oom

ଛତ୍ରପୁର ନିର୍ବାଚନ ମଣ୍ଡଳୀ ଭାଜପା ପକ୍ଷରୁ ଶକ୍ତି ପ୍ରଦର୍ଶନ : ବୁଥ୍‌ ବିଜୟ ସମାବେଶ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଆସନ୍ତା ମେ ୧୩ରେ ସାଧାରଣ ନିର୍ବାଚନ ନଜରରେ ରଖି ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ବିଧାୟକ ପଦବୀ ପାଇଁ ପ୍ରାର୍ଥିଙ୍କ ନାମ ଘୋଷଣା ପରେ ବିଭିନ୍ନ ରାଜନୈତିକ ଦଳ ଗୁଡିକ ରଣନୀତି ଆରମ୍ଭ କରିଦେଇଛନ୍ତି । ଏନେଇ ଭାଜପା ପକ୍ଷରୁ ଗଞ୍ଜାମ ବ୍ଲକ ସନ୍ତୋଷପୁର ପଞ୍ଚାୟତ କୁଶପଲ୍ଲି ମା’ ଚାମୁଣ୍ଡା ମନ୍ଦିର କଲ୍ୟାଣ ମଣ୍ଡପରେ ବୁଥ୍‌ ବିଜୟ ସମାବେଶ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ଭାଜପା ଜିଲ୍ଲା ସଭାପତି ଡ଼କ୍ଟର ସୁବାଷ ଚନ୍ଦ୍ର ସାହୁ ସଭାପତିତ୍ୱ କରିଥିବା ବେଳେ ଜିଲ୍ଲା ଏସି ମୋର୍ଚ୍ଚା ସଭାପତି କୀର୍ତ୍ତନ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଛତ୍ରପୁର ନିର୍ବାଚନ ମଣ୍ଡଳୀ ଭାଜପା ବିଧାୟକ ପ୍ରାର୍ଥି କୃଷ୍ଣଚନ୍ଦ୍ର ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ନାୟକ, ଜିଲ୍ଲା ସମ୍ପାଦକ ଲକ୍ଷ୍ମୀନାରାୟଣ ପଣ୍ଡା, ଜିଲ୍ଲା ପ୍ରଭାରୀ ପ୍ରଦୀପ କୁମାର ପାତ୍ର, ରାଜ୍ୟ ମହିଳା ମୋର୍ଚ୍ଚା ତଥା ରାଜ୍ୟ ସମ୍ପାଦିକା, ଓକିଲ ବାର ଆସୋସିଏସନ୍‌ ସଭାପତି ପ୍ରଦୀପ କୁମାର ପାଢ଼ୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ରଶ୍ମିରାଣୀ ମହାପାତ୍ର, ଜିଲ୍ଲା ସଂଯୋଜକ ପଦ୍ମ ସାହୁ, ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ପ୍ରଭାକର ନାହାକ, ବୁଥ୍‌ ଇନ୍‌ଚାର୍ଜ ସୁରେଶ ରେଡ୍ଡି, ବିସ୍ତାରକ ଆଲୋକ କୁମାର ମହାନ୍ତି, ସଂଯୋଜକ ବସନ୍ତ କୁମାର ବେହେରା, ଭିକାରି ପଲ୍ଲୀ ମଣ୍ଡଳ ସଭାପତି ପଦ୍ମ ପରିଡା, ସମିତି ସଭ୍ୟା ମାମି ଦାସ, ଯୁବ ମୋର୍ଚ୍ଚା ସଭାପତି ଟୁକୁନା ସାହୁ ପ୍ରମୁଖ ଭାଜପା ଆଗଧାଡିର ନେତା ମଂଚାସୀନ ଥିଲେ । ଦୀର୍ଘ ୨୫ ବର୍ଷ ଧରି ଶାସନର କ୍ଷମତାରେ ଥିବା ବିଜେଡି ସରକାର ଓଡିଶାବାସୀଙ୍କୁ ଠକି ଚାଲିଛନ୍ତି । ଏହି ନିର୍ବାଚନ ମଣ୍ଡଳୀରେ ଶିକ୍ଷା ସ୍ୱାସ୍ଥ୍ୟ ସେବା ଓ ଆଇନ ଶୃଙ୍ଖଳା ଭୁଷୁଡି ପଡିଛି । ଗରିବ ଜନସାଧାରଣଙ୍କ ମୌଳିକ ସମସ୍ୟା ସମାଧାନ ଦିଗରେ ସରକାର ବିଫଳ ହୋଇଛନ୍ତି । ଚାଷୀଙ୍କ ପାଇଁ ଜଳ ସେଚନର ବ୍ୟବସ୍ଥା ଆଣି ପାରିନାହାନ୍ତି । ରାସନ୍‌ କାର୍ଡ ଦୁର୍ନୀତି ହୋଇଥିବା ବେଳେ ଏହି ସରକାର ପିସି କାରବାରରେ ବ୍ୟସ୍ତ ରହୁଥିବା ଭାଜପା ନେତାମାନେ ଅଭିଯୋଗ କରିଛନ୍ତି । ସାଂସଦ ଥରେ ହେଲେ ଗଞ୍ଜାମ ବ୍ଲକ ଆସି ଲୋକଙ୍କ ସମସ୍ୟା ଶୁଣି ନଥିବା ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ ନିଜ ବକ୍ତବ୍ୟରେ କହିଛନ୍ତି । ପ୍ରଧାନ ମନ୍ତ୍ରୀଙ୍କ ବିଭିନ୍ନ ଜନହିତକର ଲୋକାଭିମୁଖୀ ଯୋଜନାକୁ ନେଇ ଚଳିତ ନିର୍ବାଚନରେ ବିଧାୟକ ପ୍ରାର୍ଥି ଓ ସାଂସଦ ପ୍ରାର୍ଥୀଙ୍କୁ ବିପୁଳ ଭୋଟ୍‌ରେ ବିଜୟୀ କରିବାକୁ ଆହ୍ୱାନ ଦିଆଯାଇଛି । ବିଜେପିର ଏକ ଅସନ୍ତୁଷ୍ଟ ଗୋଷ୍ଠୀ ଏହି ସମାବେଶରେ ଯୋଗ ଦେଇ ନଥିବା ଦେଖିବାକୁ ମିଳିଥିଲା । ବିଜେପି ଏକ ଶୃଙ୍ଖଳିତ ଦଳ । କିଛି କୁଚକ୍ରୀ ଗୋଷ୍ଠୀ ନିର୍ବାଚନ ଆସିଲେ ନିଜ ସ୍ୱାର୍ଥ ପାଇଁ ଦଳକୁ ବଦନାମ କରୁଛନ୍ତି । ସେମାନଙ୍କ ହାତରେ ଭୋଟ୍‌ ନାହିଁ କେବଳ କିଛି ପାଇବା ଆଶାରେ ଏଭଳି ହୀନ କାର୍ଯ୍ୟ କରି ଆସୁଥିବା ଭାଜପା ଜିଲ୍ଲା ସାଧାରଣ ସମ୍ପାଦକ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଦଳକୁ ବିଭାଜନ କରିବାକୁ ଯେଉଁମାନେ ଉଦ୍ୟମ କରୁଛନ୍ତି ଦଳ ଉପରେ କିଛି ପ୍ରଭାବ ପଡିବ ନାହିଁ ବୋଲି ବରିଷ୍ଠ ଭାଜପା ନେତା କୀର୍ତ୍ତନ ଦାସ କହିଛନ୍ତି । ଚଳିତ ନିର୍ବାଚନରେ ଭାଜପା ବହୂ ଭୋଟ୍‌ ବ୍ୟବଧାନରେ ବିଜୟୀ ହେବ ବୋଲି ଜିଲ୍ଲା ସଭାପତି ସାହୁ କହିଛନ୍ତି ।

jittmm
Leave A Reply

Your email address will not be published.