om academy

ମା’ ଘଣ୍ଟେଶ୍ୱରୀ ସାହିତ୍ୟ ଘର ଚିପିଲିମାର ୧୯ ନମ୍ବର ସାହିତ୍ୟ ଆସର ଅନୁଷ୍ଠିତ

jsm

ଚିପିଲିମା : ମା’ ଘଣ୍ଟେଶ୍ୱରୀ ସାହିତ୍ୟ ଘର ଚିପିଲିମାର ୧୯ ନମ୍ବର ସାହିତ୍ୟ ଆସର ଗତ ୧୭ ତାରିଖରେ ଅନଲାଇନ୍ ଗୁଗୁଲ ମିଟ୍ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ବିଷୟ ଥିଲା ଗଳ୍ପ । ଏଥିରେ ପଶ୍ଚିମ ଓଡିଶାର ଭିନ୍ନ ଭିନ୍ନ ଜିଲ୍ଲାରୁ ପାଞ୍ଚ ଜଣ ଗାଳ୍ପିକ ଯୋଗ ଦେଇଥିଲେ । ସେମାନେ ହେଲେ ଶୁଭମ୍ ନାଏକ ସୁନ୍ଦରଗଡରୁ, ପ୍ରୀତିନନ୍ଦା ପାଣିଗ୍ରାହୀ ସମ୍ବଲପୁରରୁ, ରମଣୀରଂଜନ ବିଶ୍ୱାଳ ବଲାଙ୍ଗିରରୁ, ଚନ୍ଦନା ମଂଜରୀ ତ୍ରିପାଠୀ ବରଗଡରୁ ଏବଂ ରମାକାନ୍ତ ସିଂ ସାହାଣୀ କଳାହାଣ୍ଡିରୁ । ଘଣ୍ଟି ସାହିତ୍ୟ ଘର ଚିପିଲିମା ଅନୁଷ୍ଠାନର ସଂପାଦକ ତରଣିସେନ ମେହେର ସ୍ୱାଗତ ଭାଷଣ ଦେଇ ଆସର ଆରମ୍ଭ କରିଥିବା ବେଳେ ଘଣ୍ଟି ଘରର ସଦସ୍ୟା ସଂଗୀତା ମୋହନ ଗହିର ଆସର ସଂଯୋଜନା କରିଥିଲେ । ସମାଜସେବୀ, ସୃଜନଶିଳ୍ପୀ, ଶିକ୍ଷୟିତ୍ରୀ, କବି, ଅଭିନେତ୍ରୀ, ପ୍ରଯୋଜିକା ଏବଂ ସଂଯୋଜିକା ସବିତା ମହରା ଆଲୋଚିକା ଭାବେ ଏହି ସାହିତ୍ୟ ଆସରରେ ଯୋଗ ଦେଇଥିଲେ । ତାଙ୍କ ମତରେ ପ୍ରତେକ ଗଳ୍ପ ଇଙ୍ଗିତ ଧର୍ମି ହେବା କଥା । କ୍ଷୁଦ୍ର ଗଳ୍ପମାନଙ୍କରେ ବିନ୍ଦୁରୁ ସିନ୍ଧୁର ସନ୍ଧାନ ମିଳିଥାଏ । ଆମ ସମସ୍ତଙ୍କ ଲେଖାମାନଙ୍କରେ ଦେଶପ୍ରେମ ଭାବ, ପ୍ରକୃତି ପ୍ରେମ, ସମାଜ ଚେତନା ଭାବ ଏସବୁ ଉପାଦାନ ରହିବା କଥା । ଲେଖାଗୁଡିକ ଭାବମୟ ଓ ରସମୟ ହେବା କଥା । ଗଳ୍ପର ଚରିତ୍ର ଉପରେ ଗାଳ୍ପିକ ଯଥେଷ୍ଟ ଦୃଷ୍ଟି ଦେବା କଥା । ଗଳ୍ପର ଭାଷା ଓ ଶୈଳୀ ଉଚ୍ଚକୋଟିର ହେବା କଥା ।ପ୍ରତେକ ଗଳ୍ପରେ ଗାଳ୍ପିକର ଗୋଟିଏ ସମ୍ମୋହନ ଶକ୍ତି ରହିଥାଏ । ଯାହାକି ପ୍ରତେକ ପାଠକ ପାଠିକାଙ୍କୁ ଆକୃଷ୍ଟ କରିଥାଏ । ଏହି ଆସରରେ ଅନେକ ସାହିତ୍ୟ ପ୍ରେମୀ ସମଗ୍ର ଓଡିଶାରୁ ଯୋଗ ଦେଇଥିଲେ । ସେମାନେ ହେଲେ ଅଶ୍ୱିନୀ ପ୍ରଧାନ, ବାଲମୁକୁନ୍ଦ ନିଆଲ, ଭାରତୀ ପଣ୍ଡା, ବିଦ୍ୟାଧର ଦାଶ, ଦେବକୀ ସରାଫ୍, ଦିନେଶ ସାହୁ, ଗୌରାଙ୍ଗ ଚରଣ ମଲ୍ଲିକ, ଲଛମନ୍ ମାଝୀ, ଲିଙ୍ଗରାଜ ପୁଂଛା, ନରେନ୍ଦ୍ର କୁମାର ପଣ୍ଡା, ପଙ୍କଜ କ୍ରିଏସନ, ରାମଭକ୍ତ ଫରିକାର, ସାବିତ୍ରୀ ସାହୁ, ସମୀର ଖମାରୀ, ସରିତା ଦାଶ, ସରୋଜ କୁମାର କାଲଟା, ସୂର୍ଯ୍ୟକାନ୍ତ ସାହାଣୀ, ଅନିଲ ସାହୁ, ବବଲୁ ନାଗ, କର୍ଣ୍ଣ ଗହିର, ମକରଧ୍ୱଜ୍ ସାହୁ, ଜଗନ୍ନାଥ ସୁନା, ସୁରେଶ ପାଢୀ, ଅଭିମନ୍ୟୁ କାନୁନଗୋ, ଅରୁଣିମା ଗୁରୁ, ପ୍ରକାଶ ନାଗ ତଥା ଆହୁରି ଅନେକ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ସଂଯୋଜିକା ସଂଗୀତା ମୋହନ ଗହିର ଶ୍ରୋତାମାନଙ୍କ ମତାମତ ନେଇଥିବା ବେଳେ ସଂପାଦକ ତରଣିସେନ ମେହେର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଘଣ୍ଟି ସାହିତ୍ୟ ଘର ଚିପିଲିମାର ପ୍ରତିଷ୍ଠାତା ସଭ୍ୟ ସୁଧାଂଶୁ ଭୂଷଣ ଷଣ୍ଢ ତଥା ସଂପାଦକ ତରଣିସେନ ମେହେର ଆସରର ଯାନ୍ତ୍ରିକ ପରିଚାଳନା ଦାୟିତ୍ୱ ନେଇଥିବା ବେଳେ ଆସର ପରିସମାପ୍ତି ମଧ୍ୟ ଘୋଷଣା କରିଥିଲେ ସଂପାଦକ ତରଣିସେନ ମେହେର । ଏହିଭଳି ଭାବରେ ଘଣ୍ଟି ସାହିତ୍ୟ ଘର ଚିପିଲିମାର ୧୯ ନମ୍ବର ଗଳ୍ପ ଆସର ସଫଳତାର ସହିତ ଆୟୋଜିତ ହୋଇଯାଇଥିଲା ।

Leave A Reply

Your email address will not be published.