
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଘୋରଡିଆ ଗ୍ରାମର ପ୍ରସିଦ୍ଧ ଦୟଣାଚୋରି ଲୋକ ଉତ୍ସବ ଅବସରରେ ଘୋରଡିଆ ବଜାର ମେଳଣ ମଣ୍ଡପରେ ମେକ୍ ଇନ୍ ଇଣ୍ଡିଆ ଆଣ୍ଡ ମିଡିଆ ପରିବାର ଓ ସ୍ୱାଧୀନ ସେବା ଚାରୀଟେବୁଲ ଟ୍ରଷ୍ଟର ମିଳିତ ଆନ୍ୟୁକୂଲ୍ୟରେ ସପ୍ତମ ବାର୍ଷିକ ଦୟାଣଚୋରୀ ସାହିତ୍ୟ ଆସର ମହା ସମାରୋହରେ ଅନୁଷ୍ଟିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠତା ତଥା ପରିଚାଳନା ନିର୍ଦ୍ଦେଶକ ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡିଆ ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ସ୍ୱାଧୀନ ସେବା ଚାରୀଟେବୁଲ ଟ୍ରଷ୍ଟର ସଭାପତି ଶଶିଶେଖର ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ରାଜ୍ୟସ୍ତରୀୟ କବି ସମ୍ମିଳନୀରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ସାସଂଦ ତଥା କବି ଡକ୍ଟର ପ୍ରସନ୍ନ ପାଟଶାଣୀ, ମୁଖ୍ୟବକ୍ତା ଭାବେ ଓଡିଶା ଉଚ୍ଚ ନ୍ୟାୟଳୟର ଆଇନଜୀବୀ ନିଶିକାନ୍ତ ମିଶ୍ର, ସମ୍ମାନିତ ଅତିଥି ରୂପେ ପ୍ରାକ୍ତନ ବ୍ଲକ ଉପାଧ୍ୟକ୍ଷ ଅଜୟ କୁମାର ରାଉତରାୟ, ଡେଲାଙ୍ଗ -କୋଠବାଡର ପୂର୍ବତନ ସରପଞ୍ଚ ଦୁର୍ଗାଚରଣ ରାଉତରାୟ, ଘୋରଡିଆ ଆଚଂଳିକ ଶାନ୍ତି ଓ ଉନ୍ନୟନ ପରିଷଦର ସଭାପତି ପ୍ରକାଶ ଚନ୍ଦ୍ର ପାତ୍ର, ସମ୍ପାଦକ ରମେଶ ଚନ୍ଦ୍ର ପାଟ୍ଟଶାଣୀ, ରାଧାମୋହନ ଦେବ ବ୍ୟବସାୟୀ ସଙ୍ଘର ସଭାପତି ପ୍ରହଲ୍ଲାଦ ବଳିୟାରସିଂହ, ମୁନିନ୍ଦା ସରପଞ୍ଚ ଶେଷଦେବ ବାରିକ ପ୍ରମୁଖ ଯୋଗଦେଇ ଘୋରଡିଆ ଦୟଣାଚୋରି ମେଳନ ପର୍ବର ଐତିହ, ପରମ୍ପରା, କଳା ସଂସ୍କୃତି ଉପରେ ଅ।।ଲୋକପାତ କରିଥିଲେ । ପ୍ରାରମ୍ଭରେ ବରିଷ୍ଟ ସମ୍ବାଦିକ ପ୍ରସନ୍ନ ତ୍ରିପାଠି ପ୍ରଦୀପ ପ୍ରଜ୍ୱଳନ କରି ସାହିତ୍ୟ ଆସରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଶିକ୍ଷାବିତ୍ ରମେଶ ଚନ୍ଦ୍ର ସ୍ୱାଇଁ ଓ ମାଟିର ମହକ ସଂପାଦକ ମାନସ ପଟ୍ଟନାୟକ ଦ୍ୱୟ ଉଚ୍ଚକୋଟିର ସଂଯୋଜନା କରି ଜନ ସମାଜକୁ ବିମୋହିତ କରିଥିଲେ । ଓଡିଶାର ପୁରୀ, ନାୟଗଡ, ଖୋର୍ଦ୍ଧା, କଟକ ଆଦି ବିଭିନ୍ନ ପ୍ରାନ୍ତରୁ ଜିତେନ୍ଦ୍ର କୁମାର ପେଣ୍ଠେଇ, ବିପିନୀ ବେହେରା, ସୁଦଦର୍ଶନ ପ୍ରଧାନ, ମହେଶ୍ୱର ବେହେରା, ଅଭୟ ଚରଣ ସାହୁ, ସରସ୍ୱତୀ ଜୟସଂହ, ବିଜୟ ପଟ୍ଟନାୟକ, ଅମୁଲ୍ୟବାଳା ପଟ୍ଟନାୟକ, ଶରତ ରାଉତ, ହୃଷିକେଷ ପାଢି, ପ୍ରଦୀପ କୁମାର ସେଠୀ, ଲକ୍ଷ୍ମୀପ୍ରିୟା ଦାସ ସମେତ ଶତାଧିକ କବି/କବୟତ୍ରୀ ଯୋଗ ଦେଇ ସ୍ୱ ରଚିତ ସୁନ୍ଦର କବିତା ମାନ ଆବୃତି କରିଥିଲେ । ଅନୁଷ୍ଠାନ ପକ୍ଷରୁ ସାମ୍ବାଦିକଙ୍କ ସମେତ କଳା, ସଂସ୍କୃତି, ଭାଷା, ସାହିତ୍ୟ, ସମାଜ ସେବା କ୍ଷେତ୍ରରେ ପ୍ରତିଭାମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱରା ମାନପତ୍ର, ଉତ୍ତରୀୟ, ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରାଯିବା ସହ ଉପସ୍ଥିତ ସମସ୍ତ କବିି/କବୟତ୍ରୀ ମାନଙ୍କୁ ପ୍ରସଂଶା ପତ୍ର ପ୍ରଦାନ କରାଯାଇଥିଲା । ପ୍ରକୃତି ପ୍ରେମୀ ହୃଷିକେଷ ପାଢିଙ୍କ ପରିବେଶ ସଚେତନତା ବ୍ୟାନରକୁ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ କରାଯାଇଥିଲା । ସୁଚିସ୍ମିତା ରାଉତରାୟ, ପ୍ରଶାନ୍ତ କୁମାର ନିଶଙ୍କ, ଦୁର୍ଗାପ୍ରସାଦ ସାହୁ, ପ୍ରସନ୍ନ କୁମାର ସାହୁ, ବେନୁଧର ମଙ୍ଗରାଜ ସମେତ ମିଡିଆ ପରିବାର, ଆଚଂଳିକ ଶାନ୍ତି ଓ ଉନ୍ନୟନ ପରିଷଦ ଓ ସ୍ୱାଧିନ ସେବା ଚାରିଟେବୁଲ ଟ୍ରଷ୍ଟର ସଦସ୍ୟମାନେ ଏଥିରେ ସହଯୋଗ କରିଥିଲେ । ଶେଷରେ ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଧାଉଡିଆ ଧନ୍ୟବାଦ ଅର୍ପଣ କରିଥିଲେ ।