- ସାହିତ୍ୟ ହିଁ ସମାଜର ପଥ ପ୍ରଦର୍ଶକ
ରାଉରକେଲା, (ସସ୍ମିତା ପ୍ରଧାନ) : ସୃଜନୀ ସାହିତ୍ୟ ସଂସଦର ୩୮ ତମ ବାର୍ଷିକ ଉତ୍ସବ ତରକେରା ଶିବ ମନ୍ଦିର ଠାରେ ସଭାପତି ଶଚିନ୍ଦ୍ର କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଉଦଘାଟକ ତଥା ଅତିଥି ଭାବେ ପ୍ରାକ୍ତନ ବିଧାୟକ ରବି ଦେହୁରୀ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପତି, ଇଂ ବିଜୟ କୁମାର ସେନାପତି, ମୁଖ୍ୟବକ୍ତା ଭାବେ ଡ. ରୁକ୍ମିଣୀ ସାହୁ, ସମ୍ମାନିତ ବକ୍ତା ଭାବେ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ପ୍ରମୁଖ ଯୋଗଦେଇ ଆଲୋଚ୍ୟ ବିଷୟ ସ୍ୱାଧୀନତା ସଂଗ୍ରାମରେ ସାହିତ୍ୟିକ ମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ବିଭିନ୍ନ ସାହିତ୍ୟିକଙ୍କ ଉଦାହରଣ ଦେଇ କହିଥିଲେ ଯେ ସାହିତ୍ୟ ହିଁ ସମାଜର ପଥ ପ୍ରଦର୍ଶକ । ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ସୃଜନୀ ଓ ଶଚିନ୍ଦ୍ର ସ୍ୱାଇଁଙ୍କ ପୁସ୍ତକ ଅବନା ଶବ୍ଦାର୍ଥକୁ ଅତିଥି ମାନଙ୍କ ଦ୍ୱାରା ଲୋକାର୍ପିତ କରାଯାଇଥିଲା । ପ୍ରାରମ୍ଭରେ କବି ରାଜେନ୍ଦ୍ର ପଣ୍ଡାଙ୍କ ବିୟୋଗରେ ନୀରବ ପ୍ରାର୍ଥନା କରାଯାଇଥିଲା । କଳିକା ମ୍ୟୁଜିକ ଏକାଡେମୀ ଦ୍ୱାରା ଉଦଘାଟନୀ ସଂଗୀତ, ଉତ୍କଳ ବନ୍ଦନା ପରେ ବିରାଙ୍ଗନା ବେହୁରିଆଙ୍କ ଶଙ୍ଖଧ୍ୱନୀ ମାଧ୍ୟମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଏହି ଅବସରରେ ଆଜୀବନ ସଦସ୍ୟ ଭାବେ ରବିନ୍ଦ୍ର ବିଶ୍ୱାଳ, ହରିହର ପାଢ଼ୀ, ଦେବରାଜ ପଶାୟତଙ୍କୁ କୃତଜ୍ଞତା ପତ୍ର ଓ କବି ଜାନକୀ ସାହୁଙ୍କୁ ଅଭୟ କୁମାର ସାହୁ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ସାଧାରଣ ସମ୍ପାଦକ ରବୀନ୍ଦ୍ର ବେହୁରିଆ ସମ୍ପାଦକୀୟ ବିବରଣୀ ପାଠ କରିଥିଲାବେଳେ ସୁବାସ ଚନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ହରିହର ବେହେରାଙ୍କ ସଭାପତିତ୍ୱ କରିଥିଲାବେଳେ ମୁଖ୍ୟ ଅତିଥି ଭାବେ ଡୁଲାମଣୀ ପଟେଲ, ସମୀକ୍ଷକ ଭାବେ କବି କୁଞ୍ଜବିହାରୀ ରାଉତ ଯୋଗଦେଇଥିବା ବେଳେ ଉର୍ବଶୀ ଦାଶପତି ଓ ହରପ୍ରିୟା ସାମଲଙ୍କ ସଂଯୋଜନାରେ କବି ବଳରାମ ଦାସ, ଅଧ୍ୟାପକ କମଳାକାନ୍ତ ଦାସ, ଡ. ରୁକ୍ମିଣୀ ସାହୁ, ହରିହର ବେହେରା, ଭୀମସେନ ସାହୁ, ଚାରୁଲତା ଦେବୀ,ଦେବବ୍ରତ ପଟ୍ଟନାୟକ, ଯୁବରାଜ ପଶାୟତ, ସୁଧୀର ନାଥ, ପଦ୍ମଲୋଚନ ମିଶ୍ର, ପ୍ରକାଶ ଚନ୍ଦ୍ର ସେଠୀ, ଲୀଳାବତୀ ମହାପାତ୍ର, ସୁବର୍ଣ୍ଣ ବେହେରା, ପୁଷ୍ପଲତା ପଟେଲ, ଲକ୍ଷ୍ମୀ ପଣ୍ଡା, ମୀରା ମଲ୍ଲିକ, ରବିନ୍ଦ୍ର ବେହୁରିଆ, ବିଜୟ କୁମାର ସେନାପତି, ତ୍ରିନାଥ ଚନ୍ଦ୍ର ନାୟକ ଓ ସଂଯୋଜିକା ଦ୍ୱୟ ସ୍ୱରଚିତ କବିତା ପାଠ କରିଥିଲେ । ଡ. ସୁରେନ୍ଦ୍ର କୁମାର ବେହେରା, ଅକ୍ଷୟ ଦାସ, ସାବିତ୍ରୀ ସେନାପତି, ସିଦ୍ଧେଶ୍ୱର ଧଳ, ବିଚିତ୍ରାନନ୍ଦ ସାହୁ, ରାମଚନ୍ଦ୍ର ମହନ୍ତ, ରାଜକିଶୋର ଜେନା, ବସନ୍ତ ଜେନା ଆଦିତ୍ୟ କୁମାର ଷଡଙ୍ଗୀ, ଗୋପାଳ ଚନ୍ଦ୍ର ଦାଶ, ନାଗମଣୀ ମହାନ୍ତି, ଶୁଭସ୍ମିତା ବେହୁରିଆ, ବେଣୁଧର ମଲ୍ଲ, ପୁଷ୍ପଲତା ପଟେଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ ସହ ସଭା ବର୍ଦ୍ଧନ କରିଥିଲେ ।