oom

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର ଆଦର୍ଶ ସାହିତ୍ୟ ଘରଠାରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ରଙ୍କ ସଭାପତିତ୍ୱ ଓ ସାହିତ୍ୟ କାର୍ଯ୍ୟକ୍ରମର ମୁଖ୍ୟ ପୁରୋଧା ଉପସଭାପତି ଡଃ ସନାତନ ପ୍ରଧାନଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା କଲେଜର ପ୍ରଧ୍ୟାପକ ଡଃ ରବିନ୍ଦ୍ର କୁମାର ଜେନା ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ‘ଉତ୍କଳୀୟ କୃଷି ସଂସ୍କୃତିର ଅନନ୍ୟ ପର୍ବ ରଜପର୍ବ’ ସଂପର୍କରେ ଆଲୋଚନା କରିଥିଲେ । ଡଃ ଜେନା ଆଲୋଚ୍ୟ ବିଷୟ ସଂପର୍କରେ ଆଲୋଚନା କରି କହିଲେ ଯେ ଧରିତ୍ରୀ ମାତାର ରଜ ସମୟରେ ଉର୍ବରତା ବୃଦ୍ଧି ପାଇଥାଏ । କୃଷକ ମାଟି ମା’କୁ ସମ୍ମାନ ଦେଇ ରଜ ପରଠାରୁ ଚାଷ କାମରେ ଲାଗିଯାଏ । ଉତ୍କଳୀୟ ସଂସ୍କୃତିର ମହାନପର୍ବ ହେଲା ରଜପର୍ବ । ସାଂସ୍କୃତିକ, ଅର୍ଥନୈତିକ, ସାମାଜିକ, ସ୍ବାସ୍ଥ୍ୟଭିତ୍ତିକ ମଧ୍ୟରେ ଅପୂର୍ବ ସମନ୍ବୟ ତଥା କୃଷି ସଂସ୍କୃତି ଉପରେ ପର୍ଯ୍ୟବେଶିତ ହେଉଛି ରଜପର୍ବ । ପ୍ରାରମ୍ଭରେ ଅଶୋକ ବଳ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଓ ଡଃ ପ୍ରଧାନ ଅତିଥିଙ୍କ ପରିଚୟ ଓ ସଭାପତି ଶ୍ରୀ ମିଶ୍ର ସ୍ବାଗତ ଭାଷଣ ରଖିଥିଲେ । ଦ୍ବିତୀୟ ପର୍ଯ୍ୟାୟରେ ଅଜୟ କୁମାର ମହାନ୍ତି ଗଳ୍ପ ପାଠ କରିଥିବା ବେଳେ ଅର୍ଚ୍ଚନା ମହାନ୍ତି ଓ ଶ୍ୱେତ କୁମାର ବେହେରାଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ସର୍ବଶ୍ରୀ ତାରିଣୀ ଚରଣ ସାହୁ, କିଶୋରୀ ମୋହନ କର, ରବୀନ୍ଦ୍ରନାଥ ମହାନ୍ତି, ଉପେନ୍ଦ୍ର ବସ୍ତିଆ, ଡଃ ଜୟନ୍ତୀ ପାଢୀ, ସାଗର ମହାନ୍ତି, ଅଶୋକ ପଟ୍ଟନାୟକ, ଆଶୁତୋଷ ଜ୍ୟୋତିଷୀ, କରୁଣାକର ପାଟ୍ଟଶାଣୀ, କୁଞ୍ଜବିହାରୀ ରାଉତ, ଶ୍ବେତ କୁମାର ବେହେରା ପ୍ରମୁଖ କବିତା ପାଠ କରିଥିବା ବେଳେ ଶେଷରେ ଅନ୍ୟତମ ଉପସଭାପତି ଡାକ୍ତର ବସନ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଅନୁଷ୍ଠାନର ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ମନୋଜ କୁମାର ପଣ୍ଡା, ଜ୍ଞାନେନ୍ଦ୍ର କୁମାର ଦାଶ, କୈଳାଶ ସାବତ, ଟୁକୁଲା ପାଢୀ, ଜଗନ୍ନାଥ ରାଉତ, ପ୍ରଦୀପ କୁମାର ପଟ୍ଟନାୟକ, ଅକ୍ଷୟ ସାମଲ, ରାଧାମୋହନ ନାୟକ, ପର୍ଶୁରାମ ପଟ୍ଟନାୟକ, ବିଣାପାଣୀ ରଥ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପ୍ରାରମ୍ଭରେ ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

jittmm
Leave A Reply

Your email address will not be published.