ରୋଟାରୀ କ୍ଲବ ରାଉରକେଲା ସେଣ୍ଟ୍ରାଲର ସାକ୍ଷରତା ମାସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ୟାଲେଣ୍ଡର୍ ହିସାବରେ ରୋଟାରୀ କ୍ଲବ ରାଉରକେଲା ସେଣ୍ଟ୍ରାଲ ତରଫରୁ ସେପ୍ଟେମ୍ବର ମାସକୁ ସାକ୍ଷରତା ମାସ ରୂପେ ପାଳନ କରାଯାଇ ଆସୁଅଛି । ଏହି ଉପଲକ୍ଷେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆଭାସୀ ବୈଠକ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ପ୍ରାୟ ୨୫ ବର୍ଷ ତଳେ ସ୍ବର୍ଗତ ଡି.ଜେ.ସାହୁ ଦ୍ବାରା ଆରମ୍ଭ କରାଯାଇଥିବା ଚିତ୍ରାଙ୍କନ ପ୍ରତିଯୋଗିତାକୁ ଡି.ଜେ. ସାହୁ ମେମୋରିଆଲ ଚିତ୍ରାଙ୍କନ ପ୍ରତିଯୋଗିତା ନାମରେ ନାମିତ କରାଯାଇ ପ୍ରତିଯୋଗିତା କରାଯାଇଥିଲା । ଏଥିରେ ପ୍ରାୟ ୧୨୮ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଏହି ପ୍ରତିଯୋଗିତାକୁ ରୋଟାରୀଆନ ଅନୁପମା ରୁଙ୍ଗଟା ଓ ତାଙ୍କ ଟିମ୍ କବିତା ତିୱାରୀ, ଜ୍ୟୋତି ଅଗ୍ରୱାଲ ଓ ରଶ୍ମି ଖେମାନୀ ପରିଚାଳନା କରିଥିଲେ । ଦେଶାତ୍ମକବୋଧ ସଂଗୀତ ଉଭୟ ଓଡିଆ ଓ ଇଂରାଜୀ ପ୍ରତିଯୋଗିତାରେ ପ୍ରାୟ ୬୦ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଏହାକୁ ରୋଟାରୀଆନ ସୁନିଲ କାୟଲ, ମୀନା ସିଂଘଲ, ଅନୁପମା ଟିବ୍ରେୱାଲ, ଅଞ୍ଜୁ ପତି, ରୀତା ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ । ସେହିପରି ବୌଦ୍ଧିକ ପରୀକ୍ଷାକୁ ବରିଷ୍ଠ ଓ କନିଷ୍ଠ ବିଭାଗରେ ବିଭକ୍ତ କରାଯାଇ କରାଯାଇଥିଲା । ଦୁଇ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ପ୍ରାୟ ୧୨୦୦ଜଣ ବିଭିନ୍ନ ବିଦ୍ୟାଳୟରୁ ପ୍ରତିଯୋଗୀମାନେ ଭାଗ ନେଇଥିଲେ । ଏହାକୁ ଇଂ ସିଦ୍ଧାର୍ଥ ମିଶ୍ର ଓ ସ୍ମିତା ଆଥେରିଆ ପରିଚାଳନା କରିଥିଲେ । ଯାହାର ଫଳାଫଳ ପ୍ରକାଶିତ ହୋଇ ଆଜି ବାସନ୍ତୀକଲୋନୀ ସ୍ଥିତ ଡିଏଭି ସ୍କୁଲରେ କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଚିତ୍ରାଙ୍କନ ପ୍ରତିଯୋଗିତାରେ ଗୃପ ଏ ବିଭାଗରେ ଖୋସଲା ଡିଏଭି ପବ୍ଲିକ୍ ସ୍କୁଲର ଅଭିଜିତ୍ ପଣ୍ଡା ପ୍ରଥମ, ସେଣ୍ଟ ଆର୍ନୋଲ୍ଡ ସ୍କୁଲର ଦିବ୍ୟପ୍ରକାଶ ଦାସ ଦ୍ବିତୀୟ, ଦୀପିକା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅନ୍ବେଷା ବେହେରା ତୃତୀୟ, ଗୃପ ବିରେ ସେଣ୍ଟ ଯୋଶେଫ କନଭେଣ୍ଟ ସ୍କୁଲର ନେହା ସେନଗୁପ୍ତା ପ୍ରଥମ, କାନ୍ସବାହାଲ ଡିଏଭି ପବ୍ଲିକ୍ ସ୍କୁଲର ଅଭିଳାଷା ନାୟକ ଦ୍ବିତୀୟ, ଛେଣ୍ଡ ଚିନ୍ମୟ ବିଦ୍ୟାଳୟର କ୍ରାନ୍ତି ଶେଖର ସାହୁ ତୃତୀୟ ଓ ଗୃପ ସିରେ ସେକ୍ଟର ୧୬ ଡିଏଭି ପବ୍ଲିକ୍ ସ୍କୁଲର ପ୍ରିୟାଂଶୁ ପ୍ରୀତମ ବେହେରା ପ୍ରଥମ, କାର୍ମେଲ ସ୍କୁଲର ରିତିକା ଜେନା ଦ୍ବିତୀୟ ଓ ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲର ସ୍ନେହାସ୍ମୃତି ମହାନ୍ତି ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ସେହିପରି ବୌଦ୍ଧିକ ପରୀକ୍ଷାର କନିଷ୍ଠ ବିଭାଗରେ କାନ୍ସବାହାଲ ଡିଏଭି ପବ୍ଲିକ୍ ସ୍କୁଲର ନୀଳାକ୍ଷୀ ପରିଜା ପ୍ରଥମ, ଗୁରୁନାନକ ପବ୍ଲିକ୍ ସ୍କୁଲର ଆଦର୍ଶ ଗର୍ଗ ଦ୍ବିତୀୟ, ଖୋସଲା ଡିଏଭି ପବ୍ଲିକ୍ ସ୍କୁଲର ପ୍ରତ୍ୟୁଷ ପଦାରବିନ୍ଦ ସାହୁ ତୃତୀୟ, ବରିଷ୍ଠ ବିଭାଗ ରେ କାନ୍ସବାହାଲ ଡିଏଭି ପବ୍ଲିକ୍ ସ୍କୁଲର ପରିଜାଶ୍ରୀ ଶୁଭାକାଂକ୍ଷୀ ପ୍ରଥମ ଓ ରାଜୀବ ମହାନ୍ତି ଦ୍ବିତୀୟ, ଖୋସଲା ଡିଏଭି ପବ୍ଲିକ୍ ସ୍କୁଲର ଶୁଭଙ୍କର ପାଣିଗ୍ରାହୀ ତୃତୀୟ, ଦେଶାତ୍ମକବୋଧ ଓଡିଆ କବିତା ପାଠର କନିଷ୍ଠ ବିଭାଗରେ ଖୋସଲା ଡିଏଭି ପବ୍ଲିକ୍ ସ୍କୁଲର ବିଦିଶା ଜେନା ପ୍ରଥମ, ଗୁରୁ ନାନକ ପବ୍ଲିକ୍ ସ୍କୁଲର ଆରଧ୍ୟା ପଣ୍ଡା ଦ୍ବିତୀୟ, ଆଇଡିଏଲ ସ୍କୁଲର ଦୀପେନ୍ଦ୍ର ଦ୍ୟୁତି କର ତୃତୀୟ, ହିନ୍ଦୀ କନିଷ୍ଠ ବିଭାଗରେ ଗୁରୁ ନାନକ ପବ୍ଲିକ୍ ସ୍କୁଲର ଆରଧ୍ୟା ପଣ୍ଡା ପ୍ରଥମ ଓ ନିଖିଲ ପଣ୍ଡା ଦ୍ବିତୀୟ, ଦିଲ୍ଲୀ ପବ୍ଲିକ୍ ସ୍କୁଲର ଅଭିଷେକ ଦେବତା ତୃତୀୟ, ଓଡିଆର ବରିଷ୍ଠ ବିଭାଗରେ ଖୋସଲା ଡିଏଭି ପବ୍ଲିକ୍ ସ୍କୁଲର ବିଭାସ ରଂଜନ ରାଉତରାୟ ପ୍ରଥମ, ବିବେକାନନ୍ଦ ବିଦ୍ୟାମନ୍ଦିରର ସ୍ନିଗ୍ଧା ସ୍ବାଇଁ ଦ୍ବିତୀୟ, ଖୋସଲା ଡିଏଭି ପବ୍ଲିକ୍ ସ୍କୁଲର ଚିତ୍ରା ସିଂହ ତୃତୀୟ, ହିନ୍ଦୀ ବରିଷ୍ଠ ବିଭାଗରେ ଖୋସଲା ଡିଏଭି ପବ୍ଲିକ୍ ସ୍କୁଲର ବିଭାସ ରଂଜନ ରାଉତରାୟ ପ୍ରଥମ, ଦିଲ୍ଲୀ ପବ୍ଲିକ୍ ସ୍କୁଲର ପ୍ରାର୍ଥନା ବିଶ୍ବାଳ ଦ୍ବିତୀୟ ଓ ବିବେକାନନ୍ଦ ବିଦ୍ୟାମନ୍ଦିର ର ସ୍ନିଗ୍ଧା ସ୍ବାଇଁ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ ।

Leave A Reply

Your email address will not be published.