କଣ୍ଟାବାଞ୍ଜିରେ ଜାତୀୟ ଶିଶୁ ସାହିତ୍ୟ ସମ୍ମିଳନୀ ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ଶିଶୁ ସାହିତ୍ୟ ହେଉଛି ଶିଶୁର ମାଆ ଯାହା ଶିଶୁକୁ ଉତ୍ତମ ମଣିଷ ଭାବେ ଗଢ଼ି ତୋଳିବାର ଗୁରୁ ଦାୟିତ୍ୱ ବହନ କରେ ବୋଲି ରାଜ୍ୟ ତଥା ରାଜ୍ୟ ବାହାରୁ ଯୋଗ ଦେଇଥିବା ଶିଶୁ ସାହିତ୍ୟିକମାନେ ମତ ଦେଇଥିଲେ । କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ ଓ ଶିଶୁ କିଶୋର ଶିଶୁ ସାହିତ୍ୟ ଏକାଡେମୀ ଭୁବନେଶ୍ୱର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜିଆର୍‌ ପେଲେସ ଠାରେ ନିର୍ଝରିଣୀର ଚତୁର୍ଦ୍ଦଶ ବାର୍ଷିକ ସାରସ୍ଵତ ସମାରୋହ ଅବସରରେ ଜାତୀୟ ଶିଶୁ ସାହିତ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସଭାପତି ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ବଙ୍ଗୋମୁଣ୍ଡା ମହିମା ଆଶ୍ରମର ମଠାଧୀଶ ଅବଧୂତ ବାବା କପିଳେନ୍ଦ୍ର ଦାସ ଉଦଘାଟକ, ଲେଖକ ଦୀନେଶ କୁମାର ମାଳୀ ମୁଖ୍ୟ ଅତିଥି, ନଗେନ୍ଦ୍ର ପଟ୍ଟନାୟକ ମୁଖ୍ୟବକ୍ତା, ଅଧ୍ୟାପକ ବିନୟ କୁମାର ଦାଶ, ଡ. ସଞ୍ଜୟ କୁମାର ମିଶ୍ର, ଭୂତପୂର୍ବ ବିଧାୟକ ଆୟୁବ ଖାନ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ସମ୍ପାଦକ ବିରଞ୍ଚି ନାରାୟଣ ଦାଶ ଉଦ୍ଦେଶ୍ୟ ଜ୍ଞାପନ, ବିବରଣୀ ପଠନ ଓ ସଞ୍ଜୁକ୍ତା ପରିଛା ସଭା ପରିଚାଳନା କରିଥିଲେ । ଲେଖକ ଦୀନେଶ କୁମାର ମାଳୀଙ୍କ ଦ୍ଵାରା ହିନ୍ଦୀ ଅନୁବାଦିତ ସନ୍ଥକବି ଭୀମ ଭୋଇଙ୍କ ସ୍ତୁତି ଚନ୍ତାମଣି ଉନ୍ମୋଚିତ ହୋଇଥିଲା । ବର୍ଷିୟାନ ଶିଶୁ ଲେଖକ ଡ. ଯୁଗଳ କିଶୋର ଷଡ଼ଙ୍ଗୀଙ୍କ ଅଶୀତମ ଜନ୍ମ ଜୟନ୍ତୀ ପାଳିତ ହୋଇଥିଲା । ପୂର୍ବରୁ କରାଯାଇଥିବା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱର୍ଗତ ନବୀନ ଚନ୍ଦ୍ର ମହାନ୍ତି ସ୍ମୃତି ପୁରସ୍କାର ପ୍ରଦାନ କରାଯାଇଥିଲା । ବିଭୁଦତ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ଅଧିବେଶନରେ ଆଜିର ଶିଶୁ ସମାଜ ଆମ ଶିଶୁ ସାହିତ୍ୟ ଆଲୋଚନା ଚକ୍ରରେ ସଭାପତି ରାମଚନ୍ଦ୍ର ସାହୁ, ଦାଶବେନହୁର, ମୁଖ୍ୟ ଅତିଥି, ଡ. ବନ୍ଦନା ହରିଚନ୍ଦନ, ସମ୍ମାନିତ ଅତିଥି, ବୀରେନ୍ଦ୍ର ମହାନ୍ତି, ଡ. ଯୁଗଳ କିଶୋର ଷଡ଼ଙ୍ଗୀ, ଡ. ରମେଶ ପତ୍ରୀ, ଡ. ମହେନ୍ଦ୍ର ମଲ୍ଲିକ, ଧନଞ୍ଜୟ ସ୍ୱାଇଁ, ଉଦୟ କିରୋଲା ଆଲୋଚକ ଭାବରେ ଯୋଗ ଦେଇଥିଲେ । ସବିତା ଭୋଇ ସଭା ପରିଚାଳନା କରିଥିଲେ । ନିର୍ଝରିଣୀ ଅନୁଷ୍ଠାନର ତ୍ରୈମାସିକ ଶିଶୁ ପତ୍ରିକା ମମତାର ଡୋରି ଓ ବୃନ୍ଦାବନ କୁମ୍ଭାରଙ୍କ ଫୁଲ ବଗଚା ପତ୍ରିକା ଉନ୍ମୋଚିତ ହୋଇଥିଲା । ତୃତୀୟ ଅଧିବେଶନରେ ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଧାୟକ ଲକ୍ଷ୍ମଣ ବାଗ, ମୁଖ୍ୟ ଅତିଥି, ଈଶ୍ୱର ଚନ୍ଦ୍ର ଖମାରୀ, କୁଞ୍ଜ ବିହାରୀ ବେହେରା, ବିଶ୍ୱନାଥ ମେଶ୍ରମ, କିଶାନ ଦୀବାନ, ସୂର୍ଯ୍ୟକାନ୍ତ ରଣା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । କୋଶଲୀ କବି ଗଜେନ୍ଦ୍ର ବାଗଙ୍କ କୋଶଲୀ ପୁସ୍ତକ ଚଟନି, ନରେନ୍ଦ୍ର ସୁନାଙ୍କ ଭକତର ଶକତ ଭଜନ ପୁସ୍ତକ ଉନ୍ମୋଚିତ ହୋଇଥିଲା । କବି ଜ୍ୟୋତି ପ୍ରକାଶ ଗଡତ୍ୟା ସଭା ପରିଚାଳନା ଓ ଡ. ନାରାୟଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଛବିଶଜଣ କବି, ଲେଖକ, ସମାଜସେବୀ ଯଥା ଡ. ବିଜୟ କୁମାର ଶର୍ମା, ଆଶିଷ ଚନ୍ଦନ, ରାଣା ପ୍ରଧାନ, ଇନ୍ଦ୍ରମଣି ବାରିକ, ରତ୍ନପ୍ରଭା ବାଇ, ଚନ୍ଦ୍ରମଣି ବାରିକ, ଡ. ସୁଧାଂଶୁ ଶେଖର ପଟ୍ଟନାୟକ, ସୁରଜିତ ସିଂ ମହାରଥା, କମଳିନୀ ମଲ୍ଲିକ, ନଗେନ୍ଦ୍ର ପଟ୍ଟନାୟକ, ଧନଞ୍ଜୟ ସ୍ୱାଇଁ, ଡ. କୁମାର ବାବୁଲି, ଦୀନେଶ ମାଳୀ, ଉଦୟ କିରୋଲା, ଦୟାନନ୍ଦ ବଛା, ଆଶୁତୋଷ ଠାକୁର, ଶୋଭାକର ପ୍ରଧାନ, କ୍ଷୀରୋଦ୍ର ସାହୁ, ସଞ୍ଜୁକ୍ତା ଚନ୍ଦନ, ଶିବ ପ୍ରସାଦ ସା, ବିପିନ ସାହୁ, ଆଲୋକ ମହାନ୍ତି, ବିରଞ୍ଚି ମୁଣ୍ଡ, ବିନୋଦ ପୁଟେଲ, କୋଶଲୀ ପ୍ରୟାସ ଅନୁଷ୍ଠାନ, ଡୁଡୁନୁ ଚେରିଟେବଲ ଟ୍ରଷ୍ଟ ଭୂବନେଶ୍ୱରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ହିଆଲ, କଳିଙ୍ଗ ନଗର, ମାଲପାମୁଣ୍ଡା ବିଦ୍ୟାଳୟର ଛାତ୍ରଛାତ୍ରୀ ନୃତ୍ୟ ପରିବେଷଣ ଓ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ସହ ସମ୍ପାଦିକା ଅଞ୍ଜଳି ମାଝୀ, ମମତା ପଣ୍ଡା, ନିର୍ଝରିଣୀ ଦାଶ, ମଞ୍ଜୁଲତା ଧରୁଆ, ଉମେଶ ବେହେରା, ରବି ନାରାୟଣ ତ୍ରିପାଠୀ, ଥମିର ଛତ୍ରିଆ, ପ୍ରେମରାଜ ପାଣିଗ୍ରାହୀ, ବିରଞ୍ଚି ଖର୍ସେଲ, ଧନସିଂ ମାଝୀ, ଗଣପତି ବେହେରା, ନିରୁପମା ମିଶ୍ର ସହଯୋଗ କରିଥିଲେ ।

Leave A Reply

Your email address will not be published.