
ଭୁବନେଶ୍ୱର, (କେପିଏନ୍ଏସ୍) : ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ୨୦ତମ ଶ୍ରାଦ୍ଧବାର୍ଷିକ ଅବସରରେ ଅନୁଷ୍ଠାନ ସଂସ୍କୃତି ଓ ସଂସ୍କୃତି, ଓଡ଼ିଶା ସିନେକ୍ରିଏଟିକ୍ ଆସୋସିଏସନ୍ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଗୁରୁବାର ଅକ୍ଷୟ ସଙ୍ଗୀତ ଓ ସମ୍ମାନ ଉତ୍ସବ-୨୦୨୨ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଏମ୍ପି ତଥା କିଟ୍ ଓ କିସ୍ର ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ, ସମ୍ମାନିତ ଅତିଥି ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଯୋଗଦେଇଥିଲେ । ଉତ୍ସବରେ ଗାଳ୍ପିକ ଭୀମ ପୃଷ୍ଟିଙ୍କୁ ଅକ୍ଷୟ ସାହିତ୍ୟ ସମ୍ମାନ ଓ ଇଞ୍ଜିନିୟର ବିଚିତ୍ରାନନ୍ଦ ଦେଓଙ୍କୁ ଅକ୍ଷୟ ସଙ୍ଗୀତ ସମ୍ମାନରେ ସମ୍ମାନିତ କରାଯାଇଥିଲା । କାଦମ୍ବିନୀ ମିଡିଆ ପକ୍ଷରୁ ଡ. ଇତି ସାମନ୍ତଙ୍କ ସମ୍ପାଦନରେ ପ୍ରକାଶିତ ଅକ୍ଷୟ ମହାନ୍ତିଙ୍କ ସ୍ମୃତି ଆଧାରିତ ସଂକଳନ ଅମର ଅକ୍ଷୟ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।
ସାମ୍ବାଦିକ ପ୍ରଦୋଷ ପଟ୍ଟନାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସମ୍ପାଦକ ଦିଲୀପ ହାଲି ବିବରଣୀ ପ୍ରଦାନ କରିଥିଲେ । ସାରେ କଣ୍ଠଶିଳ୍ପୀ ବିଚିତ୍ରାନନ୍ଦ ଦେଓ, ସୌରଭ ନାୟକ, ଛନ୍ଦା ମିଶ୍ର, ଶୈଳଭାମା ମିଶ୍ର, ପ୍ରୀତିନନ୍ଦା ରାଉତରାୟ, ଯଶସ୍ୱିନୀ, ସଞ୍ଜୟ ମିଶ୍ର ପ୍ରମୁଖଙ୍କ ସଙ୍ଗୀତରେ ଶ୍ରୋତାମାନେ ଝୁମି ଉଠିଥିଲେ । କାର୍ଯ୍ୟକ୍ରମକୁ ଅବନ୍ତୀକାନ୍ତ ଦାସ ପରିଚଳାନା କରିଥିବା ବେଳେ ଶ୍ରୀନିବାସ ଘଟୁଆରୀ ସଂଯୋଜନା କରିଥିଲେ । ରବି ବିଶ୍ୱାଳ, ଲିଟୁ ମହାନ୍ତି, ଶ୍ରୀଧର ମାର୍ଥା ପ୍ରମୁଖ ସହଯୋଗ କରିଥିଲେ ।