ସାହିତ୍ୟ ସୃଜନୀ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାହିତ୍ୟ ସାଂସ୍କୃତିକ ଅନୁଷ୍ଠାନ ରାଉରକେଲା ସାହିତ୍ୟ ସଂସଦର ବିଦ୍ୟାଳୟସ୍ତରୀୟ ସାହିତ୍ୟ ସୃଜନୀ କାର୍ଯ୍ୟକ୍ରମ ବିଦ୍ୟୁତ କଲୋନୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସିଂହଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିମ୍ବାଧର ପାଢି ଯୋଗଦାନ କରି ବିଘ୍ନ ବନାଶକ ଶ୍ରୀ ଗଣେଶଙ୍କ ଜନ୍ମ ବୃତ୍ତାନ୍ତ ଆରମ୍ଭ କରି ସୃଷ୍ଟିକୁ ସେ କିପରି ପ୍ରଳୟ ମୁଖରୁ ରକ୍ଷା କରିଥିଲେ ସୁନ୍ଦର ସୁନ୍ଦର କାହାଣୀ ମାଧ୍ୟମରେ ପିଲାମାନଙ୍କୁ ବୁଝାଇଥିଲେ । ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ବିଜୟ କୁମାର ସାହୁ ଦଶମ ଶ୍ରେଣୀ ପିଲାମାନଙ୍କୁ ଓଡିଆ ବ୍ୟାକରଣ ବିଷୟର ସୁନ୍ଦର ଆଉ ସରଳ ଭାବରେ ଶିକ୍ଷାଦାନ କରିଥିଲେ । ରାଉରକେଲା ସାହିତ୍ୟ ସଂସଦର କାର୍ଯ୍ୟକାରୀ ସଦସ୍ୟ କବି ସୁଶାନ୍ତ କୁମାର ନାୟକ ପିଲାମାନଙ୍କ ମଧ୍ୟରେ ସାଧାରଣ ଜ୍ଞାନ ପ୍ରତିଯୋଗିତା କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍କୁଲର ଶିକ୍ଷକ ବଚନୀ ରାଉତ, ଗଦାଧର ମିଶ୍ର, ସନ୍ତୋଷ ସ୍ୱାଇଁ, ପ୍ରହଲାଦ ରଣା, ପ୍ରଶାନ୍ତ ମହାନ୍ତି, ବିଶ୍ୱରଂଜନ ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ସୁରେନ୍ଦ୍ର କୁମାର ଦେବତା ସମସ୍ତଙ୍କ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.