oom

ସୁବର୍ଣ୍ଣ ଲୋକ ମହୋତ୍ସବ ୨୦୨୩ ପରିପ୍ରେକ୍ଷୀରେ ସ୍ମରଣିକା “ଶାକ୍ତସ୍ୱର” ସମ୍ବନ୍ଧୀୟ ପ୍ରଥମ ବୈଠକ

jsmm

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେଙ୍କ ଅଧ୍ୟକ୍ଷତାରେ ସୁବର୍ଣ୍ଣ ଲୋକ ମହୋତ୍ସବ-୨୦୨୨ (ତା.୧୪/୧/୨୩ରୁ ୧୮/୧/୨୩ ପର୍ଯ୍ୟନ୍ତ)ର ମୁଖପତ୍ର “ଶାକ୍ତସ୍ୱର” ପ୍ରକାଶନ ନିମନ୍ତେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାହିତ୍ୟିକ, ଗବେଷକ ବନ୍ଧୁମାନଙ୍କ ଠାରୁ ଗବେଷଣା ଲବ୍ଧ ଅପ୍ରକାଶିତ ମୌଳିକ ପ୍ରବନ୍ଧ ସଂଗ୍ରହ ନିମନ୍ତେ ସ୍ଥିର କରାଯାଇଛି । ଉକ୍ତ ପ୍ରବନ୍ଧ ଗୁଡିକ ସୁବର୍ଣ୍ଣପୁରର ସାହିତ୍ୟ, ସଂସ୍କୃତି, ଲୋକ ସଂସ୍କୃତି ଓ ଇତିହାସ ସମ୍ବନ୍ଧୀୟ ହୋଇଥିବା ଆବଶ୍ୟକ । ଲେଖା ପଠାଇବାର ଶେଷ ସମୟ ସୀମା ଭାବରେ ତା.୨୦/୧୨/୨୨କୁ ଧାର୍ଯ୍ୟ କରାଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାସ, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଅଧ୍ୟାପକ ଡଃ. ପୁରୁଷୋତ୍ତମ ମିଶ୍ର, ଅଧ୍ୟାପକ ଡଃ. ସୌରଭ ରଞ୍ଜନ ଖମାରୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଗଡତିଆ, ଶ୍ୟାମା ଓମ ମିଶ୍ର, ଗବେଷକ ସୁଦାମ ନାଏକ ପ୍ରମୁଖ ସମ୍ପାଦନା ମଣ୍ଡଳୀର ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ । ଲେଖା ଗୁଡିକ ସମୟ ଅବଧି ମଧ୍ୟରେ ଜିଲ୍ଲା ସଂସ୍କୃତି ବିଭାଗର ମେଲ [email protected]ରେ ପଠାଇବାକୁ କମିଟି ତରଫରୁ ଅନୁରୋଧ କରାଯାଇଛି ।

jittmm
Leave A Reply

Your email address will not be published.