିଲ୍ଲା ଗାଇସିଲାଟ ବ୍ଲକ ବିଜେପିର କାର୍ଯ୍ୟକର୍ତ୍ତା ସମାବେଶ ଚଂଘରିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ମୋଦି ଗ୍ୟାରେଣ୍ଟି ସଂପର୍କରେ ଲୋକଙ୍କୁ ବୁଝାଇ ୪୦୦ ପାର ହେବା ସଂକଳ୍ପକୁ ସଫଳ କରିବାକୁ ସମର୍ପିତ ହେବାକୁ ଆହ୍ୱାନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ଲୋକେ ଯୋଗ ଦେଇଥିବା ବେଳେ ଲୋକସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତ ଓ ବିଜେପୁର ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ସନତ କୁମାର ଗର୍ତିଆ ଯୋଗ ଦେଇଥିଲେ । ଏହି କର୍ମୀ ସମ୍ମିଳନୀରେ ଅଞ୍ଚଳର ଶତାଧିକ ଲୋକେ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଗାଇସିଲାଟ ଜୋନ ୨ ଜିଲ୍ଲା ପରିଷଦ ସଭ୍ୟା ଝରଣା ପାଣିଗ୍ରାହୀ, ପ୍ରବୀଣ ପାଣିଗ୍ରାହୀ ଜିଲ୍ଲା ଉପସଭାପତି, ମଦନ ଦୀପ ନିର୍ବାଚନ ମଣ୍ଡଳୀ ସଂଯୋଜକ, ସଭାପତିତ୍ୱ କରିଥିଲେ ତାଳପାଲି ପଂଚାୟତ ପ୍ରମୁଖ ଶଙ୍କର ମହାନ୍ତି, ସଭା ପରିଚାଳନା ବିପିନ ବିହାରୀ ସାହୁ, ସଭା ଆଭିମୁଖ୍ୟ ଆନନ୍ଦ ମଟାରୀ, ମେଡିଆ ସଂଯୋଜକ ଝସକେତନ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ଫିରିଙ୍ଗିମାକ, ତାଲପାଲି, ଜନକେଡ ସମେତ ବିଭିନ୍ନ ଗ୍ରାମର ୭୦ ଜଣ ବିଜେପିରେ ଯୋଗଦାନ କରିଥିଲେ ।

jittmm
Leave A Reply

Your email address will not be published.