
ଟିଟିଲାଗଡ଼ ଓମ ଭ୍ୟାଲି ସ୍କୁଲ ନାଁରେ ଫର୍ଜରି ଆଡ଼ମିଶନ ଅଭିଯୋଗ : ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଚିଫ୍ ଏଡଭାଇଜର
- ଥାନାରେ ଏତଲା
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ପ୍ରତିଷ୍ଠିତ ସ୍କୁଲ ଭିତରୁ ଓମ ଭ୍ୟାଲି ସ୍କୁଲ ଅନ୍ୟତମ । ଏଠାର କେବଳ ସିଏଚ୍ଏସ୍ଇ ପାଠ୍ୟକ୍ରମ ଉପଲବ୍ଧ । ତେବେ କିଛିଦିନ ତଳେ ଓମ ଭ୍ୟାଲି ସ୍କୁଲ ସୋସିଆଲ ପେଜ୍ରେ ସିଏଚ୍ଏସ୍ଇ ପାଠ୍ୟକ୍ରମରେ ନାମ ଲେଖା ବିଜ୍ଞାପନ ଦେଖିବାକୁ ମିଳିଥିଲା । କିଛି ମାସ ପୂର୍ବରୁ ମୁରିବାହାଲ ପଞ୍ଚାୟତ କଲେଜରେ କାର୍ୟ୍ୟରତ ଜଣେ ଜିଓଲୋଜିର ଅଧ୍ୟାପିକା ପୂଜାରାଣୀ ରଥ ବୋଲି ନିଜର ପରିଚୟ ଦେଇ ପ୍ରାକ୍ଟିକାଲ ପରୀକ୍ଷକ ଭାବେ ସିଏଚ୍ଏସ୍ଇ ବୋର୍ଡର ଚିଠି ଧରି ପରୀକ୍ଷା ନେବା ପାଇଁ ଆସିଛି ବୋଲି କହିବାରୁ ସ୍କୁଲ କତ୍ର୍ତ୍ତୃପକ୍ଷ ତାଜୁବ ହୋଇଥିଲେ । ତଦନ୍ତ କରିବାରୁ ଜଣାପଡିଲା ଯେ ଧନ ସିଂ ସାହୁ ଡିଏଭି ମହାବିଦ୍ୟାଳୟରୁ ପ୍ରାକ୍ଟିକାଲ ପ୍ରଶ୍ନ ପେପର ଓ ଉତ୍ତର ପେପର ସଂଗ୍ରହ କରିଛନ୍ତି ଯୁକ୍ତ ଦୁଇ ପରୀକ୍ଷା ବେଳେ, ସେହିପରି ଅରବିନ୍ଦ ପଣ୍ଡାଙ୍କ ଅଧ୍ୟକ୍ଷଙ୍କ ଦସ୍ତଖତ ମଧ୍ୟ ରହିଛି । ସେମାନେ ବ୍ୟବହାର କରୁଥିବା ଲେଟର ପେଡରେ ଓମ ଭ୍ୟାଲି ସ୍କୁଲ ଠିକଣା ବ୍ୟାଙ୍କ ଛକ ରହିଛି ଯାହାକି ସଂପୂର୍ଣ୍ଣ ମିଥ୍ୟା । ସେହିଭଳି ଲୋଗୋ, ସିଲ୍, ଲେଟରପେଡ ସବୁ ପୁରୁଣା କାଗଜପତ୍ର ଯାହାକି ୨୦୦୪ ମସିହାର । ଏହାର ଅର୍ଥ କିଛି ଖଳ ପ୍ରକୃତିର ବ୍ୟକ୍ତିମାନେ ଓମ ଭ୍ୟାଲି ସ୍କୁଲର ନାଆଁରେ ଏହିଭଳି ରେକେଟ ଚଲାଉଥିବା ଅଭିଯୋଗ କରିଛନ୍ତି । ତା ସହ ଯୁକ୍ତଦୁଇ ବୋର୍ଡ କାର୍ୟ୍ୟାଳୟକୁ ଏ ସମ୍ବନ୍ଧରେ ଚିଠି ଲେଖିବା ସତ୍ତ୍ୱେ କିଛି ସୁଫଳ ନ ମିଳିବାରୁ ସେଠାକାର ବୋର୍ଡ ଅଫିସର କିଛି ଅଧିକାରୀ ମଧ୍ୟ ଏଠାରେ ସାମିଲ ଥିବା ସନ୍ଦେହ ପ୍ରକାଶ କରିଛନ୍ତି । ଭୁଲ ଠିକଣା, ଭୁଲ ତଥ୍ୟ, ସିଲ, ବିନା ନିଯୁକ୍ତି ପତ୍ରରେ କିପରି ଏହିଭଳି କାମ କରୁଛନ୍ତି । ବିନା ପାଠପଢ଼ାରେ ଓମ ଭ୍ୟାଲି ସ୍କୁଲ ନାରେ ନାମଲେଖା ସହ ୯ ଜଣ ଛାତ୍ରଛାତ୍ରୀ କିପରି ପରୀକ୍ଷା ଦେଲେ ? ଏହାର ତଦନ୍ତ କରି ଏହି ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରବିନ ଚନ୍ଦ୍ର ପରିମାଣିକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏ ବିଷୟରେ ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିବା ସହ ଏମାନଙ୍କୁ ଗିରଫ କରି ପଚରା ଉଚରା କଲେ ଏହି ରେକେର ମୁଖ୍ୟ ଖଳନାୟକ କିଏ ଜଣା ପଡିବ ଦାବୀ କରିଛନ୍ତି ।