ଖରାକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ କରିବାକୁ ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଏବେଠୁ ଖରାର ପ୍ରକୋପ ବଢିବାକୁ ଲାଗିଲାଣି । ତେବେ ଗତ କିଛି ଦିନ ହେବ ତାପମାତ୍ରା ୩୯ରୁ ୪୦ ଡିଗ୍ରୀ ଉପରେ ରହୁଛି ଏବଂ ମାର୍ଚ୍ଚ ମାସ ବେଳକୁ ଅସହ୍ୟ ଖରା ହେବ ବୋଲି ପାଣିପାଗ ବିଭାଗ ମଧ୍ୟ କହିସାରିଛି । ତେବେ ଖରାକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଖରା ପାଇଁ ସକାଳ ୭ଟାରୁ ୯ଟା ଯାଏ ଚାଲିବ ନବମ ଓ ଏକାଦଶ ଶ୍ରେଣୀ । ସେହିପରି ଦଶମ ଓ ଦ୍ବାଦଶ ଶ୍ରେଣୀ ସକାଳ ୯ଟାରୁ ଦିନ ୧ଟା ଯାଏ ଚାଲିବ । ଏନେଇ ସବୁ ଡିଇଓମାନଙ୍କୁ ଚିଠି ଲେଖିଛନ୍ତି ଗଣଶିକ୍ଷା ଅତିରିକ୍ତ ସଚିବ । ଅନ୍ୟପକ୍ଷରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ । ଗ୍ରୀଷ୍ମ ପ୍ରବାହ ଜନିତ ଅସୁସ୍ଥତା ସଂପର୍କରେ ଲୋକଙ୍କୁ ସଚେତନ କରିବାକୁ ଉଲ୍ଲେଖ ରହିଛି । ସଚେତନତା କାର୍ୟ୍ୟରେ ସାମାଜିକ ସଂସ୍ଥାକୁ ସାମିଲ ଲାଗି ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.