ଆଗଲପୁର, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ନଅଗାଁ(ଖ) ସ୍ଥିତ ପଲ୍ଲୀ ଆଲୋକ ପାଠାଗାର କାର୍ଯ୍ୟାଳୟଠାରେ ନୁନିଆପାଲି, ଝରଣିପାଲି ଓ ନଅଗାଁ(ଖ)ର ମହିଳା କୃଷକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେଇଯାଇଛି । ଅନୁଷ୍ଠାନର ସମ୍ପାଦକ ପ୍ରଶାନ୍ତ ନାୟକ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ଉପରୋକ୍ତ ପଞ୍ଚାୟତ ଗୁଡ଼ିକର ଗାଁ ମାନଙ୍କର ସମସ୍ତ ମହିଳା କୃଷକମାନଙ୍କୁ ନେଇ ଏକ ପ୍ରଡ୍ୟୁସର୍ କମ୍ପାନୀ ଗଠନ ଉପରେ ଗୁରୁତ୍ୱାରୋପ କରିଥିଲେ । ଫଳରେ ଆଗାମୀ ଦିନରେ ଏହି ପ୍ରଡୁସର କମ୍ପାନୀ ତରଫରୁ ଚାଷର ଉନ୍ନତି ତଥା ମହିଳାମାନେ ସଶକ୍ତକରଣ ଓ ସ୍ୱାବଲମ୍ବୀ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଅଭିଜିତ ମିଶ୍ର କମ୍ପାନୀର ଗଠନ ପ୍ରଣାଳୀ ତଥା ବ୍ୟବସ୍ଥା ଉପରେ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଗୋବିନ୍ଦ ଚନ୍ଦ୍ର ବିଶି ପରିଚାଳନା କରିଥିବା ବେଳେ ୠଋଝ ତାଲିମ ଦାତା ମହେନ୍ଦ୍ର ପଧାନ ଜୈବିକ ପଦ୍ଧତି ଚାଷ କରିବା ପାଇଁ ମହିଳାମାନଙ୍କୁ ଅନୁରୋଧ କରିଥିଲେ । ପ୍ରହଲ୍ଲାଦ ପଧାନ, ପ୍ରଶାନ୍ତ କୁଅଁର, ସୁଶାନ୍ତ ସା, ନମିତା ପଧାନ, ଆଶିଷ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Prev Post