ସୋଆ ପ୍ରତିଷ୍ଠାତା ସଭାପତିଙ୍କ ସହ ଗୁଜୁରାଟ ଷ୍ଟୁଡେଣ୍ଟ ଷ୍ଟାର୍ଟଅପ୍ ଆଣ୍ଡ ଇନୋଭେସନ୍ ହବ୍ର ସିଇଓଙ୍କ ସୌଜନ୍ୟମୂଳକ ସାକ୍ଷାତ
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡ. ମନୋଜରଞ୍ଜନ ନାୟକଙ୍କୁ ବୁଧବାର ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଗୁଜୁରାଟ ଷ୍ଟୁଡେଣ୍ଟ ଷ୍ଟାର୍ଟ-ଅପ୍ ଆଣ୍ଡ ଇନୋଭେସନ୍ ହବ୍ (ଆଇ-ହବ୍)ର ସିଇଓ ହିରଣ୍ମୟ ମହାନ୍ତ ।
ତାଙ୍କ ସହିତ ଆଇଜି ଡ୍ରୋନ୍ସର ପ୍ରତିଷ୍ଠାତା ଓ ସିଇଓ ବୋଧିସତ୍ୱ ସଂଘପ୍ରିୟ ମଧ୍ୟ ପ୍ରଫେସର ନାୟକଙ୍କୁ ଭେଟିଛନ୍ତି । ଏହି ସାକ୍ଷାତ ସମୟରେ ସୋଆରେ ଇନ୍କ୍ୟୁଭେସନ୍ ଓ ଷ୍ଟାର୍ଟ-ଅପ୍ର ବିକାଶ ଓ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା ।
ଏହି ପରିପ୍ରେକ୍ଷୀରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଶ୍ରୀ ମହାନ୍ତଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ୟୁଏସ୍ଏର ପେନ୍ଷ୍ଟେଟ୍ କଲେଜ ଅଫ୍ ଇଞ୍ଜିନିୟରିଂର କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ତଥା ଡିଷ୍ଟିଙ୍ଗ୍ୟୁଇସ୍ଡ ପ୍ରଫେସର ତଥା ସୋଆର ଉପଦେଷ୍ଟା ପ୍ରଫେସର ଚିତ ରଞ୍ଜନ ଦାସ ଓ ଆଇଟିଇଆର୍ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ଉପସ୍ଥିତ ଥିଲେ ।