ଡେଲାଙ୍ଗ ଶିଶୁ କିଶୋର ସାହିତ୍ୟ ସଂସଦର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଗଡମୋଟରୀ ପଞ୍ଚାୟତ ଅନ୍ତର୍ଗତ ବିଶ୍ୱନାଥ ଦେବ ନୋଡାଲ ଉଚ୍ଚ ବିଦ୍ୟାପୀଠ ପ୍ରାଙ୍ଗଣରେ ଡେଲାଙ୍ଗ ଶିଶୁ କିଶୋର ସାହିତ୍ୟ ସଂସଦର ସମ୍ପାଦିକା ଲକ୍ଷ୍ମୀପ୍ରିୟା ଦାଶଙ୍କ ତତ୍ୱାବଧାନରେ ସଂସଦର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବର ପ୍ରଥମ ଅଧିବେଶନରେ ଶିଶୁ କବିତା ଆବୃତ୍ତି ଆସର ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ ଦିଗମ୍ବର ରଥ ସଭାପତିତ୍ୱ କରିଥିବା ବେଳେ ପ୍ରଶାନ୍ତ କୁମାର ଦାସ, ଜ୍ୟୋସ୍ନାମୟୀ ସ୍ୱାଇଁ ଅନ୍ୟତମ ସୁ-ସାହିତ୍ୟିକା ଶ୍ରୀମତୀ ସରୋଜିନୀ ଜେନା କବିତା ସଂଯୋଜନା କରିଥିଲେ । ଏଥିରେ ୭୦ରୁ ଅଧିକ ଛାତ୍ରଛାତ୍ରୀ ଓ ସାରସ୍ୱତ ସାଧକ ସାଧିକା ଶିଶୁ କବିତା ଆବୃତ୍ତି କରି ଶୁଣାଇଥିଲେ । ଦ୍ୱିତୀୟ ଅଧିବେଶନରେ ସଭାକାର୍ଯ୍ୟ କରାଯାଇଥିଲା । ଏହି ସଭାକାର୍ଯ୍ୟକୁ ବରିଷ୍ଠ ଶିଶୁ ସାହିତ୍ୟିକ ପ୍ରଶାନ୍ତ ମଙ୍ଗରାଜ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ବରିଷ୍ଠ ଶିଶୁ ସାହିତ୍ୟିକ ଡ.ହେମନ୍ତ କୁମାର ଛୋଟରାୟ ଓ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଶିଶୁ ସାହିତ୍ୟିକ ବୀରେନ ମହାନ୍ତି ଏବଂ ସମ୍ମାନିତ ଅତିଥି ରୂପେ ସଂଗ୍ରାମ କେଶରୀ ପୃଷ୍ଟି, ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ଓ ବରିଷ୍ଠ ଶିଶୁ ସାହିତ୍ୟିକ, ପ୍ରଭାତ ଚନ୍ଦ୍ର ରଥ, ବରିଷ୍ଠ ଶିଶୁ ସାହିତ୍ୟିକ କୁଞ୍ଜବିହାରୀ ସାହୁ, ସମ୍ପାଦକ ଶିଶୁ କବି ବିପିନ ବିହାରୀ ଦଳେଇ ପ୍ରମୁଖ ବିଶିଷ୍ଟ ଶିଶୁ ସାହିତ୍ୟିକମାନେ ଯୋଗଦେଇ ବର୍ତ୍ତମାନ ସମୟରେ ଶିଶୁ ସାହିତ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ୧୦ଜଣ ସାହିତ୍ୟ ପ୍ରତିଭାଧାରୀଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ ଦେଇ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନଙ୍କ ମଧ୍ୟରେ ଜୀନା ନାୟକ, ଛାତ୍ର ଗୌରବ, ଅନ୍ସର ଅଲ୍ଲୀ ଖାଁ ଶିଶୁ କବି ସମ୍ମାନ, ନୂତନ ପାଟଯୋଷୀ ଶିଶୁ କବି ସମ୍ମାନ, ଦମୟନ୍ତୀ ମଙ୍ଗରାଜ ସୁଲେଖିକା ସମ୍ମାନ, ଅଭୟ ସାହୁଙ୍କୁ ସଂସ୍କୃତି ସମ୍ପନ୍ନ ସମ୍ମାନ, ହୃଷିକେଶ ପାଢ଼ୀଙ୍କୁ ପରିବେଶବିତ୍ ସମ୍ମାନ, ଶାନ୍ତିଲତା ପ୍ରଧାନ କ୍ରୀଡା ଶିକ୍ଷକ ସମ୍ମାନ, ଦେବାଶିଷ ପ୍ରଧାନ ଯୁବ ପ୍ରତିଭା ସମ୍ମାନ, କୁଞ୍ଜବିହାରୀ ସାହୁ ଶିଶୁ ସାହିତ୍ୟିକ ସମ୍ମାନ, ପ୍ରଶାନ୍ତ କୁମାର ଦାଶ, ଶିଶୁ ସାହିତ୍ୟିକ ସମ୍ମାନ, ଓ ସଂଗ୍ରାମ କେଶରୀ ପୃଷ୍ଟିଙ୍କୁ ଶିଶୁ ସାହିତ୍ୟିକ ସମ୍ମାନ ସ୍ୱରୂପ ମାନପତ୍ର ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନର ସମ୍ପାଦିକା ଲକ୍ଷ୍ମୀପ୍ରିୟା ଦାଶ ବାର୍ଷିକ ବିବରଣୀ ପାଠ କରିଥିଲେ । ଶିଶୁ ସାହିତ୍ୟ ସଂସଦର ବାର୍ଷିକ ପତ୍ରିକା ‘ଗ୍ରାମ୍ୟରମ୍ୟ’ ଉନ୍ମୋଚନ ହେବା ସହ ଲକ୍ଷ୍ମୀପ୍ରିୟା ଦାଶଙ୍କର ସପ୍ତମ ଶିଶୁ କବିତା ସଙ୍କଳନ ‘ବୃକ୍ଷ ବୈଦ’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ଶେଷରେ ଗ୍ରାମ୍ୟରମ୍ୟ ପ୍ରତିଷ୍ଠାତା ଗୋପାଳ ଚନ୍ଦ୍ର ମହାପାତ୍ର କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସରସ୍ୱତୀ ଜୟସିଂହ, ଲକ୍ଷ୍ମୀ ଜୟସିଂହ, ଶ୍ରଦ୍ଧାଂଜଳି ପାଲଟା ସିଂହ, ନିବେଦିତା ଜେନା, ଶୀତନ ପାଟଯୋଷୀ ପ୍ରଭୃତି ସଦସ୍ୟ ବୃନ୍ଦ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.