୨୩ରେ ଓଡିଶା ଗ୍ରାମ ପଞ୍ଚାୟତ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘର ସମାବେଶ

ଭୁବନେଶ୍ୱର : ଓଡିଶା ଗ୍ରାମ ପଞ୍ଚାୟତ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘର ଏକ ବିରାଟ ସମାବେଶ ଆସନ୍ତା ୨୩ ତାରିଖରେ ଦିନ ୧୧ ଟାରେ ସମ୍ବଲପୁର ସ୍ଥିତ ମା’ ସମଲେଇ ପୀଠରେ ଅନୁଷ୍ଠିତ ହେବ । ଏଥିରେ ସମସ୍ତ ଜିଲ୍ଲାରୁ ସଂଘର କର୍ମକର୍ତ୍ତା ଓ ଇଚ୍ଛୁକ ସଭ୍ୟସଭ୍ୟାମାନେ ଯୋଗ ଦେବାରୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି । ଏକ ପ୍ରେସ ବିବୃତ୍ତି ଜରିଆରେ ସଂଘର ଉପଦେଷ୍ଟା ବିରଞ୍ଚି ପାଳ, କାର୍ଯ୍ୟକାରୀ ସଭାପତି ସୋମନାଥ ସିଂହ, କୋଷାଧ୍ୟକ୍ଷ ରବି ସେନାପତି, ସମୀକ୍ଷକ ସତ୍ୟବାନ ସାହୁ ପ୍ରମୁଖ ଏହି ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ଅଧିକ ବିବରଣୀ ପାଇଁ ଫୋନ ନଂ- ୮୯୧୭୫୯୩୪୪୭ ନମ୍ବରରେ ଯୋଗାଯୋଗ କରିବାକୁ ସଂଘ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.