
ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ନଗରୀ ରାଉରକେଲାର ଅନ୍ୟତମ ନୃତ୍ୟାନୁଷ୍ଠାନ ଶ୍ରୀଜଗନ୍ନାଥ କଳା ପରିଷଦର ଦ୍ୱିଦିବସୀୟ ୧୮ତମ ବାର୍ଷିକୋତ୍ସବ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ନୃତ୍ୟଗୁରୁ ପୁଷ୍ପା ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଓ ଆବାହକତ୍ଵରେ ଆୟୋଜିତ ପ୍ରଥମ ଦିବସରେ ସହର ସେବା ପ୍ରଶାସନର ମୁଖ୍ୟ ମହାପ୍ରବନ୍ଧକ ତପନ କାନେକର, ସମାଜସେବୀ ଓମ ପ୍ରକାଶ ବାପୁଡିଆ, ପୁରନମଲ ଅଗ୍ରୱାଲ, ପ୍ରଦୀପ ପଟ୍ଟନାୟକ, ଆନନ୍ଦ ଅଗ୍ରୱାଲ, କଳ୍ପନା ଶତପଥୀ, ଅନିତା ଅଗ୍ରୱାଲ ପ୍ରମୁଖ ଅତିଥି ଭାବେ ଯୋଗଦେଇ ନୃତ୍ୟ ଶିଳ୍ପୀ ମାନଙ୍କୁ ଉତ୍ସାହିତ କରିବା ସହ ପରିଷଦର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଏହି ଅବସରରେ ଓଡିଶୀ ନୃତ୍ୟଶିଳ୍ପୀ ରାଜକୁମାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦ୍ୱିତୀୟ ଦିବସରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟଅତିଥି, ପ୍ରଫେସର ଡ଼ଃ ସମର ମୁଦାଲି, ସମାଜସେବୀ କମଲ ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ କଳା ସଂସ୍କୃତି, ନୃତ୍ୟ ସଂଗୀତ କ୍ଷେତ୍ରରେ ଶ୍ରୀଜଗନ୍ନାଥ କଳା ପରିଷଦର ଅନନ୍ୟ ଭୂମିକାକୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣା ହେବ ବୋଲି ମତ ରଖିଥିଲେ । ଏହି ଅବସରରେ ବିଶିଷ୍ଟ ବେହେଲା ବାଦକ ଗୁରୁ ଶରତଚନ୍ଦ୍ର ଧଳ ଓ ନୃତ୍ୟ ନିର୍ଦ୍ଦେଶକ ବିଜୟ ନନ୍ଦଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ବିଚାରକ ତଥା ଅତିଥି ଭାବେ ଆରଜେ ମଳୟ ରାଉତରାୟଙ୍କୁ ସମ୍ମାନିତ କରାଯାଇଥିଲା । ସକାଳେ ଅନୁଷ୍ଠାନ ତରଫରୁ ଫେସନ ସୋ କରାଯାଇ ଓ ପୂର୍ବରୁ ଚିତ୍ରାଙ୍କନ,ରାଇମ୍ସ ପ୍ରତିଯୋଗିତା କରାଯାଇ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ସେହିପରି ଏହି ନୃତ୍ୟ ଉତ୍ସବ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ନୃତ୍ୟଶିଳ୍ପୀ ମାନଙ୍କୁ ପ୍ରଶଂସାପତ୍ର, ଉପଢୌକନ ଓ ମେମୋଣ୍ଟୋ ଦିଆଯାଇ ସମ୍ମାନିତ କରାଯାଇଥିଲା । ଅନିଲ ମଲ୍ଲିକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସର୍ବଶ୍ରୀ ଲକ୍ଷ୍ମୀକାନ୍ତ ପଟ୍ଟନାୟକ, ମିତାଞ୍ଜଳୀ ପଟ୍ଟନାୟକ, ନମିତା ମହାରଣା, ସବିତା ମିଶ୍ର, ଡଲି ସାହୁ, ଗୀତିମୟୀ ଗୈାଡ, ମୀନତି ମଲ୍ଲିକ, ଗାୟତ୍ରୀ ବିଷୋୟୀ, ଅଙ୍ଗୁରବାଳା ଦଳେଇ, ସନ୍ଧ୍ୟା ରାଣୀ ମହାନ୍ତି, ସ୍ନେହା ନାୟକ, ବବିତା ମିଶ୍ର, ରାଜଶ୍ରୀ ସ୍ୱାଇଁ, ପୁଷ୍ପ ନନ୍ଦ, ଅନିତା ଦାସ, ରୋଜି ସାହୁ, ବିଶ୍ୱରଂଜନ, ସୈାରଭ ମହାନନ୍ଦ, ରୂଦ୍ର ପ୍ରଧାନ, ପ୍ରତୀକ ମିଶ୍ର, ସବିତା ମିଶ୍ର, ଦେବସ୍ମିତା ପଟ୍ଟନାୟକ, ସାଲୋନୀ ସିଂହ, ସ୍ୱାଗତିକା ଗୈାଡ, ନନ୍ଦିନୀ ସୁନା, ହେମା କୁମାରୀ, ବୈଭବୀ ସାହୁ, ମାହେଶ୍ୱରୀ ନାୟକ, ସୋନାସୀ ମହାରଣା, ଜନ୍ମଞ୍ଜୟ ମହାନ୍ତି, ବିକ୍ରମ ହାଁସଦା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଅନୁଷ୍ଠାନର ମୁଖ୍ୟ ନୃତ୍ୟଗୁରୁ ପୁଷ୍ପା ମିଶ୍ର ସମସ୍ତଙ୍କ ସହଯୋଗ ତଥା କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ ।