ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ : ପ୍ରଥମ ପର୍ଯ୍ୟାୟରେ ପରୀକ୍ଷା ଦେଲେ ୩୫ ହଜାର ପରୀକ୍ଷାର୍ଥୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ (ଏନଆଇଏଲପି) ଅନ୍ତର୍ଗତ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ମୂଲ୍ୟାୟନ ପରୀକ୍ଷା (ଏଫଏଲଏନଟି) ବଲାଙ୍ଗିର ଜିଲ୍ଲାର ପ୍ରାୟ ୨୦୦୦ ହଜାର କେନ୍ଦ୍ରରେ ଅନୁଷ୍ଟିତ ହୋଇଯାଇଛି । ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସୁଶ୍ରୀ ରିନା କୁମାରୀ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ବ୍ଲକ୍ ଶିକ୍ଷା ଅଧିକାରୀ, ବିଆରସିସି, ପ୍ରଧାନ ଶିକ୍ଷକଙ୍କ ସହଯୋଗରେ ଏହି ଅଭିଯାନ ସଫଳ ହୋଇଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରୟୋଜିତ ଏହି ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ବୟସ୍କ ନିରକ୍ଷର ଲୋକଙ୍କୁ ସାକ୍ଷର କରିବା ହେଉଛି ଏହାର ମୂଳ ଲକ୍ଷ୍ୟ । ସ୍କୁଲ ଶିକ୍ଷକ ଓ ସ୍ୱେଛାସେବୀ ଶିକ୍ଷକମାନଙ୍କ ଉଦ୍ୟମରେ ଜିଲ୍ଲାରେ ଘର ଘର ବୁଲି ନିରକ୍ଷର ଲୋକଙ୍କୁ ସାକ୍ଷର କରିବା ପାଇଁ ଏହି ଅଭିଯାନ ଜାରି ରହିଥିବା ସୂଚନା ମିଳିଛି ।

Leave A Reply

Your email address will not be published.