ବଲାଙ୍ଗିର ବ୍ରାହ୍ମଣ ସମାଜ ଦ୍ୱାରା ଶକ୍ତି ବାହିନୀ ଗଠନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ନୃସିଂହ ମନ୍ଦିର ପରିସରରେ ସଭାପତି ଗୋପବନ୍ଧୁ ପୁରୋହିତଙ୍କ ଅଧ୍ୟକ୍ଷତାରେ ବଲାଙ୍ଗିର ଜିଲ୍ଲା ପାଇଁ ଏକ ଶକ୍ତି ବାହିନୀ ଗଠନ କରାଯାଇଛି । ଏହି ସଭାରେ ସମାଜର ପୂର୍ବତନ ସଭାପତି ଗିରିଧାରୀ ଶତପଥି, ଶକ୍ତି ବାହିନୀର ଗଠନର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିବାକୁ ଯାଇ କହିଥିଲେ ଯେ ଆମର ସୁଶୃଙ୍ଖଳିତ ସମାଜ ଗଠନ ପାଇଁ ପିଲାମାନଙ୍କୁ ବାଲ୍ୟକାଳରୁ ଚାରିତ୍ରିକ ଶିକ୍ଷା ପ୍ରଦାନ ଓ ନାରୀମାନେ ସମାଜ ଓ ପରିବାରକୁ ସୁଶୃଙ୍ଖଳିତ କରିବା ପାଇଁ ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲିି ଆଲୋଚନା କରିଥିଲେ । ଏହି ସଭାରେ ଶକ୍ତିିବାହିନୀ ଗଠନ କରାଯାଇ ସଭାପତି ଭାବରେ କସ୍ତୁରୀ ରଥ, ଉପ-ସଭାପତି ରଶ୍ମିତା ମିଶ୍ର, ସଂପାଦିକା ନିହାରିକା ମିଶ୍ର, ସହ-ସଂପାଦିକା କୁମୁଦିନି ମିଶ୍ର, କୋଷାଧ୍ୟକ୍ଷ ସାଗରିକା ଗୁରୁ ପ୍ରମୁଖ ମନୋନୀତ ହୋଇଥିଲେ ଏବଂ କାର୍ଯ୍ୟକାରୀ ସଦସ୍ୟ ଭାବରେ ମାଳତି ଉଦ୍‌ଗାତା, ଆରତି ମିଶ୍ର, ସୌଦାମିନି ମିଶ୍ର, ଅନୁସୟା ବେଜ, ରାଜଶ୍ରୀ ତ୍ରିପାଠୀ, ବୀଣାପାଣି ଆଚାର୍ଯ୍ୟ, ସଂଯୁକ୍ତା ମିଶ୍ର ପ୍ରମୁଖ ମନୋନୀତ ହୋଇଥିଲେ । ଏହି ସଭାରେ ବ୍ରାହ୍ମଣ ସମାଜର ସାମୁହିକବ୍ରତ ସମ୍ବନ୍ଧରେ ବିଷଦ ଆଲୋଚନା ହୋଇଥିଲା ଏବଂ ଶକ୍ତି ବାହିନୀ ଏଥିରେ ମୁଖ୍ୟ ଭୂମିକା ନେବାକୁ ମତ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ସଭାରେ କିଶୋର କୁମାର ମିଶ୍ର, ଲକ୍ଷ୍ମୀ ପ୍ରସାଦ ଚାନ୍ଦ, ନରେନ୍ଦ୍ର ଆଚାର୍ଯ୍ୟ, ସହ-ସଂପାଦକ ଶୁଭେନ୍ଦ୍ର ନେପାକ, ଶ୍ୟାମ ସୁନ୍ଦର ଦାଶ, ପ୍ରଭୁଦତ୍ତ ଶତପଥି ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ।

Leave A Reply

Your email address will not be published.