centurian jitm

ନୃସିଂହନାଥ ପୀଠ ବୈଶାଖ ମେଳା ଅବସରରେ ସମାଜସେବା ସେବା କାର୍ଯ୍ୟ ପାଇଁ ସଂକଳ୍ପ ପରିବାର ସମ୍ମାନିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ତଥା ପବିତ୍ର ବୈଶାଖ ମେଳା-୨୦୨୫ ଅବସରରେ ସଂକଳ୍ପ ପରିବାର ବରଗଡ ନିସ୍ଵାର୍ଥପର, ସମାଜସେବା କାର୍ଯ୍ୟ ପାଇଁ ଅତୁଟ ନିଷ୍ଠା ଓ ଦୃଢ଼ ସଂକଳ୍ପର ପ୍ରତିବଦ୍ଧତା ପାଇଁ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ବୈଶାଖମେଳା-୨୦୨୫ର ଷଷ୍ଠ ଦିନ ସନ୍ଧ୍ୟାରେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଓଡିଶା ଡଃ ମୁକେଶ ମହାଳିଙ୍ଗ, ପଦ୍ମଶ୍ରୀ ଡଃ ହଳଧର ନାଗ, ନୃସିଂହନାଥ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ, ଟ୍ରଷ୍ଟ ବୋର୍ଡ ଟ୍ରଷ୍ଟି ଦେବାଶିଷ ସିହ୍ନା, ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର, ବରଗଡକୁ ସମ୍ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରିଥିଲେ । ସଂକଳ୍ପ ପରିବାର ତରଫରୁ ନିରାକାର ପ୍ରଧାନ, ଆୟୁଷ୍ମାନ ବାରିକ, ବବଲୁ ସାହୁ, ପବିତ୍ର ସାହୁ, ଦ୍ରୋଣ ବେହେରା ଉପସ୍ଥିତ ରହିଥିଲେ । ସଂକଳ୍ପ ପରିବାର ତରଫରୁ ନିରାକାର ପ୍ରଧାନ ବୈଶାଖ ମେଳା ଆୟୋଜନ କମିଟି, ମନ୍ଦିର ଟ୍ରଷ୍ଟ ବୋର୍ଡ ଏବଂ ସମସ୍ତ ସହଯୋଗୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.