oom

ଦାଦନ ଅରକ୍ଷିତ ପାଇଁ ଦଇବ ସାଜିବ କିଏ

jsmm

ଜୟପାଟଣା, (ଶେଷ ଦେବ ବେହେରା) : ଚାଳିଶ ଡିଗ୍ରୀ ତାତିରେ ମଣିଷ ଠାରୁ ଆରମ୍ଭ କରି କୀଟ ପତଙ୍ଗ ପର୍ଯ୍ୟନ୍ତ ଅସ୍ତ ବ୍ୟସ୍ତ ହୋଇ ପଡ଼ୁଥିବା ବେଳେ ଏମିତି ବି ମଣିଷ ଅଛନ୍ତି ଯେଉଁ ମାନଙ୍କୁ ପରିସ୍ଥିତି ବାଧ୍ୟ କରିଛି ଖୋଲା ଛାତ ଉପରେ ପାଳ ଖଣ୍ଡିଏ ଢାଙ୍କି ଦିନ କଟିବାକୁ । ସେମାନଙ୍କ ପାଇଁ ସମସ୍ତ ସହାୟତା ଦ୍ଵାର ବନ୍ଦ ହୋଇଯିବା ପରେ ଏକ ଅନିଶ୍ଚିତ ଜୀବନ ନେଇ ବଞ୍ଚିବା ସହିତ ଜୀବିକା ପାଇଁ ମଧ୍ୟ ସଂଘର୍ଷ କରିବାକୁ ପଡେ । ତଥାପି ଏକ ଅନିଶ୍ଚତ ଜୀବନକୁ ପାଥେୟ କରି ଜୀବନ ସଂଗ୍ରାମ କରିବାକୁ ପଡେ । ସେମିତି ଏକ ବାସ୍ତବତା ମଧ୍ୟରେ ଷାଠିଏ ବର୍ଷର ଅରକ୍ଷିତ ବାଗ । ଜୟପାଟଣା ସହରର ଉପକଣ୍ଠ ଖଇରମାଳ ଗ୍ରାମରେ ଜନ୍ମ ଯୌବନ ବିତିଥିଲା । କଲମପୁର ବ୍ଲକ ଇଚ୍ଛାପୁର ଗ୍ରାମର ପ୍ରମିଳା ବାଗଙ୍କ ସାଙ୍ଗରେ ବିବାହ କଲାପରେ ଅବସ୍ଥାନ ମଧ୍ୟ ସେଠାରେ ହେଲା । ପରବର୍ତ୍ତୀ ସମୟରେ ରୋଜଗାର ପାଇଁ ରାଜସ୍ଥାନ ଯିବାକୁ ପଡ଼ିଲା । ଇତି ମଧ୍ୟରେ ସେମାନଙ୍କ କୋଳରେ ଗୋଟିଏ ପୁଅ ତୋଫାନ, ଓ ଦୁଇଟି ଝିଅ କବିତା୨୨, ଓ ଚଉଦ ବର୍ଷର ସାନ ଝିଅ ଚଞ୍ଚଳା । ତିରିଶ ବର୍ଷର ଅଗ୍ନିବୁହା ପରିଶ୍ରମ ପରେ ଲକ ଡାଉନ୍ ସମୟରେ ଅରକ୍ଷିତକୁ ପରିବାର ସହ ଫେରିବା ପାଇଁ ବାଧ୍ୟ ହେବାକୁ ପଡ଼ିଲା ଜନ୍ମ ମାଟି ଖଇରମାଳ କିମ୍ବା ଶ୍ଵଶୁର ଘର ଇଛାପୁରରେ ମୁଣ୍ଡ ଗୁଞ୍ଜିବା ପାଇଁ ସ୍ଥାନନ ମିଳିବାରୁ ପରିଶେଷ ରେ କଲମପୁର ବ୍ଲକ ଅନ୍ତର୍ଗତ ବାଲିଛଡ଼ା ବନ୍ୟା ଆଶ୍ରୟ ସ୍ଥଳୀ ତିନି ବର୍ଷ ଧରି ଆଶ୍ରୟ ନେବାକୁ ପଡ଼ିଲା । ଏବେ ଜୀବନର ଚଲା ବାଟରେ ଭିନ୍ନ ଏକ ଅଧ୍ୟାୟ ସୃଷ୍ଟି ହୋଇଛି । ପୁଅ ତୋଫାନ ନିଜର ପରିବାର ସହିତ ରାଜସ୍ଥାନରେ ରହି କର୍ମ ସଂସ୍ଥାନ ଖୋଜୁ ଥିବା ବେଳେ ଅରକ୍ଷିତ ଅବଶିଷ୍ଟ ପରିବାର ସହିତ ପାଇକ କେନ୍ଦୁ ମୁଣ୍ଡି ପଞ୍ଚାୟତ ମହକୁମାରେ ଅବସ୍ଥାନ କରୁଛି । ଝିଅ କବିତା ମଧ୍ୟ ଆନ୍ଧ୍ରପ୍ରଦେଶର ତ୍ରିପୁର ଠାରେ ରହି କର୍ମ ସଂସ୍ଥାନ କରୁଥିବା ବେଳେ ଏବେ ଅରକ୍ଷିତ ପାଖରେ ପକ୍ଷାଘାତ ଭୋଗୁଥିବା ରୋଗିଣ ସ୍ତ୍ରୀ ପ୍ରମିଳା ଅଷ୍ଟମ ଶ୍ରେଣୀରେ ପଢୁଥିବା ସାନଝିଅ ଚଞ୍ଚଳା ମୁଣ୍ଡ ଗୁଞ୍ଜିବାକୁ ଏକ ଝାଟି ମାଟିର କୁଡିଆଉପର ଛାତ ନ ଥିବାରୁ ପାଲ ଖଣ୍ଡିଏ ଢ଼ଙ୍କା ହୋଇଛି । ଜଣେ ସମାଜ ସେବୀଙ୍କ ଦ୍ଵାରା ଜୟପାଟଣା ତହସିଲଦାରଙ୍କୁ ସୂଚନା ଦେବାପରେ ଖଣ୍ଡିଏ ପାଲ ଦେବା ପାଇଁ ସହମତି ପ୍ରଦାନ କରିଥିବା ବେଳେ ଜୟପାଟଣା ବି ଡ଼ି ଓ ମଧ୍ୟ ଅନ୍ତୋଦୟ ଆବାସ ଯୋଜନାରେ ଘର ଖଣ୍ଡିଏ ମଞ୍ଜୁର କରିବା ପାଇଁ ସହମତି ପ୍ରଦାନ କରିଛନ୍ତି । ଦେଖାଯାଉ ଅରକ୍ଷିତ ପାଇଁ କେଉଁ ମାନେ ସାହା ହେଉଛନ୍ତି ନା ପୁଣିଥରେ ଜୀବନ ଯନ୍ତ୍ରଣାର ଅଗ୍ନି ପଥରେ ଅନିଶ୍ଚିତ ଜୀବନ ଯାତ୍ରାର ପଥିକ ସାଜିବାକୁ ପଡ଼ିବ ।

jittmm
Leave A Reply

Your email address will not be published.