ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର

  • ମାତୃଭୂମି ଓ ମାତୃଭାଷା ପ୍ରତି ସମର୍ପିତ ପ୍ରାଣ ତଥା ଜୀବନର କବି ମଧୁସୂଦନ : ଶ୍ରୀ ପାଟ୍ଟଶାଣୀ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପୁରାତନ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାର ତରଫରୁ ମାସିକ ସାହିତ୍ୟ ଆସର ଆଦର୍ଶ ସାହିତ୍ୟ ଘରଠାରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀଙ୍କ ସଭାପତିତ୍ୱ, ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆଙ୍କ ଆବାହକତ୍ୱ ଓ ଉପସଭାପତି ଡଃ ସନାତନ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଲୋଚକ ଭାବେ ରାଉରକେଲା କଲେଜର ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ‘ମଧୁସୂଦନ ରାଓଙ୍କ କବିତାରେ ଜୀବନ ଦର୍ଶନ’ ସଂପର୍କରେ ଆଲୋଚନା କରିଥିଲେ । ଶ୍ରୀ ପାଟ୍ଟଶାଣୀ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଜୀବନର କବି ଥିଲେ ମଧୁସୂଦନ । ସେ ନିରାଶାର ନୁହଁ ଆଶାର ବ୍ୟକ୍ତି ଥିଲେ । ସବୁସ୍ଥାନରେ କବି ବ୍ରହ୍ମକୁ ଦେଖୁଥିଲେ । ତା’ସହ ମାତୃଭୂମି ଓ ମାତୃଭାଷା ପ୍ରତି ସମର୍ପିତ ପ୍ରାଣ ଥିଲେ । ଏହି ଅବସରରେ ଗାଳ୍ପିକା ଅଧ୍ୟାପିକା ମହେଶ୍ୱେତା ସାହୁ ‘ଇଶ୍ୱର ସହ ଶେଷ ସାକ୍ଷାତ’ ଗଳ୍ପ ପଠନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟ କବିତା ପାଠୋତ୍ସବରେ କବି ସର୍ବଶ୍ରୀ କୁଞ୍ଜବିହାରୀ ରାଉତ, ମୀନକେତନ ପଶାୟତ, ବିଭୁ ନାୟକ, ସବିତା ବସ୍ତିଆ, ଆଶୁତୋଷ ଜ୍ୟୋତିଷୀ, ବସନ୍ତ ବିଶ୍ୱକର୍ମା, ନୀତୁ ସେଠ୍, ଗୌତମ ଦାସ, ଡଃ ଜୟନ୍ତୀ ପାଢୀ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ବ୍ରଜେନ୍ଦ୍ର ଦାଶ ଗଳ୍ପ ଓ ବିଜୟିନୀ ଜେନା କବିତା ଗୁଡିକର ମାର୍ମିକ ସମୀକ୍ଷା କରିଥିଲେ । ପ୍ରାରମ୍ଭରେ ଅଶୋକ କୁମାର ବଳ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ସଭାପତି ଶ୍ରୀ ଶତପଥୀ ସଭାପତିତ୍ୱ ଅଭିଭାଷଣ, ସଂପାଦକ ଶ୍ରୀ ଖୁଣ୍ଟିଆ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ସଂଯୋଜକ ଡଃ ପ୍ରଧାନ ପାଠାଗାରର ସାହିତ୍ୟ ପ୍ରତି ପ୍ରତିବଦ୍ଧତା ସହ ପ୍ରାକ୍‌କଥନ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଅଭୟ କୁମାର ଦାସ, ଭୂପେନ ମହାପାତ୍ର, ଅର୍ଚ୍ଚନା ମହାନ୍ତି, ଡଃ ଶକ୍ତି ପ୍ରସାଦ ସାମନ୍ତରାୟ, ପ୍ରଦୀପ କୁମାର ପଟ୍ଟନାୟକ, ଜ୍ଞାନେନ୍ଦ୍ର କୁମାର ଦାଶ, ଡା ବସନ୍ତ କୁମାର ଦାସ, ପ୍ରସନ୍ନ କୁମାର ବିନ୍ଧାଣୀ, ବିନିତା ବିନ୍ଧାଣୀ, ଅଟମ ରଥ, ସୁରଜ ସେଠ୍, ମନୋଜ କୁମାର ପଣ୍ଡା, ବିଜୟ ରାୟ, ସଂଜୀବ କୁମାର ଭୋଇ, ଟୁକୁଲା ପାଢୀ, ଅକ୍ଷୟ ସାମଲ, ଡଃ ନଗେନ ଦାସ, ଆର୍ତ୍ତତ୍ରାଣ ମହାପାତ୍ର, ବବିତା ମହାପାତ୍ର, କୈଳାଶ ସାବତ, ଜୟଶ୍ରୀ ଦାସ, ସନ୍ତୋଷ ରଥ, ବିଚିତ୍ରାନନ୍ଦ ସାହୁ, ପଞ୍ଚାନନ ପାତ୍ର, ହେମାନନ୍ଦ ସାମଲ, ଦୀନବଂଧୁ ରଥ, କାଶୀନାଥ ନନ୍ଦୀ, ବସନ୍ତ କୁମାର ଜେନା, ରାଧାକାନ୍ତ ମିଶ୍ର, ବୀଣାପାଣି ରଥ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ବିଜୟ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!