
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭାଲୁମୁଣ୍ଡା ଉଚ୍ଚ ବିଦ୍ୟାଳୟର ପୂରାତନ ଛାତ୍ର ସମାବେଶ ଅନୁଷ୍ଠିତ ହୋଇଯାଇଛି । ଭାଲୁମୁଣ୍ଡାର ୨୦୦୦ ମସିହା ମାଟ୍ରିକ ବ୍ୟାଚର ୨୫ ବର୍ଷ ପୂର୍ତ୍ତି ଅବସରରେ ରୋପ୍ୟ ଜୟନ୍ତୀ ସମାରୋହ ଉପଲକ୍ଷେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଭାଲୁମୁଣ୍ଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାସ୍କର ଆପଟ, ମିନିକେତନ ସାହୁ, ପ୍ରଣୟ ବଲ୍ଲବ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ନୂତନ ଭାବେ ବିଦ୍ୟାଳୟରେ ଯୋଗ ଦେଇଥିବା ଶିକ୍ଷକ ଶିକ୍ଷୟତ୍ରୀ ଶେଷଦେବ ଧରୁଆ, ଦିଲ୍ଲୀପ ମହାନନ୍ଦ, ଅନିଲ ଦାସ, ଗୀତାଞ୍ଜଳି ମଲ୍ଲିକ, ମନବୋଧ କାଲସାଏ ସହ ସାମ୍ବାଦିକ ହୁଲେଶ୍ୱର ହଂସ, ରାଧେଶ୍ୟାମ ମେହେରଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ହରେକୃଷ୍ଣ ମେହେର ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରଦୀପ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ପାଠ ପଢ଼ୁଥିବା ସମୟର କଥାକୁ ସ୍ମୃତି ପକାଇ ଥିଲେ । ଏଥିରେ ପୁରାତନ ଛାତ୍ର ତୁଲାରାମ ମେହେର, ପ୍ରଦୀପ ମେହେର, ଦୀପକ ସାହୁ, ଘନଶ୍ୟାମ ମେହେର, ମୁରଲୀଧର କୁମ୍ଭାର, ହରେକୃଷ୍ଣ ମେହେର, ନୀଳକଣ୍ଠ ମେହେର, ଯୋଗେନ୍ଦ୍ର ମେହେର ପ୍ରମୁଖ ସହଯୋଗ କରିଥିଲେ । ଏଥିରେ ପୁରାତନ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।