ଆଜିଠୁ ସକାଳ ୮ଟାରୁ ଦିନ ୨ଟା ପର୍ଯ୍ୟନ୍ତ ସ୍କୁଲ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ପ୍ରବଳ ଶୀତ ଏବଂ କୁହୁଡ଼ିକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ସକାଳୁଆ ଚାଲୁଥିବା ବିଦ୍ୟାଳୟଗୁଡ଼ିକ ସକାଳ ୮ଟାରୁ ଆରମ୍ଭ ହୋଇ ଦିନ ୨ଟା ପର୍ଯ୍ୟନ୍ତ ଖୋଲିବା ପାଇଁ ଜିଲ୍ଲାପାଳ ଡ଼. ନୃପରାଜ ସାହୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସକାଳୁଆ ସ୍କୁଲ ଗୁଡିକ ଏବେ ୬.୪୦ରୁ ୭.୨୦ ମଧ୍ୟରେ ଆରମ୍ଭ ହୋଇଯାଉଥିବା ବେଳେ ଦୂରରୁ ଯେଉଁ ପିଲାମାନେ ଆସୁଛନ୍ତି ସକାଳ ୬ଟାରୁ ଘରୁ ବାହାରିଥାନ୍ତି । କୌଣସି ଦୁର୍ଭାଗ୍ୟଜନକ ପରିସ୍ଥିତିକୁ ଏଡାଇବା ପାଇଁ ପ୍ରତିଷେଧକ ପଦକ୍ଷେପ ଭାବରେ ୧ ଡିସେମ୍ବରରୁ ସମସ୍ତ ବିଦ୍ୟାଳୟ ସେହି ଅନୁଯାୟୀ ସେମାନଙ୍କର ସମୟ ସାରଣୀ ପୁନଃ ନିର୍ଦ୍ଧାରଣ କରିବା ସହିତ ସମସ୍ତ ବିଦ୍ୟାଳୟ ଏହାକୁ ଯତ୍ନର ସହିତ ଅନୁସରଣ କରିବେ ବୋଲି ଜିଲ୍ଲାପାଳ ଆଶାବ୍ୟକ୍ତ କରିଛନ୍ତି । ସୂଚନା ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ଅଧିକାରୀ, ସମସ୍ତ ବି.ଇ.ଓ ଏନେଇ ଜିଲ୍ଲାର ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ସୂଚନା ଦେବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ଜିଲ୍ଲାପାଳ ଡ. ନୃପରାଜ ସାହୁ ।

Leave A Reply

Your email address will not be published.