ସାହିତ୍ୟରେ ନୋବେଲ ବିଜେତାଙ୍କ ସମ୍ପର୍କରେ ବିମର୍ଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ୱ ସାହିତ୍ୟ କ୍ଷେତ୍ରରେ ନୋବେଲ ପୁରସ୍କାର ସର୍ବଶ୍ରେଷ୍ଠ ସମ୍ମାନ । ନୋବେଲ ପୁରସ୍କାରପ୍ରାପ୍ତ ସାହିତ୍ୟିକ ସର୍ବୋଚ୍ଚ ମର୍ଯ୍ୟାଦାର ଅଧିକାରୀ । ତାଙ୍କ ସାହିତ୍ୟିକ କୃତି ଓ କୃତିତ୍ୱ ସମ୍ପର୍କରେ ଅବଗତ ହେବା ପ୍ରତ୍ୟେକ ସାହିତ୍ୟାନୁରାଗୀ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏକ୍ରମରେ ବିଗତ ବର୍ଷମାନଙ୍କ ଭଳି ଚଳିତବର୍ଷ ମଧ୍ୟ ସରକାରୀ ମହିଳା ମହାବିଦ୍ୟାଳୟ ବଲାଙ୍ଗିରର ଇଂରାଜୀ ଭାଷା ଓ ସାହିତ୍ୟ ବିଭାଗର ଉଦ୍ୟମକ୍ରମେ ଚଳିତ ବର୍ଷର ନୋବେଲ ପୁରସ୍କାର ପ୍ରାପ୍ତ ସାହିତ୍ୟିକ ଲାରିଲୋ କ୍ରାଜନାହୋରକାଇଙ୍କ ସାହିତ୍ୟିକ ଜୟଯାତ୍ରା ସମ୍ପର୍କରେ ଏକ ବିଚାର ବିମର୍ଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମ୍ପୃକ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡ. ଅରବିନ୍ଦ କୁମାର ଓଝା ସଭାପତିତ୍ୱ କରିଥିବାବେଳେ ବିଭାଗୀୟ ମୁଖ୍ୟ ସଲୋମନ କୁମାର ସ୍ୱାଗତ ଭାଷଣ ଦେଇଥିଲେ । ଏ ସକାଶେ ମୁଖ୍ୟବକ୍ତା ଭାବରେ ମହିଳା ମହାବିଦ୍ୟାଳୟ, ଝାରସୁଗୁଡାର ଇଂରାଜୀ ଅଧ୍ୟାପକ ଅଂଶୁମାନ ମିତ୍ର ଯୋଗଦେଇ ନୋବେଲ ବିଜେତାଙ୍କ ବ୍ୟକ୍ତିତ୍ୱ ଏବଂ ସାହିତ୍ୟିକ କୃତି ତଥା ରାଜନୈତିକ ପ୍ରଭାବ ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ । ଏହା ସହ ବିଭାଗୀୟ ଛାତ୍ରୀ ରୁକ୍ମିଣୀ ସରାଫ ଏବଂ ରିତିକା ପାଣିଗ୍ରାହୀ ପ୍ରମୁଖ କ୍ରାଜନାହୋରକାଇଙ୍କ ସମ୍ପର୍କରେ ନିଜ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏହି ସାରସ୍ୱତ କାର୍ଯ୍ୟକ୍ରମରେ ଡ଼ଃ. ଅନୁରାଧା ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶେଷରେ ସାମ୍ରାଜ୍ଞୀ ମିତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.