oom

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପୁରାତନ ସାହିତ୍ୟ ଅନୁଷ୍ଠାନ ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆଙ୍କ ଆବାହକିତ୍ୱ ତଥା ଉପସଭାପତି ଡ. ସନାତନ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆଲୋଚକ ଭାବେ ନାଟ୍ୟକାର ଭାସ୍କର ଚନ୍ଦ୍ର ମହାପାତ୍ର ଯୋଗଦେଇ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ଜୀବନାଦର୍ଶ ଓ ତାଙ୍କର ମାନବ ସମାଜକୁ ଅବଦାନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ମାତ୍ର କେତେଖଣ୍ଡ କାଠି ସାହାଯ୍ୟରେ ସେ ପାହାଡ, ପର୍ବତ, ପୃଥିବୀ ଓ ଚନ୍ଦ୍ରର ସଠିକ ଦୂରତା ମାପି ସେ ନିଜର ପାଣ୍ଡିତ୍ୟ ପ୍ରକାଶ କରିଥିଲେ । ଏଥିପାଇଁ ତାଙ୍କ ରଚିତ ପୁସ୍ତକ ‘ସିଦ୍ଧାନ୍ତ ଦର୍ପଣ’ ଯାହା ସମାଜର ଆଲୋକବର୍ତ୍ତିକା ହୋଇରହିଛି । ସେ ଆମ ଉତ୍କଳର ଏକ ଉଜ୍ଜ୍ୱଳ ନକ୍ଷତ୍ର । ତାଙ୍କର ସାଧନା ଖାଲି ଓଡ଼ିଶା କାହିଁକି ସମଗ୍ର ବିଶ୍ୱକୁ ଚମତ୍କୃତ କରିଥିଲା । ଏହି ଅବସରରେ ଗାଳ୍ପିକ ଅଜୟ କୁମାର ମହାନ୍ତି ‘ଋଷିକେଶର ଅତିଥି’ ଶୀର୍ଷକ ଗଳ୍ପ ପାଠ କରିଥିଲେ । ସେହିପରି ସୁସ୍ମିତା ମହାପାତ୍ରଙ୍କ ସଭାପତିତ୍ୱ ଓ ଅଧ୍ୟାପିକା ସିମରନ୍ ମହାପାତ୍ର ତଥା ଅଧ୍ୟାପିକା ଶେଫାଳୀ ବାରିକଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ତାରିଣୀ ଚରଣ ସାହୁ, ହରମୋହନ ମିଶ୍ର, କୁଞ୍ଜବିହାରୀ ରାଉତ, ଭାସ୍କର ଚନ୍ଦ୍ର ମହାପାତ୍ର, ଉପେନ୍ଦ୍ର କୁମାର ବସ୍ତିଆ, ଗଗନ ବିହାରୀ ନାୟକ, ଅର୍ଚ୍ଚନା ପାତ୍ର, କରୁଣାକର ପାଟ୍ଟଶାଣୀ, ସାଗର ମହାନ୍ତି, ସୁଶାନ୍ତ ନାୟକ, ସୁସ୍ମିତା ମହାପାତ୍ର, ସିମରନ୍ ମହାପାତ୍ର, ଶେଫାଳୀ ବାରିକ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ପ୍ରାରମ୍ଭରେ ସଭାପତି ଶ୍ରୀ ଶତପଥୀ ସଭାପତିତ୍ୱ ଅଭିଭାଷଣ ଓ ଅନୁଷ୍ଠାନର ଆଭିମୁଖ୍ୟ, ସମ୍ପାଦକ ଶ୍ରୀ ଖୁଣ୍ଟିଆ ଅତିଥି ମାନଙ୍କ ପରିଚୟ ଓ ସଂଯୋଜକ ଡ଼ଃ. ପ୍ରଧାନ ପାଠାଗାରର ସାହିତ୍ୟ ପ୍ରତି ପ୍ରତିବଦ୍ଧତା ଓ ଆଲୋଚ୍ୟ ବିଷୟ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଶେଷରେ ବିଜୟ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡ. ବସନ୍ତ ଦାସ, ଟୁକୁନା ପାଢ଼ୀ, ଏଟମ ରଥ, ନିରୁପମା ନାୟକ, ଆର୍ତ୍ତତ୍ରାଣ ମହାପାତ୍ର, ପ୍ରଦୀପ ପଟ୍ଟନାୟକ, କାଶୀନାଥ ପାତ୍ର, ଅକ୍ଷୟ ସାମଲ, ଗଙ୍ଗାଧର ଦାଶ, ଗଙ୍ଗାଧର ପୁହାଣ, ଡ. କୃପାସିନ୍ଧୁ ନାୟକ, ରାଜଲକ୍ଷ୍ମୀ ଆଚାର୍ଯ୍ୟ, ମନୋଜ କୁମାର ପଣ୍ଡା, ପ୍ରଳୟ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.