
ଭୁବନେଶ୍ୱର, (କେପିଏନ୍ଏସ୍) : କେରଳ ରାଜ୍ୟ ଅନ୍ତର୍ଗତ କୋଝିକୋଡ୍ଠାରେ ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ଜାତୀୟ ଶକ୍ତିଉତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥି ପାଇଁ ଓଡ଼ିଶା ଶକ୍ତିଉତ୍ତୋଳନ ସଂଘ ତରଫରୁ ମନୋନୀତ ୧୫ ଜଣିଆ ଖେଳାଳି ଦଳ ଏବଂ ଦୁଇଜଣ କର୍ମକର୍ତ୍ତା କେରଳ ଗସ୍ତ କରିଛନ୍ତି । ପୁରୁଷ ବିଭାଗରେ ଭାଗ ନେବା ପାଇଁ ପ୍ରଦୀପ ପାତ୍ର, ରାକେଶ ଶତପଥୀ, ଜାଭେଦ ଅର୍ଶଦ, ଦେବାଶିଷ ମହାନ୍ତି, ଦୀପକ କୁମାର, ମହେନ୍ଦ୍ର ରାଉତ ରଞ୍ଜନ ହାଁସ୍ଦା ଓ ଅଭିଷେକ ମହନ୍ତ ମନୋନୀତ ହୋଇଛନ୍ତି ।
ମହିଳା ପ୍ରତିଯୋଗୀଙ୍କ ମଧ୍ୟରେ ରହିଛନ୍ତି ତନୟା ପଣ୍ଡା, ପ୍ରଭାତୀ ସିଂ, ଦେବୀ ସିଂ, ଦିବ୍ୟଲେଖା ମିଶ୍ର, ନଗ୍ମା ଆରା ବେଗମ, ଅନୀତା ବେହେରା ଓ ସ୍ବାଗତିକା ଖଟେଇ ରହିଛନ୍ତି । ଦଳ ସହ ପ୍ରବନ୍ଧକ ଶକ୍ତି ପ୍ରସାଦ ବାରିକ ଓ କୋଚ୍ ଲଳିତ ସାହୁ ଗସ୍ତ କରିଛନ୍ତି । ସଂଘର ସମ୍ପାଦକ ଡ. ହରିପ୍ରସାଦ ପଟ୍ଟନାୟକ, ଚିତରଞ୍ଜନ ସ୍ପାଇଁ, ଡ. ଗୌରୀ ମହାନ୍ତି, ସମରେନ୍ଦ୍ର ରାଉତରାୟ ଏବଂ ଚିତ୍ତରଞ୍ଜନ ମିଶ୍ର ପ୍ରମୁଖ ଓଡ଼ିଶା ଦଳର ସଫଳ କାମନା କରିଛନ୍ତି ।