jayashree

ଟିଟିଲାଗଡରେ ସାଇବର ସୁରକ୍ଷା ଅଭିଜାନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଓଡିଶା ପୋଲିସ ପକ୍ଷରୁ ରାଜ୍ୟ ବ୍ୟାପୀ ଏକ ସାଇବର ସୁରକ୍ଷା ଅଭିଯାନ ଗାଡି ବୁଲୁଛି । ଜନସାଧାରଣମାନଙ୍କୁ ସାଇବର କ୍ରାଇମ ବିଷୟରେ ସଚେତନ କରିବା ଉଦ୍ଦେଶ୍ୟରେ ଟିଟିଲାଗଡ଼ ଏହି ସଚେତନ ଗାଡି ପହଞ୍ଚି ଶୁକ୍ରବାର ଦିନ ଡିଏଭି ମହାବିଦ୍ୟାଳୟ, ହିନ୍ଦୀ ହାଇସ୍କୁଲରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇଥିଲେ । ଶନିବାର ଅପରାହ୍ନ ୪.୩୦ ସମୟରେ ଟିଟିଲାଗଡ ଥାନାଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ମହାରାଜ ସାଗରର ଗୋପବନ୍ଧୁ ପାର୍କ ନିକଟରେ ପହଁଚିଥିଲା । ଏହି ଅବସରରେ ଏସଡିପିଓ ଶ୍ରୀମତୀ ଅଙ୍କିତା କୁମ୍ଭାର ସମସ୍ତ ଅତିଥିଙ୍କୁ ନିମନ୍ତ୍ରଣ କରି ମଞ୍ଚ ଉପରକୁ ଡାକିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିରର ଅତିରିକ୍ତ ଏସପି ସୁରେଶ ନାଏକ, ଟିଟିଲାଗଡ ଉପଜିଲ୍ଲାପାଳ ଦୟାମୟ ପାଢୀ, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ନାୟକ, ଟିଟିଲାଗଡ ପୌରପରିଷଦର ଉପାଧକ୍ଷ ଶ୍ରୀମତୀ ପୁଷ୍ପା ମଞ୍ଜରି ଜାଲ ମଞ୍ଚାସୀନ ହେବା ପରେ ପ୍ରଥମେ ମହାତ୍ମାଗାନ୍ଧୀଙ୍କ ଫୋଟୋଚିତ୍ରରେ ଫୁଲମାଳ ଦେଇ ଦୀପ ପ୍ରଜ୍ୱଳନ କରିଥିଲେ । ତା’ପରେ ଉପସ୍ଥିତ ସମସ୍ତେ ଛିଡା ହୋଇ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ କଲା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଉପସ୍ଥିତ ଅତିଥିମାନେ ସାଇବର ସୁରକ୍ଷା ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ସାଇବର ସୁରକ୍ଷା ଉପରେ କରାଯାଇଥିବା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ସମ୍ମାନୀତ କରିଥିଲେ । ଏହା ପରେ ଡାନ୍ସିଂଷ୍ଟାର ଏକାଡେମୀ ପକ୍ଷରୁ ଜଗନ୍ନାଥଙ୍କ ‘ଆହେ ନୀଳ ଶୈଳ’ ଭଜନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସାଇବର ସୁରକ୍ଷା ଉପରେ ଏକ ନାଟକ ପରିବେଷଣ କରାଯାଇ ଲୋକଙ୍କୁ ସଚେତନ କରାଯାଇଥିଲା । ଏହି ଅବସରରେ ଟିଟିଲାଗଡ଼ ବ୍ଲକର ସମସ୍ତ ସରପଞ୍ଚ, ସମିତିସଭ୍ୟ, ଟିଟଲାଗଡ ପୌରପରିଷଦର ୱାର୍ଡ ମେମ୍ବର, ବରିଷ୍ଠ ନାଗରିକ, ସମାଜସେବୀ, ବୁଦ୍ଧିଜୀବୀ, ଯୁବ ପିଢ଼ି, ଟିଟିଲାଗଡ ନାଗରିକ ମଞ୍ଚ, ଟିଟିଲାଗଡ ବଣିକ ସଂଘ, ଜେସିଆଇ, ଲାୟନ୍ସ କ୍ଲବ, ସହରର ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ମହିଳାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.