ସ୍ୱସ୍ତି ସାହିତ୍ୟ ସଂସଦର ମାସିକ ସାହିତ୍ୟ ଆସର

  • ଗୁରୁଙ୍କ ପାଇଁ ଚେତନା ଉର୍ଦ୍ଧ୍ବ ସ୍ତର ହୋଇଥାଏ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଗ୍ରଣୀ ସାହିତ୍ୟାନୁଷ୍ଠାନ ସ୍ୱସ୍ତି ସାହିତ୍ୟ ସଂସଦ ଓ ଗୋପବନ୍ଧୁ ପାଠାଗାରର ମିଳିତ ଆନୁକୂଲ୍ୟରେ ମାସିକ ସାହିତ୍ୟ ସମାବେଶ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଫେସର ଶଙ୍କର ପ୍ରସାଦ ତ୍ରିପାଠୀଙ୍କ ପୌରୋହିତ୍ୟ ଓ କବି ଅଙ୍ଗୁରବାଳା ପରିଡାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂସଦର ସଭାପତି ମହେନ୍ଦ୍ର କୁମାର ପଟ୍ଟନାୟକ ଓ ଛେଣ୍ଡ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷା ଶର୍ମିଷ୍ଠା କବି ଶତପଥୀ ଆଲୋଚକ ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ‘ସମର୍ପିତ ଭାବ ଓ ଚେତନା, ଗୁରୁବାଦ’ ସଂପର୍କରେ ଆଲୋଚନା କରିଥିଲେ । ଆଲୋଚକ ଦ୍ୱୟ ଗୁରୁଙ୍କ ସଂପର୍କରେ ଅନେକ ମାର୍ମିକ ତଥ୍ୟ ଉପସ୍ଥାପନ ସହ ଗୁରୁଙ୍କ ପାଇଁ ଚେତନା ଉର୍ଦ୍ଧ୍ବ ସ୍ତର ହୋଇଥାଏ ତଥା ଗୁରୁ ହେଉଛନ୍ତି ସିଡି । ଶିକ୍ଷକ ବିନା କୌଣସି କାର୍ଯ୍ୟ ସଂପନ୍ନ ହେବା ଅସମ୍ଭବ ତଥା ମନକୁ ନିୟନ୍ତ୍ରଣ ରଖିବା ଓ ବୁଝିବା ପାଇଁ ଗୁରୁଙ୍କର ଆବଶ୍ୟକତା ରହିଛି ବୋଲି ଆଲୋଚକମାନେ ମତ ରଖିଥିଲେ । ପରେ ଗାଳ୍ପିକ କାଶୀନାଥ ନନ୍ଦୀ ‘ମାଗିବାକୁ ସମୟ’ ଶୀର୍ଷକ ଗଳ୍ପପାଠ କରିଥିଲେ । ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ସର୍ବଶ୍ରୀ ବିଜୟ ରାୟ, କୁଞ୍ଜବିହାରୀ ରାଉତ, ଡା.ଗୀତାଞ୍ଜଳି ପତ୍ରୀ, ବ୍ରଜେନ୍ଦ୍ର ଦାଶ, ସଞ୍ଜୀବ କୁମାର ଭୋଇ ଓ ଅକ୍ଷୟ ସାମଲ ସ୍ୱରଚିତ କବିତା ପାଠ କରିଥିଲେ । ସମୀକ୍ଷକ ପ୍ରଧ୍ୟାପକ ପାରେଶ୍ୱର ବିଶ୍ୱାଳ ଆଲୋଚ୍ୟ ବିଷୟ, ଗଳ୍ପ ଓ କବିତା ଗୁଡିକର ସମୀକ୍ଷା କରିଥିଲେ । ପାଠାଗାରର କର୍ମକର୍ତ୍ତା ଲକ୍ଷ୍ମଣ ନାଥ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟାକ୍ରମରେ ସର୍ବଶ୍ରୀ ରାଜୀବ ପାଣି, ଡଃ ସୁମନ ଦତ୍ତ, ଡଃ ସନାତନ ପ୍ରଧାନ, ଡଃ ଶକ୍ତିପ୍ରସାଦ ସାମନ୍ତରାୟ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ରଶ୍ମିବାଳା ରାଉତରାୟ, ଅଶୋକ ପଟ୍ଟନାୟକ, ରଶ୍ମି ସାହୁ, ଜ୍ୟୋସ୍ନାରାଣୀ ପାତ୍ର, ହରିହର ନାୟକ, ଅଜୟ ମହାନ୍ତି, ଗୌତମ ଦାସ, ନୃସିଂହ ଚରଣ ବିଶ୍ବାଳ, ଭଜେନ୍ଦ୍ର ସାହୁ, ବିଜୟ କୁମାର ପାତ୍ର, ନୃସିଂହ ମହାନ୍ତି, ଭଗବାନ ପରିଡା, ଚନ୍ଦ୍ରମଣି ମାଝୀ, ସୁରେନ୍ଦ୍ର ନାଥ ଜେନା, ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ, ରାଜକୁମାର ମହାନ୍ତି, ବିଜୟିନୀ ଜେନା, ସୁଶାନ୍ତ ନାୟକ, ତ୍ରିନାଥ ସିଂ, କିଶୋରୀ ମୋହନ କର, ମୀନକେତନ ପଶାୟତ, ତ୍ରିଲୋଚନ ସ୍ୱାଇଁ, ରେବତୀବଲ୍ଲଭ ବେହେରା, ଅନିଲ କୁମାର ଦାଶ, ବିଭୁତି ଭୂଷଣ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!