ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ସ୍ଥିତ ବ୍ଲକ କଲୋନୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରମୋଦ କୁମାର ମଲିକ, ବି ଆର ସିସି ଚୈତନ୍ୟ କହଁର ଓ ବ୍ଲକ ନୋଡାଲ୍ ଅଧିକାରୀ ହରିହର ମଲିକଙ୍କ ତତ୍ତ୍ୱାବଧାନରେ ବ୍ଲକ ସ୍ତରୀୟ ‘ନବ ଭାରତ ସାକ୍ଷରତା’ କର୍ମଶାଳା (ଉଲ୍ଲାସ) ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୧ ଟି କ୍ଲଷ୍ଟରର ସମସ୍ତ ସିଆର ସିସି ସମେତ ୧୨୨ ଜଣ ପ୍ରଶିକ୍ଷାର୍ଥୀ ଯୋଗ ଦେଇଥିଲେ । ନ୍ୟୁ ଇଣ୍ଡିଆ ଲିଟରସିର ବ୍ଲକ ସଂଯୋଜକ ସୁଶାନ୍ତ କୁମାର ସାହୁ, ସାଧନ କର୍ମୀ ସୁଜିତ୍ କୁମାର ଦାଶ, ସୂର୍ଯ୍ୟକାନ୍ତ ସାହୁ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ଦେଇଥିଲେ । ‘ଉଲ୍ଲାସ’କୁ ସଫଳ ରୂପାୟନ ପାଇଁ ‘ଜନ ସ୍ୱାକ୍ଷର’ କାର୍ଯ୍ୟକ୍ରମରେ ଏହି ବ୍ଲକ ଅନ୍ତର୍ଗତ ୬୦୦୦ ହଜାର ନିରକ୍ଷରଙ୍କୁ ଚିହ୍ନଟ କରିବା ଲକ୍ଷ୍ୟ ରହିଛି । ଏହି ଅବସରରେ ଉଲ୍ଲାସ ପୋର୍ଟାଲ ଏବଂ ମୋବାଇଲ ଆପର ବ୍ୟବହାର ସମ୍ପର୍କିତ ତାଲିମ ଦିଆଯାଇଥିଲା । ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଷମା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।