oom

ବେଲପଡା ପଂଚାୟତକୁ ପରିଦର୍ଶନ କଲେ କଣ୍ଟାବାଞ୍ଜି ବିଧାୟକ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ପଂଚାୟତ କାର୍ଯ୍ୟାଳୟକୁ ପରିଦର୍ଶନ କରିଛନ୍ତି କଣ୍ଟାବାଞ୍ଜି ବିଧାୟକ । ଆୟୋଜିତ ପଂଚାୟତ ସଭାଗୃହ ଠାରେ ଏକ ସାଧାରଣ ବୈଠକରେ ବେଲପଡା ପଂଚାୟତ ସରପଂଚ ଅଞ୍ଜନା ମେହେରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ସମ୍ମାନୀୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ସରପଂଚ ସଂଘର ସଭାପତି ତଥା ଭାଲୁମୁଣ୍ଡା ସରପଂଚ ଉପେନ୍ଦ୍ର ମେହେର, ନାଏବ ସରପଂଚ ରମେଶ ପୋଡ, ଟିକଚନ ମେହେର, ବାଳମକୁନ୍ଦ ମେହେର, ବୀର ମେହେର, ମକରନ୍ଦ ପୋଡ, ଗୋକୁଲ ମେହେର, ଜିତେନ୍ଦ୍ର ତାଣ୍ଡି, ଯାଦବ ବେହେରା, ପରମେଶ୍ୱର ମେହେର, ଟଙ୍କଧର ମେହେର, ଜଗନ୍ନାଥ ଷାଣ୍ଢ ପ୍ରମୁଖ ଉପସ୍ଥିତ ଥିଲେ । ପଂଚାୟତରେ ଅନେକ ବୃଦ୍ଧବୃଦ୍ଧା ମାନଙ୍କ ବାର୍ଦ୍ଧକ୍ୟ ଭତ୍ତା, ରାସନକାର୍ଡ, ପ୍ରଧାନମନ୍ତ୍ରୀ ଆବାସ ଗୃହ, ପାର୍କର ଉନ୍ନତି କରଣ, ପାନୀୟ ଜଳର ସୁବ୍ୟବସ୍ଥା କରିବା ପାଇଁ ଆଗାମୀ ଦିନରେ ଅଧିକାରୀମାନଙ୍କ ସହ ଆଲୋଚନା କରି ବିହିତ ପଦକ୍ଷେପ ନିଆଯିବ ବୋଲି ବିଧାୟକ ପ୍ରତିଶୃତି ଦେଇଥିଲେ ।

jittmm
Leave A Reply

Your email address will not be published.