ସିନାପାଲିରେ ଏନ୍‌ପିଏସ୍ କର୍ମଚାରୀ ସମାବେଶ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ସମସ୍ତ ସରକାରୀ ବିଭାଗର ଏନ୍‌ପିଏସ୍ କର୍ମଚାରୀଙ୍କୁ ନେଇ ଏକ ସାଂଗଠନିକ ବୈଠକ ସ୍ଥାନୀୟ ହାଇସ୍କୁଲ ସଭାକକ୍ଷରେ ଆୟୋଜିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ରାକେଶ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବିଶିଷ୍ଟ ଶିକ୍ଷକ ନେତା ପ୍ରଶାନ୍ତ କୁମାର ପଣ୍ତା, ଗଣେଶ ଚନ୍ଦ୍ର ଦୁବେ, ଡବ୍ଲୁଏଓ ସୂର୍ଯ୍ୟକାନ୍ତ ଭୋଏ, କୃଷୀ ଅଧିକାରୀ ସୁଧାଂଶୁ ଶେଖର ମେହେର, ବୋଡ଼େନ ବ୍ଲକ ସଭାପତି ଉପେଂଦ୍ର ପାଣିଗ୍ରାହୀ, ବ୍ଲକ ଓଷ୍ଟା ଉପସଭାପତି ଲଳିତ ସୁନାରୀ, ଆଇନଜୀବୀ ସଞ୍ଜୟ ବେହେରା, ପ୍ରାଥମିକ ଶିକ୍ଷକ ସଂଘ ସଭାପତି ପ୍ରସନ୍ନ ମାଝୀ, ଫରେଷ୍ଟର ସନ୍ତୋଷ ସୁନାନୀ ପ୍ରମୁଖ ମଂଚାସୀନ ଥିଲେ । ସଭା ପ୍ରାରମ୍ଭରେ ବୈଷ୍ଣବ ମେହେର ସମସ୍ତଙ୍କୁ ସ୍ୱାଗତ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ସରକାରଙ୍କ ନୂତନ ପେନସନ୍ ଯୋଜନା କର୍ମଚାରୀଙ୍କ ଭବିଷ୍ୟତକୁ ଅନ୍ଧକାର ଭିତରକୁ ଠେଲି ଦେଉଥିବା ବେଳେ ପୁଣିଥରେ ପୁରୁଣା ପେନସନ୍ ଲାଗୁ ହେବା ଜରୁରୀ, ତେଣୁ ସମସ୍ତ ଏନପିଏସ୍ କର୍ମଚାରୀ ଏକଜୁଟ୍ ହୋଇ ଦୃଢ଼ ସ୍ୱରରେ ନିଜ ଦାବୀକୁ ଉପସ୍ଥାପନା କରିବା ଦରକାର ବୋଲି ଏ ଅବସରରେ ବକ୍ତାମାନେ ମତ ବ୍ୟକ୍ତ କରିଥିଲେ । ଏନେଇ ବ୍ଲକସ୍ତରୀୟ କାର୍ଯ୍ୟକାରିଣୀ ପରିଷଦର ଗଠନ କରାଯାଇଥିବା ବେଳେ ପରିଷଦର ସଭାପତି ଭାବରେ ରାକେଶ ମିଶ୍ର, ଉପସଭାପତି ସୂର୍ଯ୍ୟକାନ୍ତ ଭୋଏ ଓ ଚିନ୍ମୟୀ ପାତ୍ର, ସାଧାରଣ ସଂପାଦକ ବୈଷ୍ଣବ ମେହେର, ସହସଂପାଦକ ସୁଧାଂଶୁ ଶେଖର ମେହେର ଓ ନୀଳିମା ଜେନା ଏବଂ କୋଷାଧ୍ୟକ୍ଷ ଭାବରେ ଖଗେଶ୍ୱର ନିଆଲଙ୍କୁ ଚୟନ କରାଯାଇଥିଲା । ସେହିଭଳି କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ସନ୍ତୋଷ ସୁନାନୀ, ଅରୁଣ ଯୋଷୀ, ଲଳିତ ସୁନାରୀ, ପରେଶନାଥ ପାଣିଗ୍ରାହୀ, ଭବେଶ ମେହେର, ଅଞ୍ଜନା ଗହୀର, ଚଂଦ୍ରମଣି ମେହେର, ହରେକୃଷ୍ଣ ମେହେର, ରମେଶଚନ୍ଦ୍ର ମେହେରଙ୍କୁ ମନୋନିତ କରାଯାଇଛି । କାର୍ଯ୍ୟକ୍ରମ ଆୟୋଜନରେ ପ୍ରକାଶ ଚନ୍ଦ୍ର ମେହେର, ରାଜେଂଦ୍ର ପ୍ରସାଦ ଖମାରୀ, ବଂଶୀଧର ଜଗତ, ଲୋଚନ ମେହେର, ଈଶ୍ୱର ବଘେଲ, ଚୂଡ଼ାମଣି ମେହେର, ଦେବାନନ୍ଦ ବାଗ, ନିକୁଞ୍ଜ ସା, ଗୌତମ ମେହେର, ଦୀପକ ସା, ପ୍ରେମାନନ୍ଦ ମେହେର, ଧିରେଂଦ୍ର ସା, ହେତୁରାମ ମେହେର, ସୁନୀଳ ଠାକୁର, ମିନତୀ ମେହେର, ସାନୁର୍ୟ୍ୟ ମେହେର, ଦୁର୍ଦ୍ଦାନ୍ତ ମେହେର, ନରେଶ ମାଝୀ, ଗିରିଶ ସା, କୌଶିକ ସା, ଆଶିଷ ସା ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ମହେଶ୍ୱର ଗୁଆଲ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.