ଭୃଣ ନିରୂପଣ ଉପରେ ସଜାଗ ରହିବାକୁ ଜିଲ୍ଲାପାଳଙ୍କ ତାଗିଦ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଅଦ୍ୟ ତା.୦୭.୦୨.୨୦୨୩ ଦିନ ତରଭା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବୈଠକ ପ୍ରକୋଷ୍ଠରେ ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନିଲ ନରୱଣେଙ୍କ ସଭାପତିତ୍ୱରେ କନ୍ୟା ଭ୍ରୁଣ ହତ୍ୟା ସମ୍ପର୍କିତ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କର୍ମଶାଳାରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ତରଭା ଅନ୍ତର୍ଗତ ସମସ୍ତ ଆଶା କର୍ମୀ, ମହିଳା ସ୍ୱାସ୍ଥ୍ୟ କର୍ମୀ ଏବଂ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ସମସ୍ତ କର୍ମଚାରୀ ତଥା ସୁପରଭାଇଜର ଉପସ୍ଥିତ ଥିଲେ । ଉକ୍ତ କର୍ମଶାଳାରେ ସିଡିଏମ ଏଣ୍ଡ ପିଏଚଓ ଡ଼ା. ବିଶ୍ୱରଂଜନ ପତି, ଏଡିପିଏଚଓ (ପରିବାର କଲ୍ୟାଣ) ଡ଼ା. ଦୈତ୍ୟ ନାରାୟଣ ପାଢ଼ୀ, ଡିପିଏମ ବିଶ୍ୱମ୍ବର ବେହେରା, ଡିଏସଡବ୍ଲୁଓ ରେଣୁବାଳା ଦାସ, ଡିଏମଆରସିଏଚ, ଆଇସିଏମ, ଏ ଏମ-ସି ପି ଡିସିପିଓ, ଡିସି ବାଲ୍ୟ ବିବାହ ପ୍ରମୁଖ ଉପସ୍ଥିତ କର୍ମୀମାନଙ୍କୁ କନ୍ୟା ଭ୍ରୁଣ ହତ୍ୟା ସମ୍ପର୍କରେ ସଚେତନ କରାଇଥିଲେ । ଜିଲ୍ଲାପାଳ ଆଶା କର୍ମୀମାନଙ୍କୁ କନ୍ୟା ଭ୍ରୁଣ ନିରୂପଣ ତଥ୍ୟ ଗୁଡ଼ିକ ତୁରନ୍ତ ଜଣାଇବାକୁ ତାଗିଦ୍ କରିବା ସହ ଏଥି ପ୍ରତି ବିଶେଷ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି । ସଭା ଶେଷରେ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକ୍ଷକ ଡ଼ା. କ୍ଷୀରୋଦ୍ର କୁମାର ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!