ଡିସେମ୍ବର ୨୮ରେ ଜାତୀୟ ଶିଶୁ ସାହିତ୍ୟ ସମ୍ମିଳନୀ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ ଓ ଶିଶୁ କିଶୋର ଶିଶୁ ସାହିତ୍ୟ ଏକାଡେମୀ ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ଜାତୀୟ ଶିଶୁ ସାହିତ୍ୟ ସମ୍ମିଳନୀ ସ୍ଥାନୀୟ ଜିଆର୍‌ ପେଲେସ ଠାରେ ଅନୁଷ୍ଠିତ ହେବ । ଏହି ଅବସରରେ ନିର୍ଝରିଣୀର ଚତୁର୍ଦ୍ଦଶ ବାର୍ଷିକ ସାରସ୍ଵତ ସମାରୋହ ପାଳିତ ହେବ । ତେଣୁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଯଥା ବକ୍ତୃତା, ସଙ୍ଗୀତ, ରଚନା, ଚିତ୍ରାଙ୍କନ, କବିତା ଲିଖନ, ଗଳ୍ପ ଲିଖନ କରାଯାଇଥିଲା । ନିର୍ଝରିଣୀର ସମ୍ପାଦକ ବିରଞ୍ଚି ନାରାୟଣ ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ଯେ, ଏହି ସମ୍ମିଳନୀରେ ଉତ୍ତରାଖଣ୍ଡ, ଛତିଶଗଡ, ରାଜସ୍ଥାନ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ କବି, ଲେଖକ, ସମାଜସେବୀ, କଳାକାର ଯୋଗ ଦେବେ । ସମ୍ମିଳନୀରେ ଶିଶୁ ସଭା, ଶିଶୁ ସାହିତ୍ୟ ଆଲୋଚନା, ପତ୍ରିକା ଉନ୍ମୋଚନ ଓ ସମ୍ବର୍ଦ୍ଧନା ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମରେ ସଭାପତି ରାମଚନ୍ଦ୍ର ସାହୁ, ସୂର୍ଯ୍ୟକାନ୍ତ ରଣା, ଡ. ନାରାୟଣ ମିଶ୍ର, ଅଞ୍ଜଳି ମାଝୀ, ନିରୁପମା ମିଶ୍ର, ନରେନ୍ଦ୍ର ସୁନା, ବିରଞ୍ଚି ଖର୍ସେଲ, ପ୍ରଭାତ ମିଶ୍ର, ଧନସିଂ ମାଝୀ, ଦଶମନ ମହାନନ୍ଦ, ମାନସ ଜାଲ, କିଶୋର ବରିହା ଉପସ୍ଥିତ ଥିଲେ ।

Leave A Reply

Your email address will not be published.