centurian jitm

ରାମବଡମାଲରେ ସର୍ବ ଭାରତୀୟ ବିଞ୍ଝାଲ ସମାଜର ସମାବେଶ

nschool
  • ବିଞ୍ଝାଲ ସମାଜର ସାମଗ୍ରିକ ଉନ୍ନତି ପାଇଁ ଶିକ୍ଷା ହିଁ ଆବଶ୍ୟକ : ଶିକ୍ଷାବିତ୍ ଶଙ୍କର ପ୍ରସାଦ ମାଝୀ

ଯୁଯୁମୁରା, (ଗୋରେଖନାଥ ବରିହା) : ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ କୟାକୁଦ ପଞ୍ଚାୟତ ରାମବଡମାଲ ଗ୍ରାମ ଲକ୍ଷ୍ମୀ ମଣ୍ଡପଠାରେ ସର୍ବ ଭାରତୀୟ ବିଞ୍ଝାଲ ସମାଜର ଏକ ସାମାଜିକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସମାଜର ଇଷ୍ଟ ଦେବୀ ମା’ ବିନ୍ଧ୍ୟବାସିନୀଙ୍କ ପୂଜାର୍ଚ୍ଚନା ପରେ ସାମୁହିକ ପ୍ରାର୍ଥନା କରାଯାଇଥିବା ବେଳେ ବଲାଙ୍ଗିର ବ୍ଲକ ସଭାପତି କୁଶ ବରିହା ମା’ ବିନ୍ଧ୍ୟବାସିନୀଙ୍କ ବନ୍ଦନା ଗାନ କରିଥିଲେ । ସୁଶ୍ରୀ ସ୍ୱପନୀ ବିଞ୍ଝାଲ, ଉମେଶ ବିଞ୍ଝାଲ ଉଭୟଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଭାରେ ଲାଟ ସଭାପତି ହୃଷିକେଶ ବରିହା ମୁଖ୍ୟ ଅତିଥି, ସହ ଉପଲାଟ ସଭାପତି ତଥା ଶିକ୍ଷାବିତ୍ ଶଙ୍କର ପ୍ରସାଦ ମାଝୀ ମୁଖ୍ୟବକ୍ତା, ଉପଲାଟ ଚନ୍ଦ୍ରଶେଖର ବାଗ, ସଂପାଦକ ଆଶାରାମ ବରିହା, ବଲାଙ୍ଗିର ବ୍ଲକ ସଭାପତି କୁଶ ବରିହା, ଖପ୍ରାଖୋଲ ବ୍ଲକ ସଭାପତି ଚନ୍ଦ୍ରଶେଖର ବରିହା, ନୂଆପଡ଼ା ସଂଗଠନ ବାବୁଲାଲ ବରିହା, ରାମଚନ୍ଦ୍ର ବରିହା, ତୁଲସୀ ବରିହା, ପାଟଣାଗଡ଼ ସଭାପତି କିଶୋର ବରିହା, ମିଡ଼ିଆ ସେଲ ସଂଯୋଜକ ଗୋରେଖନାଥ ବରିହା, ଆଗଲପୁର ସଂପାଦକ ସତ୍ୟନାରାୟଣ ବରିହା, ଉପସଭାପତି ମନବୋଧ ବରିହା, ଗୋପବନ୍ଧୁ ବରିହା, ପାଇକମାଲ ବ୍ଲକ ସଭାପତି ପ୍ରେମାନନ୍ଦ ବରିହା, ସଂପାଦକ ଦେବରାଜ ବରିହା, ବୋଡ ସଭାପତି ରାମଚନ୍ଦ୍ର ବରିହା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସଭାରେ ବିଞ୍ଝାଲ ସମାଜର ଭାଷା, ସଂସ୍କୃତି ପରମ୍ପରା, ସାମାଜିକ ନିୟମାବଳୀ, ବିଞ୍ଝାଲ ସମାଜର ପାରଂମ୍ପାରିକ ବିବାହ ବନ୍ଦାପନା, ଶିକ୍ଷା, ସ୍ଵାସ୍ଥ୍ୟ, ନାରୀ ଶିକ୍ଷା ଉପରେ ଗୁରୁତ୍ୱ, ସାମାଜିକ ଉନ୍ନତି ପାଇଁ ଏକତା, ସଂଗଠନ ଗଠନ କରିବା, ଆଦିବାସୀ ମାନଙ୍କ ହକ ଅଧିକାର, ଜୀବନ ଜୀବିକା ସହ ସମାଜର ବିଭିନ୍ନ ଦିଗର ଉପରେ ଆଲୋଚନା କରିଥିଲେ । ଶିକ୍ଷା କ୍ଷେତ୍ରରେ ସୁବିଧା ସୁଯୋଗକୁ ହାତଛଡ଼ା ନକରି ପୁଅ ଝିଅମାନଙ୍କୁ ପାଠପଢିବାକୁ ସଭାରେ ଆଲୋଚନା କରାଯାଇଥିଲା । ଏଥିରେ ଜୟ ବିଞ୍ଝାଲ, ବ୍ରଜ ବିଞ୍ଝାଲ, ବିଶ୍ଵାମିତ୍ର ବିଞ୍ଝାଲ, ମଙ୍ଗଳୁ ବିଞ୍ଝାଲ, ଶ୍ରୀମତୀ ମନ୍ଦୋଦିନୀ ବିଞ୍ଝାଲ, କସ୍ତାଲ ବିଞ୍ଝାଲ, ବୁଇ, ଇଲା, ଶ୍ରୀମଣି, ରୀତା, ସିତାରାମ, କିଆ ବିଞ୍ଝାଲ, ଅନ୍ତର୍ଯ୍ୟାମୀ ବିଞ୍ଝାଲ, ବିଳ, ପ୍ରହଲ୍ଲାଦ, ବିଠଳ, ରବିନ୍ଦ୍ର, ଧ୍ୱଜ, ତୁଳ, ଡାକ୍ତର, ମହେନ୍ଦ୍ର, ପକାଳ, ସରୋଜିନୀ, ରଜ, ଜଗଦୀଶ, ବୈଷ୍ଣବ, ଦେବାର, ଫକିରଙ୍କ ସମେତ ଶତାଧିକ ମହିଳା ପୁରୁଷ ଯୋଗଦେଇଥିଲେ । ଉପଲାଟ ସଭାପତି ଶ୍ରୀ ବାଗ ଅତିଥି ପରିଚୟ ସହ ସଭା ପରିଚାଳନା କରିଥିଲେ । ରାମ ବଡମାଲ ଗ୍ରାମର ସମସ୍ତ ବିଞ୍ଝାଲ ସମାଜ ସଦସ୍ୟମାନେ ସହଯୋଗ କରିଥିବା ବେଳେ ଉମେଶ ବିଞ୍ଝାଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.