ଟିଟିଲାଗଡ ପୋଲିସ ପକ୍ଷରୁ ଡିଏଭି ମହାବିଦ୍ୟାଳୟ ଓ ମହେଶ୍ୱର ହିନ୍ଦୀ ହାଇସ୍କୁଲଠାରେ ସାଇବର ସୁରକ୍ଷା ଅଭିଯାନ ୨୦୨୫

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜିକାଲି ଅନ୍‌ଲାଇନ ଦ୍ଵାରା ସମସ୍ତ ଆର୍ଥିକ ଦେଣନେଣ ତଥା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରାଯାଉଛି । ଏହାର ଫାଇଦା ନେଇ ସାଇବର ଅପରାଧୀ ନିଜର ସ୍ୱାର୍ଥ ହାସଲ ପାଇଁ ଲୋକଙ୍କୁ ଫୋନ କରି ଓଟିପି ମାଗି ତାଙ୍କ ଆକାଉଣ୍ଟ ଖାଲି କରୁଥିବା ନୀତିଦିନ ଦେଖିବାକୁ ମିଳୁଛି । ଏହାକୁ ଦୃଷ୍ଟିରେ ରଖି ଓଡିଶା ପୋଲିସ ଅକ୍ଟୋବର ୧୮ ତାରିଖରୁ ନଭେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ସାଇବର ସୁରକ୍ଷା ଅଭିଯାନ ଚଲାଉଛନ୍ତି । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ଥାନା ଅଧିକାରୀ ଶ୍ରୀମତୀ କଲ୍ୟାଣୀ ବେହେରାଙ୍କ ଅଧ୍ୟକ୍ଷତାରେ ସୋମବାର ଦିନ ଡିଏଭି ମହାବିଦ୍ୟାଳୟଠାରେ ପୂର୍ବାହ୍ନରେ ଓ ଅପରାହ୍ନରେ ମହେଶ୍ୱର ହିନ୍ଦୀ ନୋଡାଲ ଉଚ୍ଚ ବିଦ୍ୟାଳୟଠାରେ ସାଇବର ସୁରକ୍ଷା ନେଇ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇବା ସହ ସାଇବର କୁଇଜ୍‌ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଥାନା ଅଧିକାରୀ ପ୍ରଶ୍ନ ପଚାରୁଥିଲେ ଏବଂ ଯିଏ ଉତ୍ତର ଦେଇଥିଲା ତାଙ୍କୁ ପୁରସ୍କୃତ କରୁଥିଲେ । ଏହି ଅବସରରେ ମହେଶ୍ୱର ହିନ୍ଦୀ ନୋଡାଲ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ, ଶିକ୍ଷକ ଏବଂ ପୋଲିସ ଏସଆଇ ମାଝୀ ବାବୁଙ୍କ ସହ ଅନ୍ୟାନ୍ୟ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ହିନ୍ଦୀ ହାଇସ୍କୁଲର ଛାତ୍ରଛାତ୍ରୀଙ୍କୁ କିପରି ସାଇବର ଠକେଇରୁ ନିଜକୁ ରକ୍ଷା କରିବେ ସେ ନେଇ ଥାନା ଅଧିକାରୀ ଶ୍ରୀମତି କଲ୍ୟାଣୀ ବେହେରା ସୂଚନା ଦେଇଥିଲେ ।

Leave A Reply

Your email address will not be published.