ls

କଂଟାବାଂଜିରେ ଅନୁଷ୍ଠିତ ହେଲା କଂଗ୍ରେସ କର୍ମୀ ସମାବେଶ

sb

କଂଟାବାଂଜି, (ମନିଶ କୁମାର ହଂସ) : ସ୍ଥାନୀୟ ଜୈନ ଭବନରେ କଂଗ୍ରେସ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଥିବା ବେଳେ ଏଥିରେ ଅଧ୍ୟକ୍ଷତା କରିଛନ୍ତି କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜା । ଏଥିରେ ଜିଲ୍ଲା ସଭାପତି ଦିଲୀପ ବେହେରା ମୁଖ୍ୟ ଅତିଥି ଭାବେ ଓ କଂଗ୍ରେସ ପ୍ରବକ୍ତା ସାନନ୍ଦ ମିଶ୍ର, ଯୁବ କଂଗ୍ରେସ ଜିଲ୍ଲା ସଭାପତି ପ୍ରେମ ମିଶ୍ର, ଯୁବ ଛାତ୍ର ସଭାପତି ଅଙ୍କିତ ସାହୁ, ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ରଂଜୁବାଳା ବେହେରା, ତୁରେକେଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ଅନୁ ଭୋଇ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କଂଗ୍ରେସର କାର୍ଯ୍ୟଧାରା ଏବଂ ଜନାଭିମୁଖୀ ଆଦର୍ଶ ସଂପର୍କରେ ସମାବେଶରେ ଆଲୋଚନା ହୋଇଥିଲା । ଅଧ୍ୟକ୍ଷ ବିଧାୟକ ଶ୍ରୀ ସାଲୁଜା କଂଗ୍ରେସ ପକ୍ଷରୁ ଜନସାଧାରଣଙ୍କ ମଧ୍ୟରେ କୋଭିଡ଼୍‌-୧୯ ପାଇଁ ସଚେତନତା ସୃଷ୍ଟି କରାଯାଉଥିବା ବେଳେ କୋଭିଡ଼ ଗାଇଡ଼ ଲାଇନ୍‌ର ଅନୁପାଳନ ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରାଯାଉଛି ବୋଲି କହିବା ସହ ବିଜେପିର କୃଷି ଅଧ୍ୟାଦେଶକୁ ନିନ୍ଦା କରିଥିଲେ । ରାଜ୍ୟରେ ବିଜେଡ଼ି ସରକାରଙ୍କ ମଧ୍ୟ ଜନସାଧାରଣଙ୍କ ବିଶ୍ୱାସ ସହ ଖେଳୁଥିବା ସେ ପ୍ରକାଶ କରିଛନ୍ତି । ତେବେ ଆଗାମୀ ସମୟରେ ପଞ୍ଚାୟତ ଓ ଏନ୍‌ଏସି. ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ କିଭଳି ବିଜୟୀ ହେବେ ସେ ସଂପର୍କରେ ସମାବେଶରେ ଆଲୋଚନା ହୋଇଥିଲା । ସମାବେଶରେ କେଶବ ନାରାୟଣ ଜୈନ ମଂଚ ପରିଚାଳନା କରିଥିବା ବେଳେ କଂଟାବାଂଜି ନିର୍ବାଚନ ମଣ୍ଡଳୀର କଂଗ୍ରେସ କର୍ମୀ ସମିତି ସଭ୍ୟ କୌଶିକ ମେହେର, ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ମାମରାଜ ଜୈନ, ଅନୀଲ ଅଗ୍ରୱାଲ, ଦୀପକ ବର୍ମା, ସଂଜୟ ଅଗ୍ରୱାଲ, ରାଜୁ ଅଗ୍ରୱାଲ, ଭାଲୁମୁଣ୍ଡା ସରପଂଚ ଉପନ୍ଦ୍ରେ ମେହେର, ଚମାର ସେଠ, ସୁଶୀଲ ରାଉତ ପ୍ରମୁଖ ସାମିଲ୍‌ ହୋଇଥିଲେ ।

pc pk
Leave A Reply

Your email address will not be published.