ଲେଖକ ସାମ୍ମୁଖ୍ୟର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସୁୁନ୍ଦରଗଡ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଓ ମଧୁସୂଦନ ପାଠଗାର ମିଳିତ ଆନୁକୂଲ୍ୟରେ ମାସିକ ସାହିତ୍ୟ ଆସର ଛେଣ୍ଡସ୍ଥିତ ପାଠାଗାର ପରିସରରେ ଅନୁଷ୍ଠିତ ହେଇଯାଇଛି । ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ସଭାପତିତ୍ୱ ଓ ବିଜୟ କୁମାର ବରାଳଙ୍କ ସଂଯୋଜନରେ ଆୟୋଜିତ ଏହି ସଭାରେ ମୁଖ୍ୟବକ୍ତା ଭାବେ ସମାଜସେବୀ ମୀନତି ଦେବତା ଯୋଗଦାନ କରି କହିଲେ ପୁରୁଷ କେବେ ନାରୀର ଶତ୍ରୁ ନୁହେଁ । ନାରୀ ସକଳ ସୃଷ୍ଟିର ବିଭବ, ଆଜି ସମାଜର ପ୍ରତ୍ୟେକ କ୍ଷେତ୍ରରେ ନାରୀ ତା’ର ବିଜୟର ପଦଚିହ୍ନ ଛାଡି ଯାଉଛି । ଇତିହାସରୁ ଆରମ୍ଭ କରି ବର୍ତ୍ତମାନ ସମାଜରେ ଯାହା ବି ବିକାଶ ହେଉଛି ବା ଭବିଷ୍ୟତରେ ହେବ କେବଳ ପୁରୁଷ ଦ୍ୱାରା ସମ୍ଭବ ହେବନି, ପ୍ରତିଟି କ୍ଷେତ୍ରରେ ପୁରୁଷ ନାରୀ ହାତର ସାହାଯ୍ୟ ଲୋଡିଛି ଆଉ ଚିରକାଳ ଲୋଡୁଥିବ ମଧ୍ୟ । ଅନ୍ୟତମ ବକ୍ତା ଡା. ଗୀତାଞ୍ଜଳି ପତ୍ରୀ କହିଲେ ନାରୀ ଯେମିତି ଗୋଟେ ପରିବାରକୁ ନିଜର ସ୍ନେହ ଶ୍ରଦ୍ଧା ବଳରେ ବାନ୍ଧିରଖି ସର୍ବଦା ପରିବାରରେ ବିକାଶ ଆଣିଥାଏ ଠିକ୍ ସେମିତି ସମାଜକୁ ଯଦି ନିଜର ସ୍ନେହ ଶ୍ରଦ୍ଧା ବଳରେ ବାନ୍ଧିରଖି ପାରନ୍ତା ସମାଜରେ ଦ୍ରୁତ ବିକାଶ ହୁଅନ୍ତା । ମୁଖ୍ୟଅତିଥି ଭାବେ ନୃସିଂହ ଚରଣ ବିଶ୍ୱାଳ କହିଲେ ଜଳ ସ୍ଥଳ ଓ ଆକାଶ କ୍ଷେତ୍ରରେ ନାରୀ ଆଜି ପୁରୁଷର ସମକକ୍ଷ ହେଇ ପାରିଛି, ନାରୀ ବିନା ସମାଜର ବିକାଶ ଆଜି ଅସମ୍ଭବ । ପ୍ରାରମ୍ଭରେ କବି ସୁଶାନ୍ତ କୁମାର ନାୟକ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉପେନ୍ଦ୍ର କୁମାର ବସ୍ତିଆ ଓ ଜ୍ଞାନରଂଜନ ମିଶ୍ର ଗଳ୍ପ ପାଠ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟ କବିତା ଆସରରେ ମଞ୍ଜୁଳା କୁମାରୀ ରଥ ସଭାପତିତ୍ୱ ଓ ଗୀତାରାଣୀ ବେହେରାଙ୍କ ସଂଯୋଜନାରେ କବି ପରେଶ ବିଶ୍ୱାଳ, ପ୍ରତାପ ପଣ୍ଡା, ଅଜୟ କୁମାର ମହାନ୍ତି, ନିରୁପମା ନାୟକ, ପ୍ରଫୁଲ୍ଲ ସାମଲ, ବଳରାମ ଦାଶ, ନିକୁଞ୍ଜ ବିହାରୀ ଦାଶ, ଦିବାକର ଦାଶ, ସ୍ନେହଲତା ପଟ୍ଟନାୟକ, ବ୍ରହ୍ମାନନ୍ଦ ପାଢି, ସୁନିଲ ମହାନ୍ତି ପ୍ରମୁଖ କବିମାନେ କବିତା ପାଠ କରିଥିଲେ । ଶେଷରେ ଡ. ପ୍ରଭାକର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୂର୍ଯ୍ୟମଣି ପଣ୍ଡା, ରାଖାଲ ମହାନ୍ତି, ଅଶୋକ ଶୁକ୍ଲା, ସଂଯୁକ୍ତା କର, ଆଶାଲତା ରାଉତ, ରେଖାଶ୍ରୀ ସାହୁ, ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.