ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବଡସାଇମରା ପଞ୍ଚାୟତ ସଦର ଗ୍ରାମଠାରେ ସୋମବାର ନବ ନିର୍ମିତ ଜଗନ୍ନାଥ ମନ୍ଦିରର କୁମ୍ଭ ଭରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା ଯୋଗ ଦେଇଥିଲେ । କୁମ୍ଭଭରଣ ଉତ୍ସବର ପୂଜା କର୍ତ୍ତା ରୂପେ ବୈକୁଣ୍ଠ କଅଁର ଓ କୁନ୍ତଳା କଅଁର କାର୍ଯ୍ୟ ତୁଳାଇ ଥିବାବେଳେ ପୂଜକ ରୂପେ ଅନ୍ତର୍ଯ୍ୟାମୀ ଆଚାର୍ଯ୍ୟ ପୂଜାକାର୍ଯ୍ୟ ସମ୍ପାଦନା କରିଥିଲେ । ଏଥିରେ ଗ୍ରାମର ରତନ ଲାଲ ଭୋଇ, ମହାବୀର ନିନା, ବୁଲୁ ବିଶି, ରାଜେଶ ନିନା, ଶ୍ରୀବନ୍ତ ମହାନନ୍ଦ, ଜଗଦା ଭୋଇ, ଜଗଦୀଶ ତାଣ୍ଡିଙ୍କ ସମେତ ସମସ୍ତ ଗ୍ରାମବାସୀ ସହଯୋଗ କରିବା ସହ ଉପସ୍ଥିତ ଥିଲେ ।
Prev Post