
ରାଉରକେଲା, (ସସ୍ମିତା ପ୍ରଧାନ) : ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଆଜି ରାଉରକେଲାର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଏକ କଦମ୍ ଆପ କେ ସାଥ ତରଫରୁ ଇସ୍ପାତ ମାର୍କେଟ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସହରର ୧୫ ଜଣ ନାରୀ ସଫେଇ କର୍ମଚାରୀଙ୍କୁ ଫୁଲତୋଡ଼ା, ଉତ୍ତରୀୟ, ମିଷ୍ଠାନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧନା ପ୍ରତ୍ୟୁତ୍ତରରେ ଏହା ସେମାନଙ୍କ ପାଇଁ ଅନନ୍ୟ ଅନୁଭୁତି ବୋଲି ମହିଳାମାନେ ପ୍ରକାଶ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା କଲ୍ୟାଣୀ ଦାସ, ସଭାପତି ମୋହନ ପଟ୍ଟନାୟକ, ଉପ ସଭାପତି ଉପେନ୍ଦ୍ର କୁମାର ବସ୍ତିଆ, ସାଧାରଣ ସମ୍ପାଦକ ଦିବାକର ଦାସ ଓ ଉପଦେଷ୍ଟା ଅଜୟ କୁମାର ନାୟକ ଉପସ୍ଥିତ ରହି ଆନ୍ତର୍ଜାତିକ ମହିଳା ଦିବସର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ସମ୍ବର୍ଦ୍ଧିତ ହୋଇଥିବା ସମସ୍ତ କର୍ମଚାରୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ । ଶେଷରେ ସଭାପତି ଶ୍ରୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।