ପାଇକମାଲରେ ସାଇ ମନ୍ଦିର ପ୍ରତିଷ୍ଠା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଠାରେ ଶ୍ରୀ ସତ୍ୟସାଇ ଭଜନ ମଣ୍ତଳୀ ପାଇକମାଲ ତରଫରୁ ଶ୍ରୀ ସତ୍ୟସାଇ ଭବ୍ୟ ନୂତନ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଏବଂ ଏକାଦଶ କୁଣ୍ତିୟ ବିଶ୍ବଶାନ୍ତି ଯଜ୍ଞ ଉଦ୍‌ଯାପିତ ହୋଇଯାଇଛି । ପ୍ରଥମ ଦିବସରେ କଳସ ଯାତ୍ରା, ଦ୍ବିତୀୟ ଦିବସରେ ଗଣେଶ ଓ ହନୁମାନ ବିଗ୍ରହ ପ୍ରାଣ ପ୍ରତିଷ୍ଠା ୧୧ କୁଣ୍ତୀୟ ବିଶ୍ବଶାନ୍ତି ମହାଯଜ୍ଞରେ ୪୪ ଯୋଡି ଯଜମାନ ଦମ୍ପତ୍ତି ଅଂଶ ଗ୍ରହଣ କରିଥିଲେ । ତୃତୀୟ ଦିବସରେ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହୋମଯଜ୍ଞ କାର୍ଯ୍ୟକ୍ରମ ସାଇ ମନ୍ଦିରର ଉଦ୍‌ଘାଟନୀ ଉତ୍ସବରେ ପୂର୍ବତନ ରାଜ୍ୟ ସଭାପତି ହରକୃଷ୍ଣ ଦାଶଙ୍କ ଦ୍ୱାରା ଉଦ୍‌ଘାଟନ କରାଯାଇ ନୁଆପଡା ସାଇ ଜିଲ୍ଲା ଭାଇଭଉଣୀଙ୍କ ଦ୍ୱାରା ବେଦ ପାଠ କରାଯାଇଥିଲା । ମଞ୍ଚକୁ ଭଉଣୀ ବିଜୟ ଲକ୍ଷ୍ମୀ ଶତପଥୀ ପରିଚାଳନା କରିଥିଲେ । ଏହି ସାଇ ମନ୍ଦିର ପ୍ରତିଷ୍ଠା ମହୋତ୍ସବରେ ମୁଖ୍ୟ କର୍ତ୍ତା ଭାବରେ ଗୋବର୍ଦ୍ଧନ ଅଗ୍ରୱାଲ, ସୁମିତ ଅଗ୍ରୱାଲ, ଲକ୍ଷ୍ମଣ ସାହୁ, ନନ୍ଦଶ୍ରୀ ବାସ୍ତବ ତଥା ଅନ୍ୟାନ୍ୟ ସହଯୋଗୀ ବନ୍ଧୁ ସପତ୍ନିକ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପଣ୍ଡିତ ସୁନୀଲ ପାଣିଗ୍ରାହୀ, ମିତ୍ରଭାନୁ ଦେବତା, ବ୍ୟାସଦେବ ପାତ୍ର, ସୁରେଶ ଚନ୍ଦ୍ର ପଣ୍ତା ପଣ୍ଡିତ ଭାବେ ପୂଜାର୍ଚ୍ଚନା କରିଥିଲେ । ଅତିଥି ଭାବରେ ପୂର୍ବତନ ରାଜ୍ୟ ସଭାପତି ହରକୃଷ୍ଣ ଦାଶ, ସମ୍ବଲପୁର ଜିଲ୍ଲା ସଭାପତି ମୁନା ଭାଇ, ବରଗଡ ଜିଲ୍ଲା ସଭାପତି ଭୁବନେଶ୍ବର ସାହୁ, ପୂର୍ବତନ ଜିଲ୍ଲା ସଭାପତି ବିନାୟ ବାରିକ, ପଦ୍ମପୁର ସମିତି ଆବାହକ ପବିତ୍ର ମୋହନ ରଥ ଯୋଗଦେଇ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ଅବତରଣ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପାଇକମାଲ ସାଇ ଭଜନ ମଣ୍ତଳୀ ତରଫରୁ ପ୍ରତ୍ୟେକ ଦିନ ନାରାୟଣ ସେବାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଡା ଲମ୍ବୋଦର ପଣ୍ତା, ସରୋଜ ସାମଲ, ସତ୍ୟ ନାରାୟଣ ବେହେରା, ସୁରଥ ସାହୁ, ଶରତ ଚନ୍ଦ୍ର ହଂସ, ସନ୍ତୋଷ ପାଢୀ, ଅରୁଣା ସାହୁଙ୍କ ସମେତ ପାଇକମାଲ ଅଧିବାସୀଙ୍କ ଦ୍ବାରା ପରିଚାଲିତ ହୋଇଥିଲା । କରୋନା ପ୍ରଭାବରେ ଗତ ଦୁଇବର୍ଷ ଧରି କୌଣସି ଧର୍ମାନୁଷ୍ଠାନ କାର୍ଯ୍ୟକ୍ରମ ହୋଇ ନଥିବାରୁ ପ୍ରବଳ ଜନ ସମାଗମ ହୋଇଥିଲା । ଯେଉଁ ସ୍ଥାନରେ ସାଇ ମନ୍ଦିର ପ୍ରତିଷ୍ଠା ହୋଇଛି ସେହି ସ୍ଥାନରେ ଅନେକ ଲୋକ ବାସ କରିବା ସହ ଏକ କଲୋନୀ ତଥା ଜନବସତି ହୋଇଛି । ପାଇକମାଲ ସହର ସମାଜସେବୀ ଗୋବର୍ଦ୍ଧନ ଅଗ୍ରୱାଲ ନିଜସ୍ବ ଜମିରୁ ୩ ଡିସିମିଲ ଦାନ କରିଛନ୍ତି । ଉକ୍ତ ଅଞ୍ଚଳକୁ ସାଇରାମ ବିହାର ଭାବେ ଘୋଷଣା କରିବା ପାଇଁ ସାଇ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଆସିଥିବା ଅତିଥି ତଥା ଜନ ସାଧାରଣଙ୍କ ଉପସ୍ଥିତିରେ ସ୍ବୀକୃତି ପ୍ରଦାନ କରିଥିଲେ । ଉକ୍ତ ଅଞ୍ଚଳକୁ ପରବର୍ତ୍ତୀ ସମୟରେ ସାଇରାମ ବିହାର ଭାବେ ଘୋଷିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ପାଇକମାଲ ବାସୀ ତଥା ଆଖପାଖ ଅଞ୍ଚଳର ଲୋକ ମାନେ ଯୋଗଦାନ କରି ସୂଚାରୁ ରୂପେ ସମ୍ପାଦନ ହୋଇଥିବାରୁ ପାଇକମାଲ ସାଇ ଭଜନ ମଣ୍ତଳୀ ତରଫରୁ ଧନ୍ୟବାଦ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମ ଶେଷ ଘୋଷିତ ହୋଇଥିଲା ।

Leave A Reply

Your email address will not be published.