jayashree

ଜାଗର ପାଇଁ ଚଳଚଞ୍ଚଳ ହୋଇଉଠିଛି ବୌଦ୍ଧ ଜିଲ୍ଲାର ସମସ୍ତ ବ୍ଲକର ଶୈବପୀଠ

ବୌଦ୍ଧ, (ସଞ୍ଜୟ କୁମାର ନନ୍ଦ) : ପବିତ୍ର ମହାଶିବରାତ୍ରି ଜାଗର ଯାତ୍ରା ପାଳନ ପାଇଁ ବୌଦ୍ଧ ଜିଲ୍ଲାର ସମସ୍ତ ବ୍ଲକ ତଥା ହରଭଙ୍ଗା, ବୌଦ୍ଧ ଏବଂ କଣ୍ଟାମାଲ ବ୍ଲକର ବିଭିନ୍ନ ସ୍ଥାନରେ ଥିବା ଶିବ ମନ୍ଦିର ଚଳଚଞ୍ଚଳ ହୋଇଉଠିଛି । ଜିଲ୍ଲାରେ ୧୦୦ରୁ ଅଧିକ ସ୍ଥାନରେ ଶିବ ମନ୍ଦିର ରହିଛି । ଜିଲ୍ଲାର ସହରରେ ଥିବା ରାମେଶ୍ୱର ମନ୍ଦିର, ବଙ୍କାପଡା କାଶୀନାଥ ମନ୍ଦିର, କରଡ଼ି ଚାମ୍ପେଶ୍ୱର ମହାଦେବ ଶିବ ମନ୍ଦିର, ରାମଗଡ଼ ସିଦ୍ଧେଶ୍ୱର ଶିବ ମନ୍ଦିର, ଧଳପୁର ଶିବ ମନ୍ଦିର, ଜଗତି ଚାରିଶମ୍ଭୁ ମହାଦେବ ମନ୍ଦିର, ବାଉସୁଣୀ ଶିବ ମନ୍ଦିର, ମନମୁଣ୍ଡା ଶିବ ମନ୍ଦିର, ଶଗଡା ଶିବ ମନ୍ଦିର, ଖୁଣ୍ଟିଗୋରା ଶିବ ମନ୍ଦିର, କଣ୍ଟାମଲ ଶିବ ମନ୍ଦିର, ଚଣ୍ଡିତଲ ଗୁପ୍ତେଶ୍ୱର ମନ୍ଦିରରେ ପୂଜା ଆରାଧନା କରାଯାଇଛି ।

ସେହିପରି ଚାରିଛକ, ଅଡ଼େନିଗଡ ମାଧପୁର, ହରେକୃଷ୍ଣପୁର ବଘିଆପଡା, ତଳଗାଁ ଭଳି ସ୍ଥାନରେ ଶିବ ମନ୍ଦିର ରହିଛି । ଏହି ସବୁ ସ୍ଥାନରେ ହଜାର ହଜାର ଭକ୍ତଙ୍କ ଗହଳି ହୋଇଥିବା ବେଳେ ହରଭଙ୍ଗା ବ୍ଲକ ବୀରନରସିଂହ ପୁର ଗ୍ରାମ ପଞ୍ଚାୟତ କରଡ଼ି ଗ୍ରାମର ମହାନଦୀ କୂଳରେ ବିରାଜମାନ କରିଥିବା ଶ୍ରୀ ଶ୍ରୀ ଚାମ୍ପେଶ୍ୱର ମହାଦେବ ମନ୍ଦିରରେ ପ୍ରବଳ ଗହଳି ଦେଖିବାକୁ ମିଳିଛି ଏବଂ ଏହିସବୁ ସ୍ଥାନରେ ପ୍ରଶାସନର ସମସ୍ତ ଆଇନ ଶୃଙ୍ଖଳାରେ ପ୍ରଭୁଙ୍କ ପୂଜା ଆରାଧନା ହେଉଥିବା ବେଳେ ଶିବରାତ୍ରି ଜାଗର ଯାତ୍ରା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.