
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଠାରେ ମାରୱାଡି ଯୁବା ମଞ୍ଚ ବଙ୍ଗୋମୁଣ୍ଡା ଶାଖା ଓ ଶ୍ରୀ ଭଗବାନ ମହାବୀର ବିକଳାଙ୍ଗ ସହାୟତା ସମିତି ରାଞ୍ଚି ମିଳିତ ଉଦ୍ୟମରେ ନିଃଶୁଳ କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଉଗ୍ରସେନ ଭବନ ଠାରେ ଅନୁଷ୍ଠିତ ହୋଇଥିଲା । ମାରୱାଡି ଯୁବା ମଞ୍ଚର ସଭାପତି ଅମନ ଜୈନଙ୍କ ତତ୍ୱାବଧାନରେ ଆୟୋଜିତ ୩ ଦିନ ଧରି ଅନୁଷ୍ଠିତ ଏହି ଶିବିରରେ ବଙ୍ଗୋମୁଣ୍ଡା ବ୍ଲକ ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ, ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଇଂଚାର୍ଜ ଜୟନ୍ତ ବାଗ, ପୂର୍ବତନ ସଭାପତି ଆନନ୍ଦ ଅଗ୍ରୱାଲ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ୫୦ରୁ ଅଧିକ ଦିବ୍ୟାଙ୍ଗ ମାନଙ୍କୁ କୁତ୍ରିମ ହାତ, ଗୋଡ଼ ପ୍ରଦାନ କରାଯାଇଥିଲା । ଏଥିରେ ବଙ୍ଗୋମୁଣ୍ଡା ଅଞ୍ଚଳର ବହୁ ଦିବ୍ୟଙ୍ଗ ଭାଇ ଭଉଣୀ ମାନେ ସାମିଲ ହୋଇଥିଲେ । ଆୟୋଜକ କମିଟିର ସଭାପତି ସଭାପତି ଅମନ ଜୈନ, ସମ୍ପାଦକ ମନୂଆ ଅଗ୍ରୱାଲ, ବିକାଶ ଜୈନ, ସଙ୍ଗମ ଜୈନ, ସିଏ ଶୁଭମ୍ ଅଗ୍ରୱାଲ, ସୀମିତ ଜୈନ, ଆନନ୍ଦ ଅଗ୍ରୱାଲ, ବିନୀତ ଅଗ୍ରୱାଲ, ଗୌତମ ଜୈନ, ଶୁଭମ୍ ଅଗ୍ରୱାଲ , କନେଇୟାଲାଲ ଅଗ୍ରୱାଲ, ସାହିଲ ଜୈନ, ବିକାଶ ଜୈନ(ମିନେରାଲ), ଆଶିଷ ଜୈନ, ବିଶ୍ୱାସ ଅଗ୍ରୱାଲ, ବର୍ଦ୍ଧମାନ ଜୈନ ପ୍ରମୁଖଙ୍କ ସହ ମାରୱାଡି ଯୁବା ମଞ୍ଚ ବିକାଶ ଶାଖାର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ ।