oom

ଯୁରିଆଠାରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ୩୮ତମ ସଂକଳ୍ପ ସମାବେଶ

jsmm

ପଦ୍ମପୁର / ଖପ୍ରାଖୋଲ, (ନିରୋଜ କୁମାର ପାଣୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଲୁହାସିଂହା ପଞ୍ଚାୟତ ଯୁରିଆ ଶିବ ମନ୍ଦିର ସମ୍ମୁଖରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ୩୮ତମ ସଂକଳ୍ପ ସମାବେଶ ରବିବାର ଯୁବ ପରିଷଦ ଯୁଗ୍ମ ଆବାହକ ସୁଶୀଲ କୁମାର ଗୁରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ନୃସିଂହନାଥ ଶାଖାର କର୍ମକର୍ତ୍ତାମାନେ ନରସିଂହନାଥରୁ ଏକ ମଶାଲ ଶୋଭାଯାତ୍ରା ପଦ୍ମପୁର ଦେଇ ଯୁରିଆଠାରେ ପହଞ୍ଚି ଥିଲେ । ମଶାଲ ଶୋଭାଯାତ୍ରା ଦଳକୁ ଯୁରିଆରେ ଭବ୍ୟ ସ୍ଵାଗତ କରିବା ସହ ବାଦ୍ୟର ତାଳେ ତାଳେ ସମାରୋହ ସ୍ଥଳକୁ ନେଇଥିଲେ । ସମାବେଶରେ ମୁଖ୍ୟ ଅତିଥି ରୂପେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ଉପଦେଷ୍ଟା ତଥା ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ଯୁବ ପରିସଦ କେନ୍ଦ୍ରୀୟ ଆବାହକ ଦୁର୍ଯ୍ୟୋଧନ ପୁଟା, ରାହାସ ବିହାରି ସାହୁ, ରଘୁବୀର ସିଂ ବରିହା, ଭୀଷ୍ମଦେବ ପଟେଲ, ଟେମରି ସରପଞ୍ଚ ଦିଲ୍ଲୀପ ବେହେରା, ଥବିର୍ ମେହେର, କ୍ଷମାନିଧି ଭୋଇ, ବୀପ୍ର ବିଶି, ଡ଼ା. ବିପିନ କୋସଲିଆ ସୁବାସ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନର ପୃଷ୍ଟଭୂମି, ଜନ ଆନ୍ଦୋଳନର ବିଜୟ ଉପରେ ଆଲୋକପାତ କରିଥିଲେ । ବଲାଙ୍ଗିର ଓ ବରଗଡ଼ ଜିଲ୍ଲାର ସୀମାନ୍ତରେ ଗନ୍ଧମାର୍ଦ୍ଦନ ପାହାଡ ଥିବାବେଳେ ଅନେକ ଚିରସ୍ରୋତା ଝରଣା, ଜୈବ ବିବିଧତା, ଅନେକ ଦୁର୍ଲଭ ଜଡ଼ିବୁଟି ସହ ହରିଶଙ୍କର ଓ ନୃସିଂହନାଥ ମନ୍ଦିର ପାଇଁ ପ୍ରସିଦ୍ଧ ରହିଛି । ଗତ ଅଶି ଦଶକରେ ବାଲକୋ କମ୍ପାନୀ ଦ୍ଵାରା ବକ୍ସାଇଟ ଖନନ ପାଇଁ ଲିଜ ଦେଇଥିବା ବେଳେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ଆନ୍ଦୋଳନ ଓ ଜନ ସମର୍ଥନ ଯୋଗୁଁ ସରକାର ଲିଜ ବାତିଲ କରିବାକୁ ବାଧ୍ୟ ହୋଇଥିଲେ । ପାହାଡ଼ର ସୁରକ୍ଷା ପାଇଁ ପ୍ରତିବର୍ଷ ନୂଆ ବର୍ଷର ପ୍ରଥମ ଦିନ ସଂକଳ୍ପ ସମାବେଶ ଆୟୋଜିତ ହୋଇଥାଏ । ଏହି ଅବସରରେ ପ୍ରଥମେ ବୟୋଜ୍ୟେଷ୍ଠଙ୍କୁ ପୂଜନ ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପରେ ନୃସିଂହନାଥ ଅଞ୍ଚଳର ସଂଗ୍ରାମୀମାନଙ୍କୁ ମଧ୍ୟ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ସୁରେଶ ପ୍ରଧାନ, ଗନେଶି ତାଣ୍ଡି, ଧରମସିଂ ଧରୁଆ, ଗଜ ନାଗ, ଟିକେଶ୍ୱର ଧରୁଆ, ଶତ୍ରୁଘ୍ନ ନାଏକ, ଅନ୍ତର୍ଯ୍ୟାମୀ ଦାଶ, ପୂର୍ଣ୍ଣଚନ୍ଦ୍ର ସାହୁ, ଦିନବନ୍ଧୁ ମେହେର, କର୍ଣ୍ଣ ସିଂ ଠାକୁର, ବାବାଜୀ ମେହେର, ରାଜେନ୍ଦ୍ର ମିଶ୍ର, ଜ୍ୟୋତି ରଞ୍ଜନ ସାହୁ, ମନୋହର ସୁନା, ଗୋବିନ୍ଦ ବନଛୋର, କୌଲାସ ଦିଶ୍ରୀ, ଜଗଦିଶ ଲୁହାର, ମୀନକେତନ ମରେଇ, ସନ୍ତୋଷ ପାଢୀ, ଡମ୍ବରୁଧର ବେହେରା, ଭାଗରଥି ବେହେରା, ମହେନ୍ଦ୍ର ପ୍ରଧାନ, ପ୍ରିୟବ୍ରତ ଆର୍ଯ୍ୟ, ଡୋଲାମଣି ପାଣ୍ତେ, ଗଜେନ୍ଦ୍ର ସେଠ, ଧବଲେଶ୍ଵର ବରିହା, ଗଙ୍ଗାଧର ସାହୁଙ୍କ ସମେତ ଶତାଧିକ ମହିଳା ପୁରୁଷ ଯୋଗ ଦେଇଥିଲେ । ପୂର୍ବତନ ଆବାହକ ଧିରେନ୍ ମହାନ୍ତି ସ୍ଵାଗତ ଭାଷଣ ଦେଇଥିବା ବେଳେ ଅଭୟ ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.